ETV Bharat / state

ହରିଶ୍ଚନ୍ଦ୍ର ଯୋଜନାରେ ଘୋଟାଲା, ଜୀବିତଙ୍କୁ ମୃତ ଦେଖାଇ ଖାଇଗଲେ ଟଙ୍କା

author img

By

Published : Oct 24, 2021, 9:04 AM IST

ଜୀବତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାରେ ଘୋଟଲା ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଯୋଜନାରେ ମୃତ ଲୋକଙ୍କ ଟଙ୍କାରେ ବି ଘୋଟାଲ ହୋଇଛି । ଏପରି ଅଭିଯୋଗ ହୋଇଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତରେ । ଅଧିକ ପଢନ୍ତୁ...

ହରିଶ୍ଚନ୍ଦ୍ର ଯୋଜନାରେ ଘୋଟାଲା ଅଭିଯୋଗ
ହରିଶ୍ଚନ୍ଦ୍ର ଯୋଜନାରେ ଘୋଟାଲା ଅଭିଯୋଗ

ଜଗତସିଂହପୁର: ଶେଷରେ ଖାଇଗଲେ ହରିଶଚନ୍ଦ୍ର ଯୋଜନା ଟଙ୍କା । ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାରେ ଘୋଟଲା ହୋଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଯୋଜନାରେ ମୃତ ଲୋକଙ୍କ ଟଙ୍କାରେ ବି ଘୋଟାଲା ହୋଇଛି । ଏପରି ଅଭିଯୋଗ ହୋଇଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅପଣ୍ଡରା ପଞ୍ଚାୟତରେ ।

ହରିଶ୍ଚନ୍ଦ୍ର ଯୋଜନାରେ ଘୋଟାଲା ଅଭିଯୋଗ

ସୂଚନାଅନୁସାରେ, ଗାଁର ସୁକୁଟି ସ୍ବାଇଁ ନାମକ ଜଣେ ମହିଳାଙ୍କ ତିନିବର୍ଷ ତଳେ ମୃତ୍ୟୁ ହୋଇଥିଲା । ଏ ପର୍ଯ୍ୟନ୍ତ ତାଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କାଟିଏ ବି ମିଳିନାହିଁ । ତାଙ୍କ ନାମରେ ଯୋଜନାରେ କିଏ ଅର୍ଥ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ ଗାଁର ବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି ଜୀବିତ ଥିବାବେଳେ ତାଙ୍କୁ ମୃତ ଦେଖାଇ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ଲୁଟ ହୋଇଛି । ଏହି ଘଟଣା ଜଣାପଡିବା ପରେ ତଦନ୍ତ ଆରମ୍ଭ ହୋଇଛି ।

ଘଟଣା ନେଇ ସରପଞ୍ଚ କହିଛନ୍ତି ଘୋଟାଲା ହୋଇଛି । ହେଲେ ଲକ୍ଷାଧିକ ଟଙ୍କାର ଘୋଟାଲା ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ । କେବଳ ଜଣେ ଏ ନେଇ ତାଙ୍କ ନିକଟରେ ଅଭିଯୋଗ କରିଥିବା କଥା କହିଛନ୍ତି ସରପଞ୍ଚ । ଯଦି ଏପରି ଅଭିଯୋଗ ହୋଇଛି ତୁରନ୍ତ ସମାଧାନ କରାଯିବ ବୋଲି କହିଛନ୍ତି ସରପଞ୍ଚ ଶରତ ଚନ୍ଦ୍ର ସେଠୀ ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.