ଓଡିଶା

odisha

ମାଓ ଅଧ୍ୟୁଷିତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

By ETV Bharat Odisha Team

Published : Dec 27, 2023, 7:09 AM IST

Boudh Basic Facilities Problem: ବୌଦ୍ଧ ଜିଲ୍ଲାର ଶଗଡ଼ା ପଞ୍ଚାୟତ ସରକାରୀ ଅବହେଳାର ଶିକାର । ସ୍ବାସ୍ଥ୍ୟସେବାଠାରୁ ନେଇ ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାର ରହିଛି ଲମ୍ବା ତାଲିକା । ଅଧିକ ପଢ଼ନ୍ତୁ

ମାଓ ଅଧ୍ୟୁଷିତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା
ମାଓ ଅଧ୍ୟୁଷିତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ମାଓ ଅଧ୍ୟୁଷିତ ପଞ୍ଚାୟତରେ ଅପହଞ୍ଚ ସରକାରୀ ଯୋଜନା

ବୌଦ୍ଧ: ମାଳମାଳ ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ । ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତରେ ସ୍ବାସ୍ଥ୍ୟସେବାଠାରୁ ନେଇ ପାନୀୟଜଳ, ଗମନାଗମନ ଭଳି ବିଭିନ୍ନ ସମସ୍ୟାର ଲମ୍ବା ତାଲିକା ରହିଥିବା ଅଭିଯୋଗ ହୋଇଛି । ସରକାରୀ ଅବହେଳାର ଶିକାର ହୋଇଛି ବୌଦ୍ଧ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସୀମାନ୍ତ ପଞ୍ଚାୟତ ଶଗଡ଼ା । ଶଗଡ଼ା ଅଞ୍ଚଳ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଜଳସେଚନ ପ୍ରକଳ୍ପ ପାଇଁ ବେଶ ପ୍ରସିଦ୍ଧି ଲାଭ କରିଥିଲେ ମଧ୍ୟ ପଞ୍ଚାୟତର ବିକାଶ ଠିକ୍‌ରେ ହୋଇ ପାରୁନଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲା ତଥା କନ୍ଧମାଳ ଜିଲ୍ଲାର ସୀମାନ୍ତରେ ଥିବା ଶଗଡ଼ା ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ।

ସେହିପରି ବଣ ଜଙ୍ଗଲ ଘେରା ଦୁର୍ଗମ ଅଞ୍ଚଳକୁ ଶଗଡ଼ା ସଦର ମହକୁମାଠାରୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଦୂର ସ୍ଥାନକୁ ଯାତ୍ରା ଲୋକଙ୍କ ପାଇଁ କଷ୍ଟଦାୟକ ହୋଇ ପଡ଼ିଛି । ସ୍ଥାନୀୟ ଅଧିବାସୀମାନେ ଆବାସ, ରାସନ୍, ସାମାଜିକ ସୁରକ୍ଷା ଭଳି ବିଭିନ୍ନ ଯୋଜନାର ସୁଫଳ ଠିକ୍‌ରେ ପାଇପାରୁ ନାହାନ୍ତି । ସେପଟେ ଏହି ଦୁର୍ଗମ ଅଞ୍ଚଳର ଭୌଗଳିକ ଅବସ୍ଥିତିରେ ମାଓବାଦୀଙ୍କ ଗତିବିଧି ସକ୍ରିୟ ରହିଛି । ଶଗଡ଼ାଠାରେ ଏକ ଫାଣ୍ଡି ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ଡ଼ାକ୍ତର ଅଭାବରୁ ଏଠାରେ ସ୍ବାସ୍ଥ୍ୟସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ତେଣୁ ସରଳ ଆଦିବାସୀ ଅଧିବାସୀମାନେ ବାଧ୍ୟ ହୋଇ ଝଡାଫୁଙ୍କା ଓ ଗୁଣିଗାରେଡି ଉପରେ ନିର୍ଭରଶୀଳ ।

ଏହା ମଧ୍ୟ ପଢନ୍ତୁ...ନୂଆବର୍ଷରେ ପାଇଁ ବୌଦ୍ଧରେ ପର୍ଯ୍ୟଟକଙ୍କ ଭିଡ, ପିକନିକ ସ୍ପଟର ବିକାଶ ପାଇଁ 'ଅକ୍ସି ଟୁରିଜିମ'

ଶଗଡ଼ାଠାରେ ବାଘନଦୀ ସେଚ ପ୍ରକଳ୍ପ ଜିଲ୍ଲାର ଅନ୍ୟତମ ବୃହତ ଜଳସେଚନ ପ୍ରକଳ୍ପ ହୋଇଥିବା ବେଳେ ଦୀର୍ଘ ଦିନ ହେଲା ଏହାର ରକ୍ଷଣାବେକ୍ଷଣ ହେଉନଥିବାରୁ ତାହା ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଏହାର ଠିକ ଉପର ମୁଣ୍ଡରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଖଣ୍ଡିକନପା ଏକ ପ୍ରସିଦ୍ଧ ପିକ୍‌ନିକ୍‌ ସ୍ପଟ୍ ହୋଇଥିଲେ ମଧ୍ୟ ଏଠାରେ ପର୍ଯ୍ୟଟକଙ୍କ ପାଇଁ ଆନୁସଙ୍ଗିକ ସୁବିଧା କରାଯାଇ ନାହିଁ । ଯାହା ଫଳରେ ଜିଲ୍ଲାର ପର୍ଯ୍ୟଟନ ବିକାଶର ସମ୍ଭାବନା ମଉଳି ଯାଉଛି । ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details