ଓଡିଶା

odisha

ଶିଶୁ ମୃତ୍ୟୁହାର କିପରି ରୋକାଯାଇ ପାରିବ, ସଚେତନ କଲେ ଡାକ୍ତର

By ETV Bharat Odisha Team

Published : Sep 10, 2023, 11:38 AM IST

ଶିଶୁ ମୃତ୍ୟୁ ହାର କମାଇବା ପାଇଁ କର୍ମଶାଳା ଅନୁଷ୍ଠିତ । ଗର୍ଭାବସ୍ଥାର ଶିଶୁ ଓ ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କର କିପରି ଯତ୍ନ ନିଆଯିବ ସେନେଇ କରାଯାଇଛି ସଚେତନ । ଅଧିକ ପଢନ୍ତୁ

ଶିଶୁ ମୃତ୍ୟୁ ହାର କମାଇବା ପାଇଁ କର୍ମଶାଳା ଅନୁଷ୍ଠିତ
ଶିଶୁ ମୃତ୍ୟୁ ହାର କମାଇବା ପାଇଁ କର୍ମଶାଳା ଅନୁଷ୍ଠିତ

ଶିଶୁ ମୃତ୍ୟୁ ହାର କମାଇବା ପାଇଁ କର୍ମଶାଳା ଅନୁଷ୍ଠିତ

କଟକ:ଶିଶୁ ମୃତ୍ୟୁ ହାର କମାଇବା ପାଇଁ ରାଜ୍ୟ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି । ପ୍ରସୂତି ବିଭାଗର ଡାକ୍ତର ଏବଂ ସମସ୍ତ ସାଧାରଣ ଲୋକଙ୍କୁ ଏନେଇ ସଚେତନ କରିବା ପାଇଁ ଏହା ଆସୋସିଏସନ ବିଭିନ୍ନ ପଦକ୍ଷପ ଗ୍ରହଣ କରିଛି । ବିଶେଷକରି ଗର୍ଭାବସ୍ଥାରୁ ଶିଶୁଟି ଜନ୍ମ ହେବାର ଏକ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କର କିପରି ଯତ୍ନ ନିଆଯିବ ସେନେଇ ଅନେକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଅରବିନ୍ଦ ମେଡିକାଲ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ସଠିକ୍ ପରିଚାଳନା ପାଇଁ ଡାକ୍ତରମାନଙ୍କୁ ନେଇ ଏକ କର୍ମଶାଳା ମାଧ୍ୟମରେ ସଚେତନ କରାଯାଇଛି । ଗର୍ଭାବସ୍ଥାରେ କିପରି ମା’ମାନେ ଶିଶୁର ଯତ୍ନ ନେବେ ଏବଂ ଡାକ୍ତରମାନଙ୍କର ଏନେଇ କେଉଁ ପ୍ରକାର କର୍ତ୍ତବ୍ୟ ରହିଛି ସେନେଇ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା ।


ଅରବିନ୍ଦ ମେଡିକାଲ ଆସୋସିଏସନ ସମ୍ପାଦକ ଡାକ୍ତର ଶ୍ୟାମା କାନୁନଗୋ କହିଛନ୍ତି,‘‘ଚିନ୍ତା ବଢ଼ାଉଛି ଶିଶୁ ମୃତ୍ୟୁ ହାର ପ୍ରସଙ୍ଗ। ଯଦିଓ ଏହାର ପ୍ରତିଶତ ପୂର୍ବତୁଳନାରେ ଟିକେ ଅଧିକ ରହୁଛି, ତଥାପି କାହିଁକି ଏବଂ କେଉଁ କାରଣରୁ ରାଜ୍ୟରେ ବିଶେଷକରି ଶିଶୁ ମୃତୁ ହାର ବଢୁଛି ତାହାର କାରଣ ଖୋଜୁଛନ୍ତି ବିଶେଷଜ୍ଞମାନେ । ଏହାକୁ ନେଇ କୌଣସି ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇନାହିଁ । ତଥାପି ବର୍ତ୍ତମାନ ସମୟରେ ଡାକ୍ତରମାନଙ୍କ ପାଇଁ ଏହା ଏକ ଚାଲେଞ୍ଜ ସୃଷ୍ଟି କରିଛି । ବିଶେଷକରି ମା’ ଗର୍ଭରୁ ଶିଶୁ ଟିଏ ଜନ୍ମ ହେବା ପର୍ଯ୍ୟନ୍ତ କଣ ସମସ୍ୟା ରହୁଛି । ଏହି ସମୟ ମଧ୍ୟରେ କେଉଁ କେଉଁ ଦିଗକୁ ଦୃଷ୍ଟିରେ ରଖିବା କଥା ଆଦି ସମସ୍ତ ଦିଗକୁ ଧ୍ୟାନରେ ରଖି ଏହାର ଅନୁଧ୍ୟାନ କରୁଛନ୍ତି ବିଶେଷଜ୍ଞମାନେ ।’’

ଏହା ମଧ୍ୟ ପଢନ୍ତୁ...ପୁଣି ଅଲୋଡ଼ା ଶିଶୁ, ଡାକ୍ତରଖାନା ପାଇଖାନାରୁ ଉଦ୍ଧାର ହେଲା ନବଜାତକ

‘‘ଏହାରି ଭିତରେ ଶିଶୁ ମୃତ୍ୟୁ ହାର ରୋକିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଉଛି ଶ୍ରୀଅରବିନ୍ଦ ମେଡ଼ିକାଲ ଆସୋସିଏସନ୍ । 34ତମ ବାର୍ଷିକ ସମ୍ମିଳନୀରେ ଏଥର ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯାଇଛି । ନବଜାତ ଶିଶୁର ଲାଳନ ପାଳନ ଏବଂ ତାର ସ୍ୱାସ୍ଥ୍ୟର ଯତ୍ନ ସମ୍ପର୍କରେ ବିଷୟ ବସ୍ତୁକୁ ନେଇ ଏହି ଅଧିବେଶନର ମୂଳ ଲକ୍ଷ୍ୟ । ଏଥିରେ ଜାତୀୟ, ଆନ୍ତର୍ଜାତୀୟ ସ୍ଥରର ବହୁ ଶିଶୁ ବିଶେଷଜ୍ଞ ଓ ବୈଜ୍ଞାନିକମାନେ ଯୋଗ ଦେଇ ମାତୃ ଗର୍ଭରୁ ଶିଶୁ ଜନ୍ମ ହେବା ଠାରୁ ତାର ପରବର୍ତ୍ତୀ ସମୟ ମଧ୍ୟରେ ଶାରୀରିକ ମାନସିକ ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details