ଓଡିଶା

odisha

ବୌଦ୍ଧର ଏମିତି ଗାଁ: ନା ଅଛି ରାସ୍ତା, ନା ପହଞ୍ଚୁଛି ସରକାରୀ ଯୋଜନା

By

Published : Oct 9, 2022, 10:54 AM IST

ଗାଁକୁ ଯିବାପାଇଁ ନାହିଁ ଭଲ ରାସ୍ତା। ସ୍ବାଧୀନତାର 75 ବର୍ଷ ପରେ ବି ଗାଁକୁ ଯିବାକୁ ନାହିଁ ରାସ୍ତା। ଯାହାଫଳରେ ଯାତାୟତ ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସପ୍ତ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା
ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ: ଗାଁକୁ ଯିବାପାଇଁ ନାହିଁ ଭଲ ରାସ୍ତା ।ସ୍ବାଧୀନତାର 75 ବର୍ଷ ପରେ ବି ଗାଁକୁ ଯିବାକୁ ନାହିଁ ରାସ୍ତା । ଯାହାଫଳରେ ଯାତାୟତ ବେଳେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସପ୍ତ ଗ୍ରାମବାସୀ । ଆଜି ଯାଏଁ ଏହି ଗାଁକୁ ପହଁଞ୍ଚି ପାରିନି ସରକାରଙ୍କ ବିକାଶମୂଳକ ଯୋଜନା । ବୌଦ୍ଧ ଏବଂ କନ୍ଧମାଳ ଜିଲ୍ଲା ଏକଦା ଗୋଟିଏ ଜିଲ୍ଲା ଭାବେ ପରିଚିତ ଥିଲା । ହେଲେ 1994 ମସିହା ଠାରୁ ଦୁଇଟି ଜିଲ୍ଲା ଭିନ୍ନ ଭିନ୍ନ ଭାବରେ ପରିଗଣିତ ହୋଇଥିଲା ।

ଗାଁକୁ ନାହିଁ ରାସ୍ତା, ଅପହଞ୍ଚ ସରକାରୀ ଯୋଜନା

ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଦୁର୍ଗମ ଅଞ୍ଚଳରେ ରହିଛି ଶତାଧିକ ଗ୍ରାମ । ହେଲେ ଏହି ଶତାଧିକ ଗ୍ରାମର ଲୋକେ ଆଜିବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି । ପହଞ୍ଚି ପାରୁନି ସରକାରଙ୍କ କଲ୍ୟାଣକାରୀ ଯୋଜନା । ଏଠାରେ ଯୋଗାଯୋଗର ବିଛିନ୍ନତା ହେତୁ ଏଭଳି ସମସ୍ୟା ରହିଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଫୁଲବାଣୀ ବିଧାୟକ।

ଗମନାଗମନର ଅସୁବିଧା ହେତୁ ଶତାଧିକ ଗ୍ରାମବାସୀ ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଅତି ଜରୁରୀ ପଡ଼ିଲେ ନଈ, ନାଳ ପାର୍ ହୋଇ ଯିବାକୁ ପଡ଼ିଥାଏ ଲୋକଙ୍କୁ । ଖାଲି ସେତିକି ନୁହେଁ କେହି ରୋଗାଗ୍ରସ୍ତ ହେଲେ ସେମାନଙ୍କୁ ଡାକ୍ତରଖାନା ନେବାରେ ମଧ୍ୟ ଅନେକ ଅସୁବିଧା ହୋଇଥାଏ । ସେପଟେ ରାସ୍ତା ଅବସ୍ଥା ଭଲ ନଥିବାରୁ କୌଣସି ଯାନବାହନ କି ଆମ୍ବୁଲାନ୍ସ ମଧ୍ୟ ଆସିପାରେ ନାହିଁ । ଉଭୟ ଜିଲ୍ଲାର ସୀମାନ୍ତବର୍ତ୍ତୀ ଗ୍ରାମ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳରେ ଥିବାରୁ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ୍‌, ଆବାସ, ଜଳସେଚନ, ସାମାଜିକ ସୁରକ୍ଷା ସବୁକିଛି କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି ।

ପିଲାମାନେ ପାଠପଢ଼ି ନପାରିବାରୁ ସେମାନଙ୍କ ଭବିଷ୍ୟତ ମଧ୍ୟ ଏକ ପ୍ରକାରର ଅନ୍ଧାରକୁ ଠେଲି ହୋଇଯାଇଛି । ବହି ବସ୍ତାନୀରେ ଡୋରି ପଡ଼ିଛି । ଦୁନିଆ ବିଷୟରେ ପୁରା ଅଜ୍ଞ ଏହି ଗାଁର ପିଲାମାନେ । ଆଉ ଏହାର ମୁଖ୍ୟକାରଣ ହେଲା ଯୋଗାଯୋଗର ବିଛିନ୍ନତା ।

ଜିଲ୍ଲାର ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗାଁ ଭଳି ପଞ୍ଚାୟତର ସୀମା ସହିତ କନ୍ଧମାଳ ଜିଲ୍ଲାରେ ଫୁଲବାଣୀ ବ୍ଲକର ଅନେକ ଗ୍ରାମର ସୀମା ରହିଛି । ଜିଲ୍ଲାର କାମାରକୋଡା, ଲମ୍ବସରୀ ପଞ୍ଚାୟତର ବଲମତୁପା ଓ ଶଗଡା ପଞ୍ଚାୟତର ସିଗାଡି ଭଳି ତିନୋଟି ଗାଁକୁ ରାସ୍ତା ନିର୍ମାଣ କରାଗଲେ ଏସବୁ ଅଞ୍ଚଳର ଶହଶହ ଅଧିବାସୀ ଉପକୃତ ହୋଇପାରିବେ । ତେବେ ଏସବୁ ରାସ୍ତା ନିର୍ମାଣରେ ବାଧକ ହୋଇଛି ଜଙ୍ଗଲ ବିଭାଗର ରାସ୍ତା । ଏନେଇ ଖୋଦ ଫୁଲବାଣୀ ବିଧାୟକ ବୌଦ୍ଧ ଗସ୍ତରେ ଥିବା ବେଳେ ଗଭୀର ଉଦବେଗ ପ୍ରକାଶ କରିବା ସହିତ ଏନେଇ ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details