ଓଡିଶା

odisha

Anubhav Varsha Marital Discord: ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟରେ ଅନୁଭବ

By ETV Bharat Odisha Team

Published : Oct 17, 2023, 8:46 AM IST

କଟକ ପରିବାର ଅଦାଲତ ରାୟଙ୍କୁ ଚ୍ଯାଲେଞ୍ଜ କରି ହାଇକୋର୍ଟରେ ଦ୍ୱାରସ୍ତ ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି । ଅଧିକ ପଢନ୍ତୁ

Anubhav mohanty
Anubhav mohanty

କଟକ: ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲା । ପୁଣି ହାଇକୋର୍ଟରେ ଦ୍ୱାରସ୍ତ ହେଲେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଛାଡପତ୍ର ମାମଲାରେ ପରିବାର ଅଦଲତଙ୍କ ରାୟକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି ଅନୁଭବ। ଅଭିନେତା ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଚଳିତ ବର୍ଷ ସେପ୍ଟେମ୍ବର୍‌ ୨୨ରେ ଖାରଜ କରିଥିଲେ। ଏନେଇ ପରିବାର ଅଦାଲତ ଯେଉଁ ରାୟ ଦେଇଛନ୍ତି ତାହା ରଦ୍ଦ କରାଯାଉ ବୋଲି ଅନୁଭବ ଆବେଦନରେ ଦର୍ଶାଇଛନ୍ତି । କଟକ ପରିବାର ଅଦାଲତ ଅନୁଭବଙ୍କ ଛାଡ଼ପତ୍ର ଆବେଦନ ସହିତ ଦାମ୍ପତ୍ୟ ଜୀବନ ପୁନଃସ୍ଥାପନ ପାଇଁ ବର୍ଷା ରୁଜୁ କରିଥିବା ମାମଲାକୁ ବି କୋର୍ଟ ଖାରଜ କରିଥିଲେ ।

ଅନୁଭବ ମହାନ୍ତି ବିବାହ ବିଚ୍ଛେଦ ପାଇଁ ମାମଲା ଦାୟର କରିଥିବା ବେଳେ ଏକତ୍ର ରହିବା ନେଇ ବର୍ଷା ଆବେଦନ କରିଥିଲେ । କିନ୍ତୁ ଉଭୟଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ କଟକ ପରିବାର ଅଦାଲତ । ଷ୍ଟାର୍‌ ଦମ୍ପତିଙ୍କ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ମାମଲା ଶେଷ ହୋଇଥିଲା । ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା । ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ଅନୁଭବ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର୍‌ ପିଟିସନର ଶୁଣାଣି କରି ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-Anubhav-Varsa Marital Discord: ସୋସିଆଲ ମିଡିଆରେ ଚରିତ୍ର ସଂହାର ଅଭିଯୋଗ ଆଣିଲେ ବର୍ଷା

ବର୍ଷା ପ୍ରିୟଦର୍ଶିନୀଙ୍କ ଜେରା ପ୍ରକ୍ରିୟାକୁ ଜୁଲାଇ ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହାପରେ ୪ ସପ୍ତାହ ମଧ୍ୟରେ ଜବାବ ସୁଆଲ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ଏହା ସହିତ ୩ ମାସ ମଧ୍ୟରେ ଏହି ପାରିବାରିକ ବିବାଦର ଶୁଣାଣି ଶେଷ କରି ପରିବାର ଅଦାଲତ ରାୟ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ଏହି ପାରିବାରିକ ବିବାଦର ମୂଳ ମାମଲା ଅନୁଭଵ ମହାନ୍ତିଙ୍କ ଦ୍ଵାରା ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ୨୦୨୦ ଜୁଲାଇ ୬ ତାରିଖରେ ରୁଜ୍ଜୁ ହୋଇଥିଲା। ଏହାପରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିବା ପାଇଁ ବର୍ଷା ପ୍ରିୟଦର୍ଶିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ୨୦୨୧ ମାର୍ଚ୍ଚ ୫ ତାରିଖରେ ଏହି ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତରିତ କରିଥିଲେ ସୁପ୍ରିମକୋର୍ଟ । କଟକ ପରିବାର ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ଏପ୍ରିଲ ୫ ତାରିଖରେ ପ୍ରଥମ ଥର ପାଇଁ ଉଭୟ କଟକ ପରିବାର ଅଦାଲତରେ ହାଜର ହୋଇଥିଲେ ।

ସେବେଠାରୁ ଉଭୟ ଉଭୟଙ୍କ ନାମରେ ଅନେକ ମକଦ୍ଦମା ବିଭିନ୍ନ କୋର୍ଟରେ ରୁଜ୍ଜୁ କରିଛନ୍ତି । ଅନ୍ୟପଟରେ କଟକ ପରିବାର ଅଦାଲତରେ ମାମଲାର ତ୍ୱରିତ ଶୁଣାଣି ହେଉ ନଥିବା ଦର୍ଶାଇ ମାମଲାକୁ ଭୁବନେଶ୍ୱର ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ଅନୁଭବ ମହାନ୍ତି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ଏହି ମାମଲାର ଶୁଣାଣି କରି କଟକ ପରିବାର ଅଦାଲତ ତିନି ମାସ ମଧ୍ୟରେ ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details