ଓଡିଶା

odisha

ଅବ୍ୟବସ୍ଥା ଘେରରେ ଧାନ ମଣ୍ଡି, ରାଜରାସ୍ତା ଅବରୋଧ କଲେ ଚାଷୀ

By ETV Bharat Odisha Team

Published : Dec 28, 2023, 7:40 AM IST

Irregularities In Paddy Procurement: ବୌଦ୍ଧ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ । ଟୋକନ ସମସ୍ୟାକୁ ନେଇ ଚାଷୀଙ୍କ ରାଜରାସ୍ତା ଅବରୋଧ ।ଅଧିକ ପଢନ୍ତୁ

ଅବ୍ୟବସ୍ଥା ଘେରରେ ଧାନମଣ୍ଡି, ଅସୁବିଧା ଭୋଗୁଛନ୍ତି ମର୍ଜାକୁଦର ଚାଷୀ
ଅବ୍ୟବସ୍ଥା ଘେରରେ ଧାନମଣ୍ଡି, ଅସୁବିଧା ଭୋଗୁଛନ୍ତି ମର୍ଜାକୁଦର ଚାଷୀ

ଅବ୍ୟବସ୍ଥା ଘେରରେ ଧାନମଣ୍ଡି, ଅସୁବିଧା ଭୋଗୁଛନ୍ତି ମର୍ଜାକୁଦର ଚାଷୀ

ବୌଦ୍ଧ: ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଟୋକନ ସମସ୍ୟାକୁ ନେଇ ବୁଧବାର ଦିନ ଚାଷୀ ରାଜରାସ୍ତା ଅବରୋଧ କରିଛନ୍ତି । ବୌଦ୍ଧ ଜିଲ୍ଲାର ସମସ୍ତ ଧାନ ମଣ୍ଡି ଖୋଲା ସରିଛି । କିନ୍ତୁ ଅଧିକାଂଶ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ଘେରରେ ଧାନ କ୍ରୟ ଚାଲିଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଧାନ ମଣ୍ଡି ଚାଲିଛି । ଏହାରି ଭିତରେ ଟୋକନ ସମସ୍ୟାକୁ ନେଇ ଉତ୍ୟକ୍ତ ଚାଷୀ ବୁଧବାର ରାଜରାସ୍ତା ଅବରୋଧ କରିଛନ୍ତି ।

ଓଡ଼ିଶାର ଅନ୍ୟତମ କୃଷି ପ୍ରଧାନ ଜିଲ୍ଲା ବୌଦ୍ଧର ସମସ୍ତ ଧାନ ମଣ୍ଡି ଖୋଲା ସରିଛି । ବୁଧବାର ଶେଷ ପର୍ଯ୍ୟାୟରେ ସଦର ମହକୁମା ଧାନ ମଣ୍ଡି ଚାଷୀଙ୍କ ପାଇଁ ଖୋଲାଯାଇଛି । ଜିଲ୍ଲାର ସମୁଦାୟ ୬୦ ଗୋଟି ଧାନ କ୍ରୟ କେନ୍ଦ୍ରରେ ଧାନ କ୍ରୟ ଆରମ୍ଭ ହୋଇଛି । ଚଳିତ ବର୍ଷ ଭଲ ପାଣିପାଗ ଯୋଗୁଁ ବମ୍ପର ଧାନ ସଂଗ୍ରହ ହେବାର ଲକ୍ଷ୍ୟ ରହିଛି । ବିଭିନ୍ନ ସ୍ଥାନରେ ଖୋଲା ଯାଇଥିବା ଧାନ କ୍ରୟ କେନ୍ଦ୍ର ମଧ୍ୟରୁ ଅଧିକାଂଶ ଅନେକ ସ୍ଥାନରେ ବ୍ୟାପକ ଅବ୍ୟବସ୍ଥା ଘେରରେ ରହିଥିବା ଅଭିଯୋଗ ହୋଇଛି । ଅନେକ ସ୍ଥାନରେ ଖୋଲା ଆକାଶ ତଳେ ଧାନ ମଣ୍ଡି ଚାଲିଥିବା ବେଳେ ପିଣ୍ଡି ଅଭାବରୁ ପଡିଆ ନଚେତ କୌଣସି ଅପନ୍ତରା ସ୍ଥାନରେ ଧାନ କ୍ରୟ ହେଉଛି ।

ଏହା ମଧ୍ୟ ପଢନ୍ତୁ...ଧାନ ସଂଗ୍ରହ ଆରମ୍ଭରୁ ମୁଣ୍ଡରେ ବାଜିଲାଣି ଚାଳ, କଟନୀ ଛଟନୀ ଅଭିଯୋଗ

ଏପରିକି ବୁଧବାର ସଦର ମହକୁମା ଧାନ କ୍ରୟ କେନ୍ଦ୍ରର ଅଧିକାଂଶ ଚାଷୀ ଦ୍ୱୀପାଞ୍ଚଳ ମର୍ଜାକୁଦର ହୋଇଥିବା ବେଳେ ସ୍ଥାନ ଅଭାବରୁ ଧାନ ମଣ୍ଡିକୁ ହରଭଙ୍ଗା ବ୍ଲକ ସରସରା ପଞ୍ଚାୟତର ମାଉଳିସିଙ୍ଗା ଗାଁ ଖେଳ ପଡ଼ିଆରେ ଖୋଲାଯାଇଛି । ଫଳରେ ମର୍ଜାକୁଦ ଦ୍ବୀପାଞ୍ଚଳର ଚାଷୀ ବାଧ୍ୟ ହୋଇ 5 କିଲୋମିଟର ଦୂରରେ ଖୋଲା ଯାଇଥିବା ଉକ୍ତ ଧାନ କ୍ରୟ କେନ୍ଦ୍ରକୁ ଧାନ ନେଇ ଆସିଥିଲେ । ତେବେ ମର୍ଜାକୁଦ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ତାହା ଉଦଘାଟନ ହୋଇ ନଥିବାରୁ ଉକ୍ତ ସେତୁ ଦେଇ ଟ୍ରକ ଓ ଅନ୍ୟାନ୍ୟ ଭାରିଯାନ ଚଳାଚଳ ନିଷେଦ୍ଧ ରହିଛି । ଏନେଇ ମର୍ଜାକୁଦ ଦ୍ୱୀପାଞ୍ଚଳର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଜିଲ୍ଲାର ବିଭିନ୍ନ ଧାନ କ୍ରୟ କେନ୍ଦ୍ରରେ ଏଫ୍ ଏକ୍ୟୁ ମାନର ଧାନ ନାଁରେ ଚାଷୀଙ୍କ ଠାରୁ ତିନି କେଜିରୁ ଆଠ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରୁଥିବା ଅଭିଯୋଗ ହୋଇଛି । ସେପଟେ ବୁଧବାର କଣ୍ଟାମାଳ ବ୍ଲକର ସିମିଳିପଦର ଅଞ୍ଚଳର ଶତାଧିକ ଚାଷୀ ସେମାନଙ୍କ ଟୋକନ ସମସ୍ୟାକୁ ନେଇ ପଲସାଗୋରା ଠାରେ ରାଜ୍ୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିବା ସହିତ ଏହି ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details