ଓଡିଶା

odisha

ASO ପରୀକ୍ଷା ମୂଲ୍ୟାୟନ ଶୁଣାଣି, ଉତ୍ତର ରଖିବାକୁ OPSCକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Nov 30, 2022, 4:41 PM IST

ASO ପରୀକ୍ଷା ମୂଲ୍ୟାୟନ ସମ୍ପର୍କିତ ମାମଲାରେ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିକଟରେ ଆବେଦନର ନକଲ ଦାଖଲ କରିବାକୁ କୋର୍ଟ OPSCକୁ ନିର୍ଦ୍ଦେଶ ଦେଇଛନ୍ତି ।

high court hearing on ASO subjective paper valuation OPSC to file affidavit
ASO ପରୀକ୍ଷା ମୂଲ୍ୟାୟନ ଶୁଣାଣି, ଉତ୍ତର ରଖିବାକୁ OPSCକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ASO ପରୀକ୍ଷା ମୂଲ୍ୟାୟନ ସମ୍ପର୍କିତ ମାମଲାରେ ଆଜି ଶୁଣାଣି କରିଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ନିକଟରେ ମାମଲାରେ ଉତ୍ତର ରଖିବାକୁ କୋର୍ଟ OPSCକୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନେଇ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୨ ତାରିଖ କରାଯିବ ।

OAS ପରୀକ୍ଷା ମୂଲ୍ୟାୟନରେ ସବ୍‌ଜେକ୍ଟିଭ୍‌ କ୍ବାଲିଫାଇଂ ମାର୍କକୁ ନେଇ ଆପତ୍ତି ଉଠାଇଥିଲେ ଆବେଦନକାରୀ । ଏହାକୁ ନେଇ ସେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ପୂର୍ବ ପଦ୍ଧତି ଅନୁଯାୟୀ ମେରିଟ୍‌ ପ୍ରକାଶ କରିବାକୁ ଆବେଦନକାରୀ କୋର୍ଟଙ୍କ ନିକଟରେ ପ୍ରାର୍ଥନ କରଛନ୍ତି । ମୂଲ୍ୟାୟନ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ପୁଣି ହାଇକୋର୍ଟରେ ମାମଲା ଦାଖଲ କରିଥିଲେ ଆବେଦନକାରୀ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details