ଓଡିଶା

odisha

କାମରେ ଆସୁନି ସରକାରୀ ଯୋଜନା, ସହାୟତା ଅପେକ୍ଷାରେ ଖୁଲଣା କାଣ୍ତିଙ୍କ ପରିବାର

By

Published : Apr 10, 2023, 3:25 PM IST

Updated : Apr 10, 2023, 3:42 PM IST

କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ପଞ୍ଚାୟତର ବାଲିସାହି ଗ୍ରାମର ଖୁଲଣା କାଣ୍ତିଙ୍କ ପରିବାରର ଦୁଃଖ । ଆଜି ଯାଏଁ ସରକାରଙ୍କ ତରଫରୁ ଘର ଖଣ୍ଡିଏ ମିଳିପାରୁ ନଥିବା ବେଳେ ଛିଣ୍ଡା ଜରି ପାଲ ତଳେ ବତୁଛି ୮ ପ୍ରାଣୀଙ୍କ ଜୀବନ । ଦେଖନ୍ତୁ ଏହି ରିପୋର୍ଟ

ଜରି ପାଲ ତଳେ ଜୀବନ
ଜରି ପାଲ ତଳେ ଜୀବନ

ସହାୟତା ଅପେକ୍ଷାରେ ଖୁଲଣା କାଣ୍ତିଙ୍କ ପରିବାର

ନିଆଳି: ଛିଣ୍ଡା ପଲିଥିନ ତଳେ ବିତୁଛି ୮ ପ୍ରାଣୀଙ୍କ ଜୀବନ । ପାଲ ଫାଟି ଚିରିଯାଇଥିବା ବେଳେ ଘର ଦବିବାକୁ ବସିଛି । ସକାଳୁ ସୂର୍ଯ୍ୟକିରଣ ଘର ଭିତରେ ପ୍ରବେଶ କରୁଥିବା ବେଳେ ରାତିରେ ଚନ୍ଦେର ଆଲୋକ ମଧ୍ୟ ପଡୁଛି । ଆଉ ବର୍ଷା ହେଲା ନକହିବା ଭଲ । ବର୍ଷା ଆସିଲେ ବାର ଦୁଆର ବୁଲିବା ସହ ସ୍କୁଲ ଘରରେ ଆଶ୍ରୟ ନେଇଥାଆନ୍ତି । କଟକ ଜିଲ୍ଲା ନିଆଳି ବ୍ଳକ ମାଧବ ପଞ୍ଚାୟତର ବାଲିସାହି ଗ୍ରାମର ଖୁଲଣା କାଣ୍ତିଙ୍କ ପରିବାରର ୮ ପ୍ରାଣୀ ଏଭଳି ଜୀବନ ବିତାଉଛନ୍ତି । ସରକାର ଗରିବ ଅସହାୟଙ୍କ ପାଇଁ ଯୋଜନା ପରେ ଯୋଜନା କରୁଥିବା ବେଳେ ତାହା କେତେ କାର୍ଯ୍ୟକାରୀ ହେଉଛି ଏଦୃଶ୍ୟ ହିଁ ବୟାନ କରୁଛି...

ଖୁଲଣା କାଣ୍ତିଙ୍କ ସ୍ବାମୀ ଧୋବା କାଣ୍ତିଙ୍କ ମୃତ୍ୟୁ ପରେ ପରିବାର ବୋଝ ମୁଣ୍ଡାଇଥିଲେ ଖୁଲଣା ।‌ ଗୋଟିଏ ପୁଅ, ବୋହୂ ଏବଂ ପାଞ୍ଚ ନାତି ନାତୁଣୀ ଏହି ଭଙ୍ଗା ଦଦରା ଫଟା ନୂଆଣିଆ ଘରେ ଜର୍ଜରିତ ଜୀବନ ବିତାଉଛନ୍ତି । ଖୁଲଣାଙ୍କ ପୁଅ ସରୋଜ ଓ ବୋହୂ ମୁଲପାତି କଲେ ଘରେ ଚୂଲି ଜଳେ । ଆଉ ନଗଲେ ରୋଷେଇ ବନ୍ଦ ହୋଇଯାଏ । ଫଳରେ ୮ ପ୍ରାଣୀ ଭୋକରେ ରହୁଛନ୍ତି । ଖରା,ବର୍ଷା ଓ ଶୀତ କାକରରେ ଅତି ବିପଦପୂର୍ଣ୍ଣ ଭାବରେ ଏହି ଫଟା ପଲିଥିନ୍ ତଳେ ଜୀବନ ଜିଉଁଛନ୍ତି । ଯେଉଁ ଘରେ ଗୃହ ପାଳିତ ପଶୁ ରହିବେ ନାହିଁ ସେଭଳି ଘରେ ଖୁଲଣା କାଣ୍ତିଙ୍କ ପରିବାର ଲୋକେ ଜୀବନ ବିତାଉଛନ୍ତି ।

ଏନେଇ ଖୁଲଣା କାଣ୍ଡି କହିଛନ୍ତି, "ମୁଁ କିମ୍ବା ମୋ ପୁଅ ପଢିନାହୁଁ । ଆଜି ଯାଏଁ ବ୍ଲକ କାର୍ଯ୍ୟାଳୟ କେଉଁଠି ଅଛି ଜାଣିପାରିଲୁ ନାହିଁ । ଏକ ପକ୍କା ଘର ପାଇଁ ଓ୍ବାର୍ଡ ସଭ୍ୟ ଠାରୁ ଆରମ୍ଭ କରି ସରପଞ୍ଚ ସମସ୍ତଙ୍କୁ ଗୁହାରୀ କରିସାରିଛନ୍ତି ହେଲେ ଆଜି ପର୍ଯ୍ୟନ୍ତ ସମସ୍ଯା ସମାଧାନ ହୋଇପାରିନାହିଁ। ପବନ କିମ୍ବା ବର୍ଷା ହେଲେ ସରକାରୀ ସ୍କୁଲ ଏମାନଙ୍କୁ ଖୋଜିବାକୁ ପଡେ। ଇନ୍ଦିରା ଆବାସ ବାବଦକୁ ୨୦ ହଜାର ଟଙ୍କା ମିଳିଥିଲା । ହେଲେ ସେହି ଟଙ୍କା ରୋଗୀଣା ସ୍ବାମୀଙ୍କ ମୂଳେ ଖର୍ଚ୍ଚ କରିଦେଇଥିଲେ । ଆଉ ୱାର୍କ ଅର୍ଡର ସମୟରେ ଦଲାଲ ପାଞ୍ଚ ହଜାର ଟଙ୍କା ଚଳୁ କରି ନେଇ ଯାଇଛନ୍ତି । ଆଉ ଘର କେମିତି କରିବି । ସ୍ବାମୀ ମରିଗଲେ ହେଲେ ପୁଅ ସରୋଜକୁ ମଧ୍ୟ ସରକାରୀ ଆବାସ ମିଳିପାରିନାହିଁ । ଫଳରେ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘର ନଥିବା କାରଣରୁ ବାଧ୍ଯରେ ଫଟା ପଲିଥିନ୍ ତଳେ ଜୀବନ ବିତାଇବାକୁ ପଡୁଛି ।"

ମାଧବ ପଞ୍ଚାୟତର ସରପଞ୍ଚ ବାବୁରାମ ମଲ୍ଲିକଙ୍କ କହିବା କଥା ହେଲା ନିଆଳି ବ୍ଲକ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲାପାଳ ଜନଶୁଣାଣିରେ ସେ ତାଙ୍କ ଦାୟିତ୍ଵ ତୁଲାଇ ଦେଇଛନ୍ତି । ପ୍ରଶାସନ ଖୁଲଣା କାଣ୍ତି ପରିବାରଙ୍କ ପାଇଁ କେବଳ ସାହା ଆଉ ଭରସା । ଜୀବନ ଓ ଜୀବିକା ଉପରେ ଗୁରୁତ୍ବ ଦେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଖୁଲଣା କାଣ୍ତି ପରିବାରଙ୍କ ଉପରେ ନଜର ପଡିବ କେବେ ? ଖୁଲଣା କାଣ୍ଡିଙ୍କ ପରିବାରକୁ ସରକାର ସାହାଯ୍ୟ କରିବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ନିଆଳି

Last Updated : Apr 10, 2023, 3:42 PM IST

ABOUT THE AUTHOR

...view details