ଓଡିଶା

odisha

SCBର 7ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ ଦାଖଲ

By

Published : May 23, 2022, 2:42 PM IST

SCB ମେଡ଼ିକାଲର ୭ ଜଣ ଡାକ୍ତର ନାଁରେ ଚାର୍ଜସିଟ ଦାଖଲ । ଆଇନଜୀବୀ ସପନ କୁମାର ପାଲଙ୍କୁ ଡାକ୍ତରଙ୍କ ଦ୍ଵାରା ଆକ୍ରମଣ କରିବା ଘଟଣାରେ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ । ଅଧିକ ପଢ଼ନ୍ତୁ

Charge sheets filed against 7 doctors of scb medical cuttack
SCBର 7ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ ଦାଖଲ

କଟକ: ଏସସିବି ମେଡ଼ିକାଲର ୭ ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ ଦାଖଲ । ଆଇନଜୀବୀ ସପନ କୁମାର ପାଲ୍‌ଙ୍କୁ ଆକ୍ରମଣ ଘଟଣାରେ ମଙ୍ଗଳାବାଗ ଥାନା ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ରୁଜୁ କରାଯାଇଛି । ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛନ୍ତି କଟକ DCP । ଆଇନଜୀବୀଙ୍କୁ ଡ଼ାକ୍ତରଙ୍କ ଆକ୍ରମଣ ନେଇ ଗତ ଅକ୍ଟୋବର ୨୧,୨୦୨୧ ମସିହାରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଥିଲା ।

SCBର 7ଜଣ ଡାକ୍ତରଙ୍କ ନାଁରେ ଚାର୍ଜସିଟ ଦାଖଲ

ପରେ ପୋଲିସର ନିଷ୍କ୍ରିୟତା ବିରୋଧରେ ସପନ ପାଲ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ତେବେ ଗତ ତିନି ବର୍ଷ ମଧ୍ୟରେ SCB ମେଡ଼ିକାଲର ୪ଟି ମାମଲାରେ ୩୦ ଜଣ ଡାକ୍ତରଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ରୁଜୁ ହୋଇଥିବା ନେଇ ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆବେଦନକାରୀଙ୍କ ଓକିଲ ନିଶିକାନ୍ତ ମିଶ୍ର କହିଛନ୍ତି ଯେ, କଟକ SCB ମେଡିକାଲରେ ରୋଗୀ ଓ ତାଙ୍କର ସମ୍ପର୍କୀୟଙ୍କ ଉପରେ ହେଉଥିବା ଆକ୍ରମଣଙ୍କୁ ହାଇକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ପୂର୍ବରୁ ମଙ୍ଗଳବାଗ ଥାନା ପୋଲିସ ଓ DCPଙ୍କୁ ନୋଟିସ କରିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details