ଓଡିଶା

odisha

ହରଭଙ୍ଗା ବ୍ଲକରେ ଉତ୍କଟ ପାନୀୟ ଜଳ ସମସ୍ୟା, ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ

By

Published : Apr 21, 2023, 12:40 PM IST

ହରଭଙ୍ଗା ବ୍ଲକରେ ପାନୀୟଜଳର ଉତ୍କଟ ସମସ୍ୟା । ଇଟିଭି ଭାରତରେ ଖବର ପ୍ରସାରଣ ପରେ ଶୀଘ୍ର ସମାଧାନ ପାଇଁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ହରଭଙ୍ଗା ବ୍ଲକରେ ପାନୀୟଜଳର ଉତ୍କଟ ସମସ୍ୟା
ହରଭଙ୍ଗା ବ୍ଲକରେ ପାନୀୟଜଳର ଉତ୍କଟ ସମସ୍ୟା

ହରଭଙ୍ଗା ବ୍ଲକରେ ପାନୀୟଜଳର ଉତ୍କଟ ସମସ୍ୟା

ବୌଦ୍ଧ: ଜିଲ୍ଲାରେ ପାଣି ସମସ୍ୟା ନେଇ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ହେବା ପରେ ଗୁରୁବାର ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିବା ସହିତ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଜହ୍ନାପଙ୍ଗ ଗ୍ରାମବାସୀଙ୍କୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବ୍ଲକ ସରପଞ୍ଚ ସଂଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅବହେଳିତ ହରଭଙ୍ଗା ଗାଁ, ପହଞ୍ଚି ପାରୁନି ମୌଳିକ ସୁବିଧା

ଡହ ଡହ ଖରାରେ ସିଝୁଛି ସାରା ଜିଲ୍ଲା । ଆକାଶରୁ ଖସୁଛି ଅଗ୍ନି ବର୍ଷା । ଦିନ ଦଶଟା ବେଳକୁ ରାସ୍ତାଘାଟ ଖାଲି ହୋଇ ଯାଉଛି । ଅତି ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରୁ ନାହାନ୍ତି । ଆଉ ଏଭଳି ସମୟରେ ପାନୀୟଜଳର ଉତ୍କଟ ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ପାନୀୟଜଳ ଓ ଅନ୍ୟାନ୍ୟ ସମସ୍ୟାକୁ ନେଇ ବ୍ଲକ ସରପଞ୍ଚ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି ।

ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ପାରଦ 43 ଡିଗ୍ରୀ ଉପରେ ରହୁଥିବା ବେଳେ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀରେ ଜଳପ୍ରବାହ ଆଶାତୀତ ହ୍ରାସ ପାଇଛି । ଫଳରେ ଜିଲ୍ଲାରେ ଆବଶ୍ୟକତା ମୁତାବକ ପାନୀୟଜଳ ଯୋଗାଣ ରେ ବାଧା ହେବାର ଆଶଙ୍କା ସୃଷ୍ଟି ହୋଇଛି ।ଏହାଛଡା ଭୂତଳ ଜଳ ମଧ୍ୟ ହ୍ରାସ ପାଉଥିବାରୁ ନଳକୂପ ଗୁଡିକ ମଧ୍ୟ ଅନେକ ସ୍ଥାନରେ ଅଚଳ ହୋଇପଡୁଛି । ଜିଲ୍ଲାର ତିନୋଟି ବ୍ଲକରେ ମେଗା ପାନୀୟଜଳ ମାଧ୍ୟମରେ ପ୍ରତ୍ୟେକ ଗ୍ରାମର ପରିବାରକୁ ପାନୀୟଜଳ ଯୋଗାଣର ଲକ୍ଷ୍ୟ ରଖାଯାଇଛି ।

ବୌଦ୍ଧ ସଦର ବ୍ଲକ ନିମନ୍ତେ ମହାନଦୀର ଜଗତୀ ଘାଟ ନିକଟରେ ନିର୍ମାଣ ହୋଇଥିବା ମେଗା ପାନୀୟଜଳ ପ୍ରକଳ୍ପରୁ ଜହ୍ନାପଙ୍ଗ ଗ୍ରାମବାସୀ ପାଣି ପାଇପାରୁ ନଥିଲେ । ଏ ସମ୍ପର୍କରେ ଗୋଟିଏ ଦିନ ପୂର୍ବରୁ ‘ଇଟିଭି ଭାରତ’ରେ ଖବର ପ୍ରସାରଣ ପରେ ଗୁରୁବାର ବୌଦ୍ଧ ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ପରଖିବା ସହିତ ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରି ଜହ୍ନାପଙ୍ଗ ଗ୍ରାମବାସୀଙ୍କୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ସେପଟେ ମହାନଦୀ କୂଳରେ ଥିବା ବାଇଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଛି ।


ସରସରା ଠାରୁ ଅତଳସରା ପର୍ଯ୍ୟନ୍ତ ବିଭିନ୍ନ ଗ୍ରାମରେ ଜଳସ୍ତର ହ୍ରାସ ଯୋଗୁଁ ପାନୀୟଜଳର ସମସ୍ୟା ଦେଖାଦେଇ ଥିବା ବେଳେ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ପାହାଡି ଝରଣାର ଶୁଷ୍କ ଶଯ୍ୟାରୁ ଚୂଆଖୋଳି ପାଣି ସଂଗ୍ରହ ଏକମାତ୍ର ମାଧ୍ୟମ ହୋଇଛି । ଗୋଟିଏ ପଟରେ ଆକାଶରୁ ଅଗ୍ନି ବର୍ଷା ହେଉଥିବା ବେଳେ ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ପରିବେଶକୁ ଅଧିକ ଉତ୍ତପ୍ତ କରିପକାଉଛି । ହରଭଙ୍ଗା ବ୍ଲକରେ ପାନୀୟଜଳର ସମସ୍ୟା ଓ ଅନ୍ୟାନ୍ୟ ବିଭିନ୍ନ ସମସ୍ୟା ନେଇ ଗୁରୁବାର ହରଭଙ୍ଗା ବ୍ଲକ ସରପଞ୍ଚ ସଂଘର ଏକ ପ୍ରତିନିଧି ମଣ୍ଡଳୀ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିବା ନେଇ ସୂଚନା ମିଳିଛି । ତେବେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅଧିକାରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଜିଲ୍ଲାରେ ପାନୀୟଜଳର ଘୋର ସଙ୍କଟ ସୃଷ୍ଟି ହେଉଥିବା ସାଧାରଣରେ ଅଭିଯୋଗ ହୋଇଛି ।


ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details