ଓଡିଶା

odisha

ନୂଆ ରୂପ ପାଇବ କଟକ ଚଣ୍ଡୀ ମନ୍ଦିର, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ମନ୍ଦିର ମୁଖ୍ୟ ପୂଜକ

By

Published : May 20, 2022, 9:33 PM IST

କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ବିକାଶ ପାଇଁ 70 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ବଦଳିବ କଟକ ଚଣ୍ଡୀ ମନ୍ଦିର, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ମନ୍ଦିର ମୁଖ୍ୟ ପୂଜକ
ବଦଳିବ କଟକ ଚଣ୍ଡୀ ମନ୍ଦିର, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ମନ୍ଦିର ମୁଖ୍ୟ ପୂଜକ

କଟକ: କଟକର ଅଧିଷ୍ଠାତ୍ରୀ ଦେବୀ ମା’ କଟକ ଚଣ୍ଡୀଙ୍କ ମନ୍ଦିର ବିକାଶ ପାଇଁ 70 କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭକ୍ତଙ୍କ ପାଇଁ ବିଭନ୍ନ ସୁବିଧା ସୁଯୋଗ ସହିତ ଏକ ସୁନ୍ଦର ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯିବା ଉଦ୍ଦେଶ୍ୟରେ ଏହି ଅର୍ଥକୁ ବିନିଯୋଗ କରାଯିବା ସହ ବର୍ଷକ ମଧ୍ୟରେ ମନ୍ଦିରର ନବର୍ନିମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେପଟେ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସବୁ ମହଲରୁ ସ୍ବାଗତ କରାଯାଇଛି ।

ବଦଳିବ କଟକ ଚଣ୍ଡୀ ମନ୍ଦିର, ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲେ ମନ୍ଦିର ମୁଖ୍ୟ ପୂଜକ

ତେବେ 5ଟି ସଚିବଙ୍କ ଗସ୍ତ ପରେ ଗତକାଲି(ଗୁରୁବାର) ଆସିଥିଲା ଏହି ଖୁସି ଖବର । ବଦଳିବ ମା' କଟକ ଚଣ୍ଡୀ ମନ୍ଦିର କଳେବର । ମନ୍ଦିର ଏବଂ ଏହାର ପରିସରର ବିକାଶ ପାଇଁ ଏକ ଦୀର୍ଘସୂତ୍ରୀ ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନା ମୁତାବକ ମନ୍ଦିର ପରିସରରେ ନୂଆ ଜଗମୋହନ, ଯଜ୍ଞ ମଣ୍ଡପ, ଚଣ୍ଡୀପାଠ ମଣ୍ଡପ, ମୁଣ୍ଡନ ମଣ୍ଡପ, ହନୁମାନ ମନ୍ଦିର ଏବଂ ନୂଆ ରୋଷଘର ନିର୍ମାଣ କରାଯିବ । ଯାତ୍ରୀଙ୍କ ସୁବିଧା ଓ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ କଣ୍ଟ୍ରୋଲ ରୁମ୍‌, ଅଭ୍ୟର୍ଥନା ଗୃହ (cloak room), ପ୍ରସାଦ ସେବନ ବ୍ୟବସ୍ଥା, ବିଶୁଦ୍ଧ ପାନୀୟ ଜଳ, ବ୍ୟାଖାନ କେନ୍ଦ୍ର ନିର୍ମାଣ କରାଯିବ ।

ଯାତ୍ରୀ ନିବାସ ଏବଂ ବିସ୍ଥାପିତ ହେବାକୁ ଥିବା ଦୋକାନୀଙ୍କ ପାଇଁ ୧୮ଟି ଦୋକାନ, ମନ୍ଦିର ପରିସରରେ ସେବାୟତ ମାନଙ୍କ ପାଇଁ ବିଶ୍ରାମ ଗୃହ, ଅଫିସ ଗୃହ ଆଦି ନିର୍ମାଣ କରାଯିବ । ପାର୍କିଂ ସହିତ ଖୋଲାସ୍ଥାନ ଓ ଲ୍ୟାଣ୍ଡସ୍କେପିଙ୍ଗ (landscaping) ମଧ୍ୟ ବିକାଶ କରାଯିବ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସ୍ବାଗତ କରିଛନ୍ତି ମନ୍ଦିର ପ୍ରଶାସକ। ଏହାସହ OBCC ଦ୍ବାରା ପ୍ରସ୍ତୁତ ଏହି ଯୋଜନା ଅନୁଯାୟୀ, ମନ୍ଦିର ପରିସରକୁ ଅଧିକ ଆକର୍ଷଣୀୟ କରାଯିବ । ମନ୍ଦିର ଚତୁଃପାର୍ଶ୍ବରେ ପଥର ପାଚେରୀ ନିର୍ମାଣ ସହିତ ଚାରି ଦିଗରେ ଚାରିଗୋଟି ଦ୍ବାର ନିର୍ମାଣ କରାଯିବ । ଚଣ୍ଡି ମନ୍ଦିରଟି ରାସ୍ତାର ଅତ୍ୟନ୍ତ ନିକଟରେ ଥିବାରୁ ଭାରିଯାନ ଚଳାଚଳ, ଯାତ୍ରୀ ମାନଙ୍କ ନିରାପତ୍ତା ଉପରେ ବିପଦ ସୃଷ୍ଟି କରୁଛି । ତେଣୁ, ଚଣ୍ଡି ମନ୍ଦିର ସମ୍ମୁଖ ରାସ୍ତାକୁ ଡାଇଭର୍ଟ କରାଯିବ । ଜଳ ନିଷ୍କାସନକୁ ଦୃଷ୍ଟିର ରଖି ମନ୍ଦିର ଚଟାଣକୁ ଉଚ୍ଚା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ମନ୍ଦିରର ନମ ନିର୍ମାଣ ସମୟରେ ଏୖତିହ୍ୟ ଓ ପ୍ରାଚିନତାକୁ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ମନ୍ଦିର ମୁଖ୍ୟ ପୂଜକ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details