ଓଡିଶା

odisha

ଇଟିଭି ଭାରତ ପ୍ରଭାବ: ଆଠବର୍ଷ ଝିଅ ପାଖରେ ପହଞ୍ଚିଲା ପ୍ରଶାସନ

By

Published : Sep 18, 2020, 7:40 AM IST

Updated : Sep 18, 2020, 7:53 AM IST

ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ, ଏହି ଶୀର୍ଷକ ଖବର ‘ଇଟିଭି ଭାରତ’ରେ ପ୍ରସାରଣ ପରେ ବିଭିନ୍ନ ମହଲରୁ ଦୁଃଖ ପ୍ରକାଶ ସହ ସହାୟତାର ହାତ ବଢିଛି । ଖୋଦ ବିଡିଓ ଏହି ଅସହାୟ ପରିବାର ନିକଟରେ ପହଞ୍ଚି ଅନ୍ୟାଦେଶ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ ପ୍ରଭାବ:  ଆଠବର୍ଷ ଝିଅ ପାଖରେ ପହଞ୍ଚିଲା ପ୍ରଶାସନ
ଇଟିଭି ଭାରତ ପ୍ରଭାବ: ଆଠବର୍ଷ ଝିଅ ପାଖରେ ପହଞ୍ଚିଲା ପ୍ରଶାସନ

ବୌଦ୍ଧ:ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ, ଏହି ଶୀର୍ଷକ ଖବର ଇଟିଭି ଭାରତରେ ପ୍ରସାରଣ ପରେ ବିଭିନ୍ନ ମହଲରୁ ଦୁଃଖ ପ୍ରକାଶ ସହ ସହାୟତାର ହାତ ବଢିଛି । ଖୋଦ ବିଡିଓ ଏହି ଅସହାୟ ପରିବାର ନିକଟରେ ପହଞ୍ଚି ଅନ୍ୟାଦେଶ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ ପ୍ରଭାବ: ଆଠବର୍ଷ ଝିଅ ପାଖରେ ପହଞ୍ଚିଲା ପ୍ରଶାସନ

‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଅସହାୟ ପରିବାର ନିକଟରେ ପହଞ୍ଚିଲା ପ୍ରଶାସନ । ବୌଦ୍ଧ ଜିଲ୍ଲା ରାଧାନଗର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ପରିତ୍ୟକ୍ତ ଘରେ ଜଣେ ଆଠ ବର୍ଷର ନାବାଳିକା ପରିବାରର ବୋଝ ମୁଣ୍ଡାଇଥିବା ସମ୍ପର୍କିତ ଖବର ‘ଇଟିଭି ଭାରତ’ରେ ପ୍ରସାରିତ ହୋଇଥିଲା । ନାବାଳିକାଙ୍କ ପିତା ଦୁର୍ଘଟଣାରେ ପୀଡିତ ହୋଇ ପଡି ରହିଥିବା ବେଳେ ମା’ଙ୍କ ମାନସିକ ସ୍ଥିତି ଠିକ ନାହିଁ । ଫଳରେ କୁନି ଝିଅଟି ପଢିବା ଖେଳିବା ବୟସରେ ନିଜ ସାନ ଦୁଇ ଭାଇ ଓ ବାପା ମା'ଙ୍କ ସେବା ସହିତ ରୋଷେଇବାସ କାର୍ଯ୍ୟ ମଧ୍ୟ ତୁଲାଉଛି ।

ଏହା ମଧ୍ୟ ପଢନ୍ତୁ: ଭୋକର ବିକଳ ଚିତ୍ର, ଆଠବର୍ଷର ନାବାଳିକା ପିଠିରେ ପରିବାରର ବୋଝ

ତେବେ ଖବର ପ୍ରସାରଣର କେଇ ଘଣ୍ଟା ମଧ୍ୟରେ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା ଉକ୍ତ ଅସହାୟଙ୍କ ନିକଟରେ ପହଞ୍ଚିବା ସହ ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ପରିବାରକୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେପଟେ ଜିଲ୍ଲା ରେଡକ୍ରସ ସୋସାଇଟି ପକ୍ଷରୁ ମଧ୍ୟ ଅସହାୟ ପରିବାରକୁ ରାସନ ସାମଗ୍ରୀ ଯୋଗାଇ ଦେବାସହ ବିଭିନ୍ନ ସ୍ତରରୁ ଏମାନଙ୍କ କିଭଳି ସ୍ଥାୟୀ ବ୍ୟବସ୍ଥା କରାଯାଇପାରିବ ସେନେଇ ଚେଷ୍ଟା କରାଯିବ ବୋଲି ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Sep 18, 2020, 7:53 AM IST

ABOUT THE AUTHOR

...view details