ଓଡିଶା

odisha

ରେଳପଥ ନିର୍ମାଣ ତ୍ବରାନ୍ବିତ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ମନ୍ତ୍ରୀ ପ୍ରଦୀପ ଅମାତଙ୍କ ଆଲୋଚନା

By

Published : Oct 23, 2022, 8:12 AM IST

ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ତେବେ ଏନେଇ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

ରେଳପଥ ନିର୍ମାଣ ତ୍ବରାନ୍ବିତ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା, ସୂଚନା ଦେଲେ ରାଜ୍ୟ ପରିବେଶ ମନ୍ତ୍ରୀ
ରେଳପଥ ନିର୍ମାଣ ତ୍ବରାନ୍ବିତ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା, ସୂଚନା ଦେଲେ ରାଜ୍ୟ ପରିବେଶ ମନ୍ତ୍ରୀ

ବୌଦ୍ଧ: ଜିଲ୍ଲାରେ ଆଗେଇ ପାରୁନି ରେଳପଥ ନିର୍ମାଣ କାର୍ଯ୍ୟ । ବିଭିନ୍ନ ସଂଗଠନର ମିଳିତ ସହଯୋଗରେ ଆନ୍ଦୋଳନ ପାଇଁ ସଜବାଜ ହେଉଛି ରେଳପଥ ନିର୍ମାଣ ସଙ୍ଘର୍ଷ ସମିତି । ବିଗତ ଦିନରେ ମଧ୍ୟ ବୌଦ୍ଧ ଜିଲ୍ଲାପାଳଙ୍କୁ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ଜିଲ୍ଲାରେ ରେଳପଥ ନିର୍ମାଣ ତ୍ବରାନ୍ବିତ କରିବା ସମ୍ପର୍କରେ ସେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ।

ରେଳପଥ ନିର୍ମାଣ ତ୍ବରାନ୍ବିତ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା, ସୂଚନା ଦେଲେ ରାଜ୍ୟ ପରିବେଶ ମନ୍ତ୍ରୀ

ଖୋର୍ଦ୍ଧା- ବଲାଙ୍ଗୀର ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇପାରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ରେଳଲାଇନର ସର୍ବାଧିକ ରାସ୍ତା ବୌଦ୍ଧ ଜିଲ୍ଲା ଦେଇ ଯାଉଥିବା ବେଳେ ସାରା ରାଜ୍ୟର ସର୍ବବୃହତ ଭୂତଳ ଟନେଲ ମାଧପୁର ବନାଞ୍ଚଳରେ ହେବାପାଇଁ ପ୍ରସ୍ତାବ ରହିଛି । ତେବେ ବୌଦ୍ଧ ଜିଲ୍ଲାର ଚାରିଛକ ଠାରୁ ବାଣୀଗୋଛା ପର୍ଯ୍ୟନ୍ତ ରେଳପଥ ପାଇଁ ଜଙ୍ଗଲ ଜମିର ଅନୁମତିକୁ ନେଇ ଏହାର ଭବିଷ୍ୟତ କଣ ହେବ ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ବିଗତ ଦିନରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ ସଙ୍ଘର୍ଷ ସମିତି ପକ୍ଷରୁ ଗଣଧାରଣା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ସେ ଏହି ରେଳପଥ ନିର୍ମାଣ ତ୍ବରାନ୍ବିତ କରିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି । ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, "ରାଜ୍ୟରେ ହେଉଥିବା ରେଳପଥ ନିର୍ମାଣରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ୫୦ ପ୍ରତିଶତ ଲେଖାଏଁ ଅର୍ଥ ଖର୍ଚ୍ଚ କରିବା ପାଇଁ ବ୍ୟବସ୍ଥା ରହିଛି । କିନ୍ତୁ ଆଜିର ଦିନରେ ଏହି ରେଳପଥ ପାଇଁ ରାଜ୍ୟ ସରକାର ପ୍ରାୟ ୭୦ ରୁ ୭୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି । ତେବେ ରେଳ ଚଳାଚଳ କଲେ ଏଥିରୁ କୌଣସି ବି ଅର୍ଥ ରାଜ୍ୟ ସରକାର ପାଇବେ ନାହିଁ ।" ତେବେ ଏହି ରେଳପଥ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ ଆଲୋଚନା କରିଥିବା ସୂଚନା ଦେଇ ସେ କହିଛନ୍ତି, "ଏନେଇ ମୁଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ସହ ଆଲୋଚନା କରି ସକରାତ୍ମକ ଉତ୍ତର ପାଇଛି । ସେ ଆମ ଚିଠି ପାଇଛନ୍ତି ଓ ଖୁବଶୀଘ୍ର ଏହି କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।"

ଇଟିଭି ଭାରତ, ବୌଦ୍ଧ

TAGGED:

ABOUT THE AUTHOR

...view details