ଓଡିଶା

odisha

ସାଇବର ବ୍ଲାକମେଲର ଗିରଫ, ଇନଷ୍ଟାଗ୍ରାମରେ ଝିଅଙ୍କୁ କରୁଥିଲା ଟାର୍ଗେଟ

By ETV Bharat Odisha Team

Published : Nov 24, 2023, 6:58 PM IST

ଆପଣ ପବ୍ଲିକ ଆଇଡିରେ ସୋସିଆଲ ମିଡିଆ ଚଳାଉଛନ୍ତି କି ? ତାହେଲେ ସାବଧାନ ହୋଇଯାନ୍ତୁ । ଆପଣ ବି ବ୍ଲାକମେଲର ଶିକାର ହେବେ । ଅଧିକ ପଢନ୍ତୁ

ସାଇବର ବ୍ଲାକମେଲର ଗିରଫ, ରାଜ୍ୟରେ ଅନେକ ଝିଅ ଶିକାର ଅଭିଯୋଗ
ସାଇବର ବ୍ଲାକମେଲର ଗିରଫ, ରାଜ୍ୟରେ ଅନେକ ଝିଅ ଶିକାର ଅଭିଯୋଗ

ସାଇବର ବ୍ଲାକମେଲର ଗିରଫ, ରାଜ୍ୟରେ ଅନେକ ଝିଅ ଶିକାର ଅଭିଯୋଗ

କଟକ: ସାବଧାନ ! ଆପଣ ପବ୍ଲିକ ଆଇଡିରେ ଇଷ୍ଟାଗ୍ରାମ ଚଳାଉଛନ୍ତି କି ? ଯଦି ହଁ, ତେବେ ସତର୍କ ହୋଇଯାଆନ୍ତୁ । କାରଣ ଆପଣ ଇଷ୍ଟାଗ୍ରାମରେ ପୋଷ୍ଟ କରୁଥିବା ପ୍ରତିଟି ଫଟୋ ଓ ତଥ୍ୟକୁ ବ୍ୟବହାର କରି କେହି ଆପଣଙ୍କୁ ବ୍ଲାକମେଲ କରିପାରେ । ପବ୍ଲିକ ଆଇଡିରେ ଇଷ୍ଟାଗ୍ରାମ ଚଳାଉଥିବା ଲୋକ ବିଶେଷ କରି ଝିଅମାନଙ୍କ ଫଟୋକୁ ସଂଗ୍ରହ କରି ସେମାନଙ୍କୁ ବ୍ଲାକମେଲ କରୁଥିବା ଜଣେ ସାଇବର ଠକକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଦିନେଶ ସେଠୀ ନାମକ ଏହି ସାଇବର ଠକର ଜାଲରେ ପଡ଼ିଥିଲେ କେବଳ କଟକର ଶହେ ଜଣ ଝିଅ । ତେବେ କଟକ ତଥା ରାଜ୍ୟର ଅନେକ ଜିଲ୍ଲାର ହଜାରରୁ ଉର୍ଦ୍ଧ ଝିଅଙ୍କୁ ଦିନେଶ ବ୍ଲାକମେଲ କରିଥିବା ନେଇ ସୁରାକ ପାଇଛି ସାଇବର ପୋଲିସ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ପବ୍ଲିକ ଆଇଡିରେ ଇଷ୍ଟାଗ୍ରାମ ବ୍ୟବହାର କରୁଥିବା ଝିଅମାନଙ୍କୁ ହିଁ ଦିନେଶ ଟାର୍ଗେଟ କରୁଥିଲା । ସେ ପ୍ରଥମେ ଝିଅମାନଙ୍କ ଇଷ୍ଟାଗ୍ରାମ ଆଇଡିରୁ ସେମାନଙ୍କ ଫଟୋ ସଂଗ୍ରହ କରି ବ୍ଲାକମେଲଂ କରୁଥିଲେ । ଏହା ପରେ ସମ୍ପୃକ୍ତ ଯୁବତୀଙ୍କ ନାଁରେ ଆଉ ଏକ ଫେକ ଇଷ୍ଟାଗ୍ରାମ ଆଇଡି ଖୋଲି ସେଥିରେ ଯୁବତୀଙ୍କ ମୂଳ ଫଟୋ ଗୁଡ଼ିକୁ ବିକୃତ କରି ପୋଷ୍ଟ କରୁଥିଲା । ଏପରିକି କିଛି କିଛି ଯୁବତୀଙ୍କ ମୋବାଇଲ ନମ୍ବର ସଂଗ୍ରହ କରି ସେମାନଙ୍କ ସହ ହ୍ୱାଟ୍ସଆପରେ ଚାଟ କରୁଥିଲା । ନିଜ ଇଚ୍ଛା ଅନୁସାରେ ସେହି ଯୁବତୀମାନଙ୍କ ପାଖକୁ ବିକୃତ ଫଟୋ ଗୁଡ଼ିକୁ ପଠାଇ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଦାବି କରୁଥିଲା ।


ଏହା ମଧ୍ୟ ପଢନ୍ତୁ...ଫେକ୍ ଆଇଡିରେ ଯୁବତୀ ସାଜି ଇଞ୍ଜିନିୟରଙ୍କୁ ପ୍ରେମ, ସାଇବର ଠକକୁ ବାନ୍ଧିଲା ପୋଲିସ

ବଡ କଥା ହେଉଛି କି ମୂଳତଃ ପଟାମୁଣ୍ଡାଇ ବାସିନ୍ଦା ଦୀନେଶ ପେସାରେ ଜଣେ ଦିନ ମଜୁରିଆ ଏବଂ ସେ ରାଜ୍ୟ ବାହାରେ ରହି ଶ୍ରମିକ ଭାବେ କାମ କରୁଥିଲା । ତେବେ ଗୋଟିଏ ବର୍ଷ ଧରି ଦିନେଶକୁ ଖୋଜୁଥିବା ସାଇବର ଥାନା ପୋଲିସ ଶେଷରେ ତାକୁ ଗତକାଲି(ଗୁରୁବାର) ଧରିବାରେ ସଫଳ ହୋଇଛି । ଗିରଫ କରିବା ପରେ ଦିନେଶକୁ କୋର୍ଟ ଚାଲାଣ କରିଛି କଟକ ସାଇବର ଥାନା ପୋଲିସ ।

କେବଳ ସେତିକି ନୁହେଁ ବରଂ ଦିନେଶ ହଜାରରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ନେଇ ଏକ ହ୍ୱାଟ୍ସଆପ ଗୃପକୁ ଚଳାଉଥିଲା । ସେ ସଂଗ୍ରହ କରିଥିବା ଯୁବତୀମାନଙ୍କ ମୋବାଇଲ ଫୋନ ନମ୍ବର ସହ ସେମାନଙ୍କ ବିକୃତ ଫଟୋ ଗୁଡ଼ିକୁ ବି ସେହି ଗୃପରେ ପୋଷ୍ଟ କରୁଥିଲା । ଫଳ ସ୍ୱରୂପ ଇଷ୍ଟାଗ୍ରାମ ବ୍ୟବହାର କରୁଥିବା ଯୁବତୀମାନଙ୍କ ମୋବାଇଲକୁ ଅନେକ ଅଜଣା ନମ୍ବରରୁ କଲ ଆସିବା ସହ ସେମାନଙ୍କୁ ଅଶ୍ରିଳ ଭାଷାରେ ଗାଳିଗୁଲୋଜ ଓ ଧମକ ମଧ୍ୟ ଦିଆଯାଉଥିଲା । ଗତବର୍ଷ ଅକ୍ଟୋବର ୩ ତାରିଖରେ କଟକର ଜଣେ ନାବାଳିକାଙ୍କ ପରିବାର ପ୍ରଥମେ ଏହି ଅଭିଯୋଗ କଟକ ସାଇବର ଥାନାରେ କରିଥିଲେ । ଏହା ସହ ଅନେକ ଯୁବତୀ ସମାନ ଅଭିଯୋଗ ନେଇ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details