ଓଡିଶା

odisha

ସରିଲା BCCI ଚୟନ କମିଟି ଗଠନ ପାଇଁ ଆବେଦନ ପ୍ରକ୍ରିୟା, ରେସ୍‌ରେ OCA ଚୟନ କମିଟି ଅଧ୍ୟକ୍ଷ

By

Published : Dec 1, 2022, 6:55 AM IST

ଶେଷ ହୋଇଛି ବିସିସିଆଇର ନୂଆ ଚୟନ କମିଟି ଗଠନ ନେଇ ଆବେଦନ ପ୍ରକ୍ରିୟା । ଏଥିରେ ସ୍ଥାନ ପାଇବା ପାଇଁ ରେସ୍‌ରେ ଥିବା ଓଡିଶାର କିଛି ଜଣାଶୁଣା କ୍ରିକେଟରଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଓ ପୂର୍ବତନ ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ ମଧ୍ୟ ଏହି ରେସ୍‌ରେ ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

ସରିଲା BCCI ଚୟନ କମିଟି ଗଠନ ପାଇଁ ଆବେଦନ ପ୍ରକ୍ରିୟା, ରେସ୍‌ରେ OCA ଚୟନ କମିଟି ଅଧ୍ୟକ୍ଷ
ସରିଲା BCCI ଚୟନ କମିଟି ଗଠନ ପାଇଁ ଆବେଦନ ପ୍ରକ୍ରିୟା, ରେସ୍‌ରେ OCA ଚୟନ କମିଟି ଅଧ୍ୟକ୍ଷ

କଟକ: ବିସିସିଆଇର ନୂଆ ଚୟନ କମିଟି ଗଠନ ନେଇ ସରିଛି ଆବେଦନ ପ୍ରକ୍ରିୟା । ବିଭିନ୍ନ ରାଜ୍ୟର ପୂର୍ବତନ ଜାତୀୟସ୍ତରୀୟ ଖେଳାଳି ଏହି କମିଟିରେ ସ୍ଥାନ ପାଇବା ପାଇଁ ରେସ୍‌ରେ ରହିଛନ୍ତି । ଏହାରି ମଧ୍ୟରେ ଓଡିଶାର କିଛି ଜଣାଶୁଣା କ୍ରିକେଟରଙ୍କ ନାଁ ମଧ୍ୟ ସାମ୍ନାକୁ ଆସୁଛି । ଓସିଏ ଚୟନ କମିଟି ଅଧ୍ୟକ୍ଷ ପ୍ରଭଞ୍ଜନ ମଲ୍ଲିକ ଚୟନ କମିଟି ପାଇଁ ନିଜ ନାଁ ଆବେଦନ କରିଛନ୍ତି । ପୂର୍ବତନ ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ ମଧ୍ୟ ଏହି ରେସ୍‌ରେ ଥିବା ଜଣାପଡ଼ିଛି ।

ସରିଲା BCCI ଚୟନ କମିଟି ଗଠନ ପାଇଁ ଆବେଦନ ପ୍ରକ୍ରିୟା, ରେସ୍‌ରେ OCA ଚୟନ କମିଟି ଅଧ୍ୟକ୍ଷ

ଗତ ସୋମବାର (ନଭେମ୍ବର ୨୮) ଦିନ ଶେଷ ହୋଇଛି ବିସିସିଆଇର ନୂଆ ଚୟନ କମିଟି ଗଠନ ନେଇ ଆବେଦନ ପ୍ରକ୍ରିୟା । ଏହାରି ଭିତରେ ଓଡିଶା କ୍ରିକେଟ ଆସୋସିଏସନ (OCA) ଚୟନ କମିଟି ଅଧ୍ୟକ୍ଷ ଦାୟିତ୍ବ ତୁଲାଉ ଥିବା ପୂର୍ବତନ ଓଡିଶା କ୍ରିକେଟର ପ୍ରଭଞ୍ଜନ ମଲ୍ଲିକ ମଧ୍ୟ ଚୟନ କମିଟି ପାଇଁ ନିଜ ନାଁ ଆବେଦନ କରିଛନ୍ତି । ଏନେଇ ପ୍ରଭଞ୍ଜନ କହିଛନ୍ତି, "ଏହି ସୁଯୋଗ ମିଳିଲେ ନିଶ୍ଚୟ ଦାୟିତ୍ବକୁ ସୁଚାର ରୂପେ ତୁଲାଇବି । ଦୀର୍ଘ ଦିନ ଧରି କ୍ରିକେଟ ଖେଳ ସହ ଜଡିତ ରହିବା ପରେ ଏବେ ଚୟନ କମଟି ଦାୟିତ୍ବ ଓସିଏ ମତେ ପ୍ରଦାନ କରିଛି । ଯାହା ମୋ କର୍ତ୍ତବ୍ୟକୁ ଆହୁରି ଶାଣିତ ଓ ମଜଭୁତ କରିଛି । ତେବେ ମୋର ଆଶା ରହିଛି ବିସିସିଆଇ ମୋ ଉପରେ ଭରସା କରିବେ ।

ଏହି କମିଟିରେ ସ୍ଥାନ ପାଇବା ରେସ୍‌ରେ ପୂର୍ବତନ ଓଡ଼ିଆ କ୍ରିକେଟର ଶିବସୁନ୍ଦର ଦାସ ରହିଛନ୍ତି । ବର୍ତ୍ତମାନ ଶିବସୁନ୍ଦର ପଞ୍ଜାବ କ୍ରିକେଟ ଦଳର ବ୍ୟାଟିଂ କୋଟ ଭାବେ କାର୍ଯ୍ୟ କରୁଛନ୍ତି । ସେ ଜାତୀୟ କ୍ରିକେଟ ଏକାଡେମୀ (National Cricket Academy)ର ଜଣେ କୋଚ୍‌ ଭାବେ ଭାରତୀୟ ମହିଳା କ୍ରିକେଟ ଦଳ ସହ ମଧ୍ୟ କାମ କରିଛନ୍ତି । ତେବେ ପୂର୍ବତନ ଓଡ଼ିଆ କ୍ରିକେଟର ଦେବାଶିଷ ମହାନ୍ତି ବିସିସିଆଇର ଜଣେ ଚୟନ କର୍ତ୍ତା ଭାବେ ୫ ବର୍ଷ କାର୍ଯ୍ୟ ତୁଲାଇ ସାରିଛନ୍ତି । ତାଙ୍କ ସ୍ଥାନରେ ପୁଣିଥରେ ଜଣେ ଓଡ଼ିଆ କ୍ରିକେଟରଙ୍କୁ ଚୟନ କରାଯିବା ନେଇ ଅନେକ ଆଶାବାଦୀ ରହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details