ଓଡିଶା

odisha

ବିଦ୍ୟୁତ ଡିଭିଜନରେ ଅଶାନ୍ତି, ଧାରଣାରେ କର୍ମଚାରୀ

By ETV Bharat Odisha Team

Published : Dec 4, 2023, 10:00 PM IST

ଦୀର୍ଘ 15 ରୁ 20 ବର୍ଷ ଧରି କର୍ମଚାରୀ ଭାବରେ କାମ କରିବା ପରେ ମଧ୍ୟ ମିଳୁନି ନିଯୁକ୍ତି ପତ୍ର । ବିଭିନ୍ନ ଦାବି ନେଇ ବିଦ୍ୟୁତ କର୍ମଚାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଆଉଟ୍ ସୋର୍ସିଙ୍ଗ କର୍ମଚାରୀ । ଅଧିକ ପଢ଼ନ୍ତୁ

ଧାରଣାରେ ବିଦ୍ୟୁତ କର୍ମଚାରୀ
ଧାରଣାରେ ବିଦ୍ୟୁତ କର୍ମଚାରୀ

ଧାରଣାରେ ବିଦ୍ୟୁତ କର୍ମଚାରୀ

ବୌଦ୍ଧ: ସମସ୍ୟା ଘେରରେ ବିଦ୍ୟୁତ ଡିଭିଜନର ଆଉଟ୍ ସୋର୍ସିଙ୍ଗ କର୍ମଚାରୀ । ଦୀର୍ଘ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ମିଳିପାରିନାହିଁ । ଏହାଛଡା ଦୈନିକ କାର୍ଯ୍ୟ କରୁଥିବା ସମୟ ଠାରୁ ନେଇ ଦରମା ପ୍ରଦାନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ରହିଥିବା ଅଭିଯୋଗ କରି ଆଜି ଠାରୁ ବୌଦ୍ଧ ଜିଲ୍ଲାର ପ୍ରାୟ ଦୁଇ ଶହ ବିଦ୍ୟୁତ କର୍ମଚାରୀ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବିଦ୍ୟୁତ ବିଭାଗରେ କର୍ମଚାରୀଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି । ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିବା ଆଉଟ୍ ସୋର୍ସିଙ୍ଗ କର୍ମଚାରୀଙ୍କ ନିଯୁକ୍ତି ପତ୍ର ଠାରୁ ନେଇ ସେମାନଙ୍କ ଦରମା ପ୍ରଦାନ କ୍ଷେତ୍ରରେ ମଧ୍ୟ ବ୍ୟାପକ ସମସ୍ୟା ରହିଥିବା ଅଭିଯୋଗ କରି ଆଜି ଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଟାଟା ପାଓ୍ବାର ଅଧିନରେ କାର୍ଯ୍ୟ କରୁଥିବା ଠିକା କର୍ମଚାରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବୌଦ୍ଧ ବିଦ୍ୟୁତ ଡିଭିଜନରେ କାର୍ଯ୍ୟ କରୁଥିବା ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ସେମାନଙ୍କ ବିଭିନ୍ନ ସମସ୍ୟା କୁନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଶେଷ ଭାବରେ ଦୀର୍ଘ ବର୍ଷ ଧରି ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିଲେ ମଧ୍ୟ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉନଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ଏହାଛଡା ଦରମା ବୃଦ୍ଧି କରାଯାଉ ନାହିଁ କିମ୍ବା ପେମେଣ୍ଟ ସ୍ଲିପ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି । ଏନେଇ କର୍ମଚାରୀମାନେ ସିଧାସଳଖ ଆଉଟ୍ ସୋର୍ସିଙ୍ଗ ସଂସ୍ଥା ଶ୍ରଦ୍ଧା ଏଣ୍ଟରପ୍ରାଇଜେସ ଏଜେନ୍ସି ର ମନୋମୁଖୀ କାର୍ଯ୍ୟକୁ ଦାୟୀ କରିଛନ୍ତି । ବିଦ୍ୟୁତ ବିଭାଗରେ ଆଠ ଘଣ୍ଟା ବଦଳରେ ଅଧିକ ସମୟ କର୍ମଚାରୀଙ୍କୁ ନିୟୋଜିତ କରାଯାଉଥିବା ଭଳି ବିଭିନ୍ନ ସମସ୍ୟା କୁନେଇ ବିଦ୍ୟୁତ କର୍ମଚାରୀ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ବିଦ୍ୟୁତ ଯୋଗାଣରେ ଅନିୟମିତତାକୁ ନେଇ ତାତିଲା ବିଜେପି, TPNODL କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ତେବେ ବୌଦ୍ଧ ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ ସଂପାଦକ ଓମ୍ ପ୍ରକାଶ ମହାକୁଡ଼ କହିଛନ୍ତି "ଆଜିକୁ ଦୀର୍ଘ 15 ରୁ 20 ବର୍ଷ ଧରି ପୁରୁଣା କର୍ମଚାରୀ ଭାବରେ କାମ କୁରୁଛୁ । ଏଭଳି ଜିଲ୍ଲାର 200 ପିଲା କାମ କରୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଆମକୁ ନିଯୁକ୍ତି ପତ୍ର ମିଳି ନାହିଁ । ପିଲାଙ୍କୁ ଠିକରେ ପେମେଣ୍ଟ କରାଯାଇ ନାହିଁ । 8 ଘଣ୍ଟା ଯାଗାରେ ଏହାଠାରୁ ଅଧିକ ମସୟ କାମ କରୁଛୁ । କିନ୍ତୁ ଆମକୁ ଠିକରେ ପେମେଣ୍ଟ କରାଯାଉ ନାହିଁ । ତେଣେ ଟାଟା ପାରୁ ଦାବି କରୁଛୁ ଯେ, ତୁରନ୍ତ ଏହାର ସମାଧାନ କରନ୍ତି । ଯଦି ଏହାର କୌଣସି ସମାଧାନ ନହୁଏ ତେବେ ଅନିର୍ଦ୍ଦିଷ୍ଠ କାଳ ପର୍ଯ୍ୟନ୍ତ ଧାରଣାରେ ବସିବୁ ।"

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details