କଟକ:ପୁରଣ ହେବ କଟକବାସୀଙ୍କ ସ୍ବପ୍ନ । ଲୋକାର୍ପିତ ବହୁ ପ୍ରତୀକ୍ଷିତ ଅତ୍ୟାଧୁନୀକ ବସଷ୍ଟାଣ୍ଡ । ସେପ୍ଟେମ୍ବର ୧୬ ତାରିଖରେ ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ କଟକ ନେତାଜୀ ବସ ଟର୍ମିନାଲ। । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି ଏହି ଟର୍ମିନାଲର ଉଦ୍ଘାଟନ କରିବେ । ଏହାସହ କ୍ଳକ୍ ଟାୱାର, ଅର୍ବାନ ହାଟ, ବୋଟ୍ କ୍ଲବ୍ ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସ, ଜାତୀୟ ଆଇନ୍ ବିଶ୍ୱ ବିଦ୍ୟାଳୟର ପାଠାଗାର ପ୍ରମୁଖ ପ୍ରକଳ୍ପର ଉଦଘାଟନ କରିବା ସହ ଅନେକ ଯୋଜନାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ । ତେବେ ଟର୍ମିନାଲରେ ଆସନ୍ତା ୧୧ରୁ ପରୀକ୍ଷା ମୂଳକ ଭାବରେ ବସ ଚଳାଚଳ ଆରମ୍ଭ ହେବ ।
ଏନେଇ ଆଜି କଟକ ନେତାଜୀ ବସ ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି CMC ମେୟର, କମିଶନର ଓ ବିଧାୟକ । ପାର୍କିଂ ବ୍ୟବସ୍ଥା, ପିଇବା ପାଣି ସହ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନେଇ ସ୍ଥିତି ଅନୁଧ୍ୟାନ କଇଯାଇଛି । ନିର୍ମାଣ ଚାଲିଥିବା ବସ୍ ଟର୍ମିନାଲରେ ଡ୍ରାଇଭର ଏବଂ ହେଲପରମାନଙ୍କ ପାଇଁ ନିର୍ମାଣ ଚାଲିଥିବା ବିଶ୍ରାମ ଗୃହ, ଆହାର କେନ୍ଦ୍ର, ବସ ରହଣି ସ୍ଥାନ ଇତ୍ୟାଦି ସମୀକ୍ଷା କରିଛନ୍ତି ସିଏମସି ଅଧିକାରୀ । ହାତରେ ଆଉ କମ୍ ସମୟ ରହିଥିବାରୁ ଯୁଦ୍ଧ କାଳୀନ ଭିତ୍ତିରେ କାର୍ଯ୍ୟ ସାରିବାକୁ ନିର୍ଦେଶ ଦେଇଛନ୍ତି କମିଶନର । ତେବେ ବସ ଟର୍ମିନାଲରେ ୫୨ଟି ଦୂରଗାମୀ ରାତ୍ରିକାଳୀନ ବସ୍ ରହିବାର ମଧ୍ୟ ବ୍ୟବସ୍ଥା କରାଯାଇଛି ।