ଓଡିଶା

odisha

ଭଦ୍ରକରୁ କାଠ ବୋଝେଇ ପିକଅପ ଭ୍ୟାନ ଜବତ, ତଦନ୍ତ ଜାରି

By

Published : Oct 2, 2020, 7:04 AM IST

କାଠ ବୋଝେଇ ପିକଅପ ଭ୍ୟାନ ଜବତ । ଭ୍ୟାନର ଡ୍ରାଇଭର ଫେରାର । ଘଟଣାର ତଦନ୍ତ ଜାରି । ଅଧିକ ପଢନ୍ତୁ.....

Pickup van loaded with wood seized
କାଠ ବୋଝେଇ ପିକଅପ ଭ୍ୟାନ ଜବତ ,ତଦନ୍ତ ଜାରି

ଭଦ୍ରକ:କାଠ ବୋଝେଇ ପିକଅପ ଭ୍ୟାନ ଜବତ । ଏହା ସହ ଭ୍ୟାନର ଡ୍ରାଇଭର ଫେରାର ହୋଇଥିବା ଜଣାପଡିଛି । ବନ ବିଭାଗ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବନବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚୋରା କାଠ ଚାଲାଣ ହେବାର ଖବର ପାଇଥିଲା।

କାଠ ବୋଝେଇ ପିକଅପ ଭ୍ୟାନ ଜବତ ,ତଦନ୍ତ ଜାରି

କାଠ ବୋଝେଇ ଗାଡିଟି ବାସୁଦେବପୁରରୁ ଅନନ୍ତପୁର ଯାଉଥିବା ବେଳେ ଭୈରବପୁର ଛକ ପାଖରେ କାବୁ କରିଥିଲା ବନବିଭାଗ । ହେଲେ କୌଶଳ କ୍ରମେ ଡ୍ରାଇଭର ଚକମା ଦେଇ ଖସି ପଳାଇଥିଲା । ଚୋରା କାଠକୁ ବନ ବିଭାଗ ଜବତ କରିଛି । ଯାହାର ମୂଲ୍ୟ 40 ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details