କଟକ: ଉଦଘାଟିତ ହେଲା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ର । ଦେଶର ୭୫ ଟି କେନ୍ଦ୍ର ଉଦଘାଟିତ ହୋଇଥିବା ଏହି ଯୋଜନାରେ ପ୍ରାୟ ୮ ଲକ୍ଷ ଯୁବକ ଯୁବତୀ ତାଲିମ ନେବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୩.୦ ଭର୍ଚୁଆଲ ପ୍ଲାଟଫର୍ମରେ ଆନୁଷ୍ଠାନିକ ଉଦଘାଟିତ ହୋଇଯାଇଛି । କଟକ ବିଡାନାସୀ ଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ରକୁ କେନ୍ଦ୍ରମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ ଉଦଘାଟିତ କରିଛନ୍ତି । ଏହା ସହିତ କେନ୍ଦ୍ରର କିଛି ଯୁବକ ଯୁବତୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଆଲୋଚନା ମଧ୍ୟ କରିଥିଲେ ।