corruption in Cuttack bali yatra କଟକ:ଗତ ମଙ୍ଗଳବାର ଠାରୁ ଶେଷ ହୋଇଛି କଟକ ଐତିହାସିକ ବାଲିଯାତ୍ରା । ବାଲିଯାତ୍ରା ପରେ ପଡିଆର ସ୍ଥିତି ପୁରା ବେହାଲ । ଯାତ୍ରା ପରେ ମେଳା ପଡିଆରେ ପଡି ରହିଥିଲା କୁଢ଼ କୁଢ଼ ଅଳିଆ ଆବର୍ଜନା । ବାଲିଯାତ୍ରାରେ ମେଳା ପଡିଆ ସଫେଇ ପାଇଁ ସିଏମସି ପକ୍ଷରୁ 34 ଲକ୍ଷ ଟଙ୍କାରେ ଟେଣ୍ଡର କରାଯାଇଛି । ହେଲେ ମେଳା ପଡିଆରେ ସଫେଇର ନାଁ ଗନ୍ଧ ନାହିଁ । ସେମିତି ପଡି ରହିଛି ଅଳିଆ ଆବର୍ଜନା । ଜାଗୃତି ସଂସ୍ଥାକୁ ଅଳିଆ ସଫା ନେଇ ନିର୍ଦ୍ଦେଶ ଥିବା ବେଳେ କିନ୍ତୁ ସ୍ଥିତି ଯଥା ପୂର୍ବ ତଥା ପରଂ । ତେବେ ଏହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ବିଜେପି କର୍ପୋରେଟର ।
ତେବେ ପଡ଼ିଆରେ ଆବର୍ଜନା ପଡ଼ିରହିଥିବା ବେଳେ ଗତକାଲି କଟକ ଜିଲ୍ଲାର ବିଭିନ୍ନ କଲେଜର ଶହଶହ ଛାତ୍ରଛାତ୍ରୀ ଝାଡୁ ଧରି ସଫେଇ କାର୍ଯ୍ୟ କରିଥିଲେ । ଶନିବାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ କଲେଜ କର୍ତ୍ତୃପକ୍ଷ ଆଣାଯାଇ ଏହି ସଫେଇ କାର୍ଯ୍ୟରେ ନିୟୋଜିତ କରଯାଇଥିଲା ଏବଂ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ପୂର୍ଵତନ ଜିଲ୍ଲାପାଳ ତଥା ଗଣଶିକ୍ଷାବିଭାଗ ନିର୍ଦ୍ଦେଶକ ଭବାନୀଶଙ୍କର ଚୟନୀ । ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ କର୍ପୋରେଟର ।
ଏହା ମଧ୍ୟ ପଢ଼ନ୍ତୁ....ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ
ବିଜେପି କର୍ପୋରେଟର କହିଛନ୍ତି, "ଯଦି ସିଏମସି ଲକ୍ଷାଧିକ ଟଙ୍କା ବ୍ୟୟ କରି ବାଲିଯାତ୍ରା ସଫେଇ କାମ କରୁଛି ତେବେ ଛାତ୍ରଛାତ୍ରୀଙ୍କୁ କେଉଁ ଉଦ୍ଦେଶ୍ୟରେ ସଫେଇ ପାଇଁ ବ୍ୟବହାର କରାଯାଇଥିଲା । ସଫେଇ ନାଁରେ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଛି । ଏଥିରେ ଯଦି ସେମାନଙ୍କର କୌଣସି କ୍ଷତି ହୁଏ ତେବେ ଏଥିପାଇଁ ଦାୟି କିଏ ରହିବ ? । ଅନ୍ୟପଟେ ବାଲିଯାତ୍ରା ଗେଟ ପାଇଁ ଖର୍ଚ୍ଚ ହୋଇଛି 6 ଲକ୍ଷ କିନ୍ତୁ ଟେଣ୍ଡର ହୋଇଛି 32 ଲକ୍ଷ ଟଙ୍କା । ଏହାଛଡା ବାଣ ଫୁଟା, ପରିମଳ, ଲେଜର ଲାଇଟରେ ଲକ୍ଷାଧିକ ଟଙ୍କାର ଦୁର୍ନୀତି ହୋଇଛି । ବାଲିଯାତ୍ରାରେ ମୋଟ ସାଢ଼େ ଚାରି କୋଟି ଟଙ୍କାର ବ୍ୟୟ ବରାଦ କରିଛି ମହାନଗର ନିଗମ । ସ୍ବଚ୍ଛତା ନାଁରେ ଦୁର୍ନୀତି ହୋଇଛି । ଏହି ଦିଗରର ସିବିଆଇ ତଦନ୍ତ ମଧ୍ୟ ହେବା ଆବଶ୍ୟକ ।" ସେପଟେ ବାଲିଯାତ୍ରା ଦୁର୍ନୀତିକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ କରି ସିଏମସି କମିଶନର ଏବଂ ମେୟରଙ୍କ ଉପରେ ବର୍ଷିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ । ସେ କହିଛନ୍ତି, "ବାଲିଯାତ୍ରାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଛି ଏସବୁ ଦୁର୍ନୀତି ମେୟର ଏବଂ କମିଶନରଙ୍କ ମଧୁଚନ୍ଦ୍ରିକାରେ ହୋଇଛି ।"
ଇଟିଭି ଭାରତ, କଟକ