ଓଡିଶା

odisha

Boudh News: ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

By ETV Bharat Odisha Team

Published : Oct 21, 2023, 5:12 PM IST

ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଅନେକ ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ବିଭିନ୍ନ ଯୋଜନାର ଅର୍ଥ ବାଟମାରଣା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ ଭାବରେ ଗରିବ ହିତାଧିକାରୀଙ୍କ ମୃତ୍ୟୁ ପରେ ସରକାର ଯୋଗାଇ ଦେଉଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥକୁ ମଧ୍ୟ କେତେକ ପଞ୍ଚାୟତରେ ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

Boudh News: ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା
Boudh News: ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

Boudh News: ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନା ବାଟବଣା

ବୌଦ୍ଧ: ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ସରକାର କରିଥିବା ବିଭିନ୍ନ ଯୋଜନାକୁ ପଞ୍ଚାୟତ କର୍ତ୍ତୃପକ୍ଷ ହଡ଼ପ କରୁଥିବା ନେଇ ଅଭିଯୋଗ ହୋଇଛି । ଆବାସ, ରାସନ ଏପରିକି ହିତାଧିକାରୀଙ୍କ ମୃତ୍ୟୁ ପରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ଅନେକ ପଞ୍ଚାୟତରେ ଦୁର୍ନୀତି କରି ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ଅନେକ ପଞ୍ଚାୟତରେ ଗରିବ ହିତାଧିକାରୀଙ୍କ ବିଭିନ୍ନ ଯୋଜନାର ଅର୍ଥ ବାଟମାରଣା ହେଉଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବିଶେଷ ଭାବରେ ଗରିବ ହିତାଧିକାରୀଙ୍କ ମୃତ୍ୟୁ ପରେ ସରକାର ଯୋଗାଇ ଦେଉଥିବା ହରିଶ୍ଚନ୍ଦ୍ର ଯୋଜନାର ଅର୍ଥକୁ ମଧ୍ୟ କେତେକ ପଞ୍ଚାୟତରେ ହଡ଼ପ କରାଯାଉଥିବା ନେଇ ଅଭିଯୋଗ ହୋଇଛି । ଗରିବ ଅସହାୟ ପରିବାର ପାଇଁ ସରକାର ଜନ୍ମ ଠାରୁ ନେଇ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । କିନ୍ତୁ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଯୋଗୁଁ ସରକାରୀ ଯୋଜନାର ସୁଫଳ ଗରିବ ଅସହାୟ ହିତାଧିକାରୀଙ୍କ ନିକଟରେ ପହଞ୍ଚି ପାରୁନାହିଁ । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସମୁଦାୟ ୬୯ ପଞ୍ଚାୟତ ରହିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ପାଇଁ ବ୍ୟବସ୍ଥା କରାଯାଇଛି । କିନ୍ତୁ ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ଗରିବ ଅସହାୟ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ଆବାସ,ରାସନ, ସାମାଜିକ ସୁରକ୍ଷା, ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି ।

ଅଧିକ ପଢନ୍ତୁ- ହରିଶ୍ଚନ୍ଦ୍ର ଯୋଜନାରେ ଘୋଟାଲା, ଜୀବିତଙ୍କୁ ମୃତ ଦେଖାଇ ଖାଇଗଲେ ଟଙ୍କା

ବୌଦ୍ଧ ଜିଲ୍ଲାର କେତେକ ପଞ୍ଚାୟତରେ ହିତାଧିକାରୀଙ୍କ ମୃତ୍ୟୁ ପରେ ସରକାର ଯୋଗାଇ ଦେଉଥିବା ହରିଶ୍ଚନ୍ଦ୍ର ଯୋଜନା ବାବଦ ଆର୍ଥିକ ସହାୟତା କ୍ଷେତ୍ରରେ ମଧ୍ୟ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସାମାଜିକ କର୍ମୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ସରକାର ଜଣେ ଗରିବଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରକୁ ତୁରନ୍ତ ଦାହ ସଂସ୍କାର ପାଇଁ ପଞ୍ଚାୟତ ଜରିଆରେ ହରିଶ୍ଚନ୍ଦ୍ର ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେଇଥାନ୍ତି । ପୂର୍ବରୁ ଏହି ସହାୟତା ପରିମାଣ ଦୁଇ ହଜାର ଟଙ୍କା ଥିବା ବେଳେ ବର୍ତ୍ତମାନ ଏହାକୁ ତିନି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । କିନ୍ତୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଏହି ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ସମସ୍ୟା ରହିଥିବା ସୂଚନା ମିଳିଛି । କେତେକ ପଞ୍ଚାୟତରେ ଏହି ମୃତ୍ୟୁ ବରଣ କରିଥିବା ପରିବାରକୁ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଆଦୌ ମିଳିପାରୁ ନଥିବା ବେଳେ ଅନ୍ୟ କେତେକ ସ୍ଥାନରେ ମୃତ୍ୟୁ ପରେ ଦାହ ସଂସ୍କାର ପାଇଁ ତିନି ହଜାର ବଦଳରେ ଦୁଇ ହଜାର ଟଙ୍କା ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ସାମାଜିକ କର୍ମୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଓ ସାମାଜିକ ସୁରକ୍ଷା ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ବିହୀତ ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details