ଓଡିଶା

odisha

ବୌଦ୍ଧରେ ଧାନକ୍ରୟ କମିଟିର ବୈଠକ, 25ରୁ ଧାନ କିଣା ଆରମ୍ଭ

By

Published : Nov 6, 2020, 10:57 PM IST

ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ଏଫଏକ୍ୟୁ ମାନର ଧାନ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ବୌଦ୍ଧ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅଧିକ ପଢ଼ନ୍ତୁ...

ବୌଦ୍ଧରେ ଧାନକ୍ରୟ କମିଟିର ବୈଠକ, 25ରୁ ଧାନ କିଣା ଆରମ୍ଭ
ବୌଦ୍ଧରେ ଧାନକ୍ରୟ କମିଟିର ବୈଠକ, 25ରୁ ଧାନ କିଣା ଆରମ୍ଭ

ବୌଦ୍ଧ: ଚଳିତ ବର୍ଷ ବୌଦ୍ଧ ଜିଲ୍ଲାରେ ଏଫଏକ୍ୟୁ ମାନର ଧାନ ଉପରେ ଅଧିକ ଗୁରୁତ୍ବ ଦିଆଯିବ। ନଭେମ୍ବର 25 ତାରିଖରୁ ଧାନ କିଣା ଆରମ୍ଭ ହେବ। ବୌଦ୍ଧ ଜିଲ୍ଲା ସ୍ତରୀୟ ଧାନକ୍ରୟ କମିଟିର ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆୟୋଜିତ ଏହି ବୈଠକରେ ମିଲର୍ସ ଆସୋସିଏସନ କର୍ମକର୍ତ୍ତା, ଚାଷୀ ପ୍ରତିନିଧି, ବିଧାୟକ ଓ ସାଂସଦ ପ୍ରତିନିଧିମାନେ ଯୋଗ ଦେଇଥିଲେ।

ବୌଦ୍ଧରେ ଧାନକ୍ରୟ କମିଟିର ବୈଠକ, 25ରୁ ଧାନ କିଣା ଆରମ୍ଭ

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଧାନ କିଣାର ବିଭିନ୍ନ ଦିଗକୁ ନେଇ ଆଲୋଚନା ହୋଇଥିଲା। ବିଶେଷ ଭାବରେ ଏଫଏକ୍ୟୁ ଧାନ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯିବା ନେଇ ଆଲୋଚନା ହୋଇଥିଲା। ଏହାସହ ନିୟନ୍ତ୍ରିତ ବଜାର କମିଟିର ମାର୍କେଟ ୟାର୍ଡକୁ ବ୍ୟବହାର କରାଯିବା ନେଇ ସୂଚନା ଦିଆଯାଇଛି। ଜିଲ୍ଲାର କଣ୍ଟାମାଳ ଅଞ୍ଚଳରେ ଧାନ ଅମଳ ହେବାକୁ ଅଛି। ଏଥିପାଇଁ ଏହି ଅଞ୍ଚଳରୁ ପ୍ରଥମେ ଧାନ କିଣା ଆରମ୍ଭ ହେବା ନେଇ ସୂଚନା ମିଳିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details