ଓଡିଶା

odisha

ମହୋତ୍ସବ ସହିତ ହକି ବିଶ୍ୱକପ ପାଇଁ ବୌଦ୍ଧରେ ପ୍ରବଳ ଉତ୍ସାହ

By

Published : Jan 14, 2023, 12:53 PM IST

ବୌଦ୍ଧ ମହୋତ୍ସବ ଗତ ୧୨ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଦ୍ବିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ହକି ସାଙ୍ଗକୁ ମହୋତ୍ସବର ମଜା ନେଇଥିଲେ ଜିଲ୍ଲାବାସୀ । ଅଧିକ ପଢନ୍ତୁ

boudh festival
boudh festival

boudh festival

ବୌଦ୍ଧ:ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି ଜିଲ୍ଲା ମହୋତ୍ସବ । ଗୋଟିଏ ପରେ ଜିଲ୍ଲା ମହୋତ୍ସବ ପାଇଁ ଜିଲ୍ଲାବାସୀ ଉତ୍ସାହିତ ରହିଥିବା ବେଳେ ଅନ୍ୟପଟେ ହକି ବିଶ୍ବକପ ଖୁସିକୁ ଦ୍ବିଗୁଣିତ କରିଛି । ଜିଲ୍ଲା ମହୋତ୍ସବ ସହିତ ହକି ବିଶ୍ୱ କପ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଗୋଟିଏ ପଟରେ ଜିଲ୍ଲା ମହୋତ୍ସବ ଓ ଅନ୍ୟ ପଟରେ ହକି ବିଶ୍ୱକପର ଜବରଦସ୍ତ ମିଶ୍ରଣ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା । ବୌଦ୍ଧ ଜିଲ୍ଲା ମହୋତ୍ସବର ମଣ୍ଡପରେ ପାରମ୍ପରିକ ଲୋକନୃତ୍ୟ ସହିତ ହକି ବିଶ୍ୱ କପର ସିଧାପ୍ରସାରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

ଉଭୟ କାର୍ଯ୍ୟକ୍ରମକୁ ଉପଭୋଗ ପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ହକିର ଉଦଘାଟନୀ ମ୍ୟାଚରେ ଭାରତୀୟ ଦଳର ଜବରଦସ୍ତ ପ୍ରଦର୍ଶନକୁ ନେଇ ଦର୍ଶକ ବେଶ ଆନନ୍ଦରେ ନାଚି ଉଠିଥିଲେ । ବିଶ୍ୱ କପ ହକି ଫିବରରେ ସମସ୍ତେ ପଡିଥିବା ବେଳେ ମହୋତ୍ସବର ଉଦ୍ୟାନ ବିଭାଗ ଷ୍ଟଲରେ ବିଭିନ୍ନ ଫଳରୁ ପ୍ରସ୍ତୁତ ହକି ଟ୍ରଫି ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିରରେ ମକର ସଂକ୍ରାନ୍ତି ନୀତି, ମକର ଚୌରାଶୀ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ଗୋଟିଏ ପଟରେ ମହୋତ୍ସବ ମଣ୍ଡପରେ ଏହି ଦୁଇ କାର୍ଯ୍ୟକ୍ରମ ପାଇଁ ଜବରଦସ୍ତ ଭିଡ ଦେଖିବାକୁ ମିଳିଥିବା ବେଳେ ଅନ୍ୟ ପଟରେ ମହୋତ୍ସବ ପଡିଆରେ ଥିବା ବିଭିନ୍ନ ଷ୍ଟଲରେ ବିଭିନ୍ନ ହାତ ତିଆରି ସାମଗ୍ରୀର ଚାହିଦା ଦେଖିବାକୁ ମିଳିଥିଲା । ଶୀତ ବସ୍ତ୍ର ଠାରୁ ନେଇ ବିଭିନ୍ନ ଘରକରଣା ସାମଗ୍ରୀ, ଜଙ୍ଗଲ ଜାତ ପଦାର୍ଥ, ପାରମ୍ପରିକ ଖାଦ୍ୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା । ତେବେ ଚଳିତ ବର୍ଷ ପ୍ରଥମଥର ପାଇଁ ମେକ ଇନ ବୌଦ୍ଧ ମାଧ୍ୟମରେ ଜିଲ୍ଲାର ବାନ୍ଧ ଶିଳ୍ପ, ତିଆସି ବୁଟ, ତମ୍ବାନାଗ ଶିଳ୍ପକୁ ପ୍ରୋତ୍ସାହନ ପାଇଁ ଉଦ୍ୟମ କରାଯାଇଛି । ଏଣୁ ବିଭିନ୍ନ ଷ୍ଟଲରେ ବୌଦ୍ଧ ଜିଲ୍ଲାର ବାନ୍ଧଶାଢ଼ୀ ଓ ଅନ୍ୟାନ୍ୟ ସାମଗ୍ରୀ ସହିତ ତମ୍ବାରୁ ପ୍ରସ୍ତୁତ ନାଗସାପ ତଥା ଅନ୍ୟାନ୍ୟ ସାମଗ୍ରୀର ବେଶ ଚାହିଦା ପରିଲକ୍ଷିତ ହୋଇଥିଲା । ଜିଲ୍ଲା ମହୋତ୍ସବକୁ ଚଳିତ ବର୍ଷ ଅଧିକ ଆକର୍ଷଣୀୟ କରିବାକୁ ସମସ୍ତ ଉଦ୍ୟମ କରାଯାଇଥିବା ବେଳେ ବିଭିନ୍ନ ମହଲରୁ ଏଭଳି ଭବ୍ୟ କାର୍ଯ୍ୟକ୍ରମ କୁନେଇ ବେଶ ଆନନ୍ଦ ପ୍ରକାଶ ପାଇଛି ।

ଏନେଇ ବୌଦ୍ଧ ବ୍ଲକ ଅଧ୍ୟକ୍ଷ କହିଛନ୍ତି, "ବିକାଶ ଧାରାରେ ବୌଦ୍ଧ ଜିଲ୍ଲା ସାମିଲ ହୋଇଛି । ତାହାର ପ୍ରତିଫଳନ ଏହି ଜିଲ୍ଲା ମହୋତ୍ସବରେ ବାରି ହୋଇପଡୁଛି ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details