ଓଡିଶା

odisha

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ: ମନ ମୋହୁଛି ନିର୍ମଳ ପରିବେଶ ଓ ଫୁଲ ଫଳର ସମ୍ଭାର

By

Published : Feb 7, 2023, 11:15 AM IST

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ । ରଙ୍ଗବେରଙ୍ଗୀ ଫୁଲ ସହ ଔଷଧୀୟ ଉଦ୍ୟାନର ସୌନ୍ଦର୍ଯ୍ୟରେ ବିମୋହିତ ରୋଗୀ ଓ ସମ୍ପର୍କୀୟ । ଅଧିକ ପଢ଼ନ୍ତୁ

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ
ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ

ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପାର୍କର ଭ୍ରମ

ବୌଦ୍ଧ:ପାର୍କର ଭ୍ରମ ସୃଷ୍ଟି କରୁଛି ଉପାନ୍ତ ଅଞ୍ଚଳରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର । ସବୁଜ ଘାସ ଗାଲିଚା, ରଙ୍ଗବେରଙ୍ଗୀ ଫୁଲ ସହ ଔଷଧୀୟ ଉଦ୍ୟାନରେ ରମଣୀୟ ଦିଶୁଛି ସ୍ବାସ୍ଥ୍ୟକେନ୍ଦ୍ର ପରିସର । ସ୍ବଚ୍ଛ ନିର୍ମଳ ଓ ସବୁଜ ସୁନ୍ଦର ପରିବେଶ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏବଂ ତାଙ୍କର ସମ୍ପର୍କୀୟଙ୍କ ମନ ମୋହୁଛି । ଚିକିତ୍ସା ପୂର୍ବରୁ ପ୍ରଥମେ ବୁଲିବୁଲି ମନୋରମ ପରିବେଶକୁ ଭରପୁର ଉପଭୋଗ କରୁଛନ୍ତି ରୋଗୀ । ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ସୀମାନ୍ତରେ ପ୍ରବାହିତ ତେଲନଦୀ ଓ ଖଡଙ୍ଗ ନଦୀର ସଂଗମ ସ୍ଥଳରେ ଅବସ୍ଥିତ ଖୁଣ୍ଟିଗୋରା ପଞ୍ଚାୟତର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଖୁଣ୍ଟିଗୋରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳ ଖୁଣ୍ଟିଗୋରା ସମେତ ନାରାୟଣ ପ୍ରସାଦ, ଉମା, ଆମ୍ବଗାଁ, ଖମନମୁଣ୍ଡା ବରଗାଁ ଇତ୍ୟାଦି ପଞ୍ଚାୟତର ଲୋକେ ନିର୍ଭରଶୀଳ । ଏପରିକି ଏହାର ସୀମାକୁ ସଂଲଗ୍ନ କନ୍ଧମାଳ, କଳାହାଣ୍ଡି, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର କେତେକ ପଞ୍ଚାୟତର ଅଧିବାସୀ ମଧ୍ୟ ଚିକିତ୍ସା ପାଇଁ ଏଠାକୁ ଆସିଥାନ୍ତି । ପୂର୍ବରୁ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ନାନା ଅବ୍ୟବସ୍ଥା ଲାଗି ରହୁଥିବା ବେଳେ ବର୍ତ୍ତମାନ ଏଠାକାର ପରିବେଶ ଓ ସ୍ବାସ୍ଥ୍ୟସେବାରେ ବିରାଟ ପରିବର୍ତ୍ତନ ଆସିଛି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ରଙ୍ଗ ବେରଙ୍ଗ ଫୁଲ ସହିତ ଔଷଧୀୟ ବଗିଚା, ଫଳ ବଗିଚା ସହିତ ବର୍ଷା ଜଳ ସଂରକ୍ଷଣ, ଜୈବିକ ଖତ ପ୍ରସ୍ତୁତି ବ୍ୟବସ୍ଥା କରାଯାଇଛି । ଯାହାକି ପ୍ରତିଟି ଦେଖଣାହାରୀଙ୍କୁ ଆକର୍ଷିତ କରୁଛି । ଜିଲ୍ଲାର ସୀମାନ୍ତ ଥିବା ଏହି ବଣ ଜଙ୍ଗଲ ଘେରା ଅଞ୍ଚଳରେ ଦିନେ ମୋବାଇଲ ନେଟୱର୍କ ପାଇଁ ସମସ୍ୟା ରହୁଥିବା ବେଳେ ବର୍ତ୍ତମାନ ସେଠାରେ ଅନଲାଇନ ଓ ଟେଲିପ୍ୟାଥି ମାଧ୍ୟମରେ ଚିକିତ୍ସା ପାଇଁ ରୋଗୀମାନେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ ନେଇ ପାରୁଛନ୍ତି । ଏପରିକି ଏଠାକୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଏହି ମନୋରମ ପରିବେଶରେ ଅଧା ରୋଗମୁକ୍ତ ଅନୁଭବ କରୁଥିବା କୁହନ୍ତି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଖୁଣ୍ଟିଗୋରା ସ୍ବାସ୍ଥ୍ୟକେନ୍ଦ୍ରକୁ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ପୋଷ୍ୟ ଭାବେ ଗ୍ରହଣ କରିବା ପରେ ଏହାର ଏପରି ସୌନ୍ଦର୍ଯ୍ୟକରଣ ହୋଇଛି । ଏହାପୂର୍ବରୁ ଜିଲ୍ଲାପାଳ ଅବହେଳିତ ହୋଇ ପଡିରହିଥିବା ବାଉଁଶୁଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପୋଷ୍ୟ ଗ୍ରହଣ ପରେ ଏହାର ପରିବେଶ ଓ କାୟାକଳ୍ପ ସମ୍ପୂର୍ଣ୍ଣ ବଦଳିବାରେ ଲାଗିଛି । ବର୍ତ୍ତମାନ ଏହି ଦୁଇ ସ୍ବାସ୍ଥ୍ୟକେନ୍ଦ୍ରର ସ୍ବଚ୍ଛ ସୁନ୍ଦର ପରିବେଶ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ବେଶ ଆନନ୍ଦ ପ୍ରକାଶ କରିଛନ୍ତି ।

ସୀମାନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ସୌନ୍ଦର୍ଯ୍ୟରେ ଅଭିଭୂତ ଅଞ୍ଚଳବାସୀ

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details