ଓଡିଶା

odisha

ଭୀମସାରରେ କୋରୋନା ରୋଗୀ ମୃତ୍ୟୁ ମାମଲା, କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

By

Published : Mar 23, 2022, 2:35 PM IST

ଚିକିତ୍ସା ଅଭାବରୁ ଭୀମସାରରେ କୋରୋନା ରୋଗୀଙ୍କ ମୃତ୍ୟୁ ମାମଲା । ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

ଭୀମସାରରେ କୋରୋନା ରୋଗୀ ମୃତ୍ୟୁ ମାମଲା, କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଭୀମସାରରେ କୋରୋନା ରୋଗୀ ମୃତ୍ୟୁ ମାମଲା, କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ:ଚିକିତ୍ସା ଅଭାବରୁ ଭୀମସାରରେ କୋରୋନା ରୋଗୀଙ୍କ ମୃତ୍ୟୁ ପ୍ରସଙ୍ଗ । ଏହି ମାମଲାର ଶୁଣାଣି କରି ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୧୩ଟି ପରିବାରକୁ କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୨ଟି ପରିବାରକୁ ୫ ଲକ୍ଷ ଲେଖାଏଁ ଓ ଅନ୍ୟ ୧୧ଟି ପରିବାରକୁ ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟଳୟ ।

ଆସନ୍ତା ମେ ୨ ତାରିଖ ସୁଦ୍ଧା କ୍ଷତିପୂରଣ ପ୍ରଦାନ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ହାଇକୋର୍ଟ ମାମଲାର ଶୁଣାଣି କରି କହିଛନ୍ତି । କହିରଖୁଛୁ କି, କୋରୋନାର ଦ୍ବିତୀୟ ଲହରୀରେ ଚିକିତ୍ସା ଅଭାବରୁ ଭୀମସାରରେ ରୋଗୀ ମୃତ୍ୟୁ ହୋଇଥିବା ଦର୍ଶାଇ ଦିଲ୍ଲୀର ଆଇନଜୀବୀ ଜ୍ଞାନଦତ୍ତ ଚୌହ୍ବାନ ହାଇକୋର୍ଟଙ୍କୁ ଏକ ଚିଠି ମାଧ୍ୟମରେ ଅବଗତ କରିଥିଲେ । ହାଇକୋର୍ଟ ଏହି ଚିଠିକୁ ଗୁରୁତ୍ବ ଭାବେ ନେଇ ଜନସ୍ବାର୍ଥ ମାମଲା ଭାବେ ଗ୍ରହଣ କରି ଆଜି ଏଭଳି ରାୟ ପ୍ରଦାନ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details