ଓଡିଶା

odisha

ଦାଉ ସାଜିଛି ଜଉପୋକ, ବାତ୍ୟା ଆଶଙ୍କାରେ ଚାଷୀ ମନରେ ଛନକା

By ETV Bharat Odisha Team

Published : Nov 29, 2023, 4:50 PM IST

ଚାଷୀକୁ ଘାରିଛି ଅମଳ ଚିନ୍ତା । ମାଡି ଆସୁଛି ବର୍ଷା ଓ ପବନ । ଭୟରେ ଧାନ ଚାଷୀ ।‌ ଅନ୍ଯପଟେ ଜଉପୋକ ଆକ୍ରମଣରେ ଧାନ ଚାଷ କ୍ଷତିଗ୍ରସ୍ତ ।‌ ଏହି ଦୁଇଟି ଘଟଣାକୁ ନେଇ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଛି । ଅଧିକ ପଢ଼ନ୍ତୁ

ଦାଉ ସାଜିଛି ଜଉପୋକ
ଦାଉ ସାଜିଛି ଜଉପୋକ

ଦାଉ ସାଜିଛି ଜଉପୋକ

ନିଆଳି: ଚାଷୀକୁ ଘାରିଛି ଅମଳ ଚିନ୍ତା । ଗୋଟିଏ ପରେ ଗୋଟିଏ ବିତ୍ପାତ ଚାଷୀର ପିଛା ଛାଡୁନି । ଜଳସେଚନ ଅଭାବରେ ଚାଷୀଙ୍କ ପାଇଁ ଚିନ୍ତା ସୃଷ୍ଟି କରିଥିଲା । ହେଲେ କଷ୍ଟେମଷ୍ଟେ କିଛି ଅମଳ କରିବ ବୋଲି ଆଶା ବାନ୍ଧିଥିଲା ଚାଷୀ । ଅମଳ ସମୟ ପାଖେଇ ଆସୁଥିବା ବେଳେ ଚାଷୀଙ୍କୁ ଚିନ୍ତାରେ ପକାଇଛି ପ୍ରାକୃତିକ ବିପର୍ଯ୍ୟୟର ଭୟ । ପୁଣି ପବନ ଓ ବର୍ଷା ମାଡି ଆସୁଥିବା ବେଳେ ଫସଲ ଅମଳକୁ ନେଇ ଚାଷୀକୁ ଭୟ ଘାରିଛି । ଅନ୍ଯପଟେ ଜଉପୋକ ଆକ୍ରମଣରେ ଧାନ ଚାଷ କ୍ଷତିଗ୍ରସ୍ତ । ଚାଷୀମାନଙ୍କ ଏଭଳି ଦୁର୍ଦ୍ଦଶା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ବ୍ଳକର ଅଲଣା ପଞ୍ଚାୟତର ଗୋବିନ୍ଦାପଦା ମୌଜାରୁ ।‌

ମାଡି ଆସୁଛି ବର୍ଷା ଓ ପବନ । ଭୟରେ ଧାନ ଚାଷୀ ।‌ ଅନ୍ଯପଟେ ଜଉପୋକ ଆକ୍ରମଣରେ ଧାନ ଚାଷ କ୍ଷତିଗ୍ରସ୍ତ ।‌ ଏହି ଦୁଇଟି ଘଟଣାକୁ ନେଇ ଚାଷୀମାନଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ବର୍ଷକର ରୋଜଗାର ଏବେ ଧାନ ଜମିରେ ନଷ୍ଟ ହେବାକୁ ବସିଛି । ଜଉପୋକ ଯୋଗୁଁ ଧାନ ଫସଲ ନଷ୍ଟ ହୋଇଯାଇଛି ।‌ ଧାନ ଜମିରେ ଥୋଡ ଧରିବା ସମୟରେ ଜଉପୋକ ଆକ୍ରମଣ ଯୋଗୁଁ ବିଭିନ୍ନ ଔଷଧ ଓ ସାର ପ୍ରୟୋଗ କରୁଥିଲେ ଚାଷୀ । ହେଲେ ଔଷଧ ପ୍ରୟୋଗ କରିବା ସତ୍ତ୍ୱେ ଜଉପୋକ ଦାଉରୁ ଧାନ ଫସଲକୁ ରକ୍ଷା ମିଳିପାରିନାହିଁ । ଏପରିକି କିରୋସିନି ଓ ଫିନାଇଲ ପ୍ରୟୋଗ ପରେ ବି ଜଉପୋକ ମୁହଁରୁ ବର୍ତ୍ତି ପାରିନାହିଁ ବର୍ଷର ଫସଲ ଧାନ ଚାଷ ।‌

ଏହା ମଧ୍ୟ ପଢ଼ନ୍ତୁ.......ଧାନ କେଣ୍ଡାରୁ ବାହାରୁଛି ଅଗାଡି, ଚକଡା ସାଙ୍ଗକୁ ମରୁଡି ସମସ୍ୟା ନେଇ ଚିନ୍ତାରେ ଚାଷୀ

ଚାଷୀଙ୍କ ବର୍ଷର ଧାନ ଫସଲ ଜଉପୋକ ମୁହଁରେ ଯାଇଛି । କେବଳ ଏବେ ସରକାରୀ ସାହାଯ୍ୟକୁ ଅପେକ୍ଷା କରିଛନ୍ତି ନିଆଳି ବ୍ଳକର ଗୋବିନ୍ଦପଦା ଧାନ ଚାଷୀ । ସେହିପରି ଆସନ୍ନ ବର୍ଷା ଓ ପବନକୁ ନେଇ ଚାଷୀ ଏବେ ଚିନ୍ତାରେ । କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଓ ବାଲିଅନ୍ତା ବ୍ଲକ ଅଞ୍ଚଳର ହେକ୍ଟର ହେକ୍ଟର ଧାନ ଚାଷୀ ଏଵେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କ୍ଷେତରେ ହଳଦିଆ ଟହ ଟହ ପାଚିଲା ଧାନ ହସୁଛି । ଅମଳ ସମୟରେ ବର୍ଷା ଓ ପବନ ଭୟରେ ଚାଷୀ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ନିଆଳି ବ୍ଲକ ଅଲଣା ପଞ୍ଚାୟତ ଗୋବିନ୍ଦାପଦା ଧାନ ଜମିରେ ଜଉପୋକ ଆକ୍ରମଣରେ ଫସଲ ନଷ୍ଟ ହୋଇଥିବା କ୍ଷତିଗ୍ରସ୍ତ ଚାଷୀଙ୍କୁ ଚିହ୍ନଟ କରି କ୍ଷତିପୂରଣ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଚାଷୀ ।‌

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details