ଓଡିଶା

odisha

Agnipath Scheme Protest: ଜାତୀୟ ରାଜପଥ ଅବରୋଧ, ଗାଡି ଚଳାଚଳ ବ୍ୟାହତ

By

Published : Jun 20, 2022, 3:39 PM IST

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ବନ୍ଦ କରିବା ସହିତ ସ୍ଥଗିତ ରହିଥିବା ଆର୍ମି ପରୀକ୍ଷାକୁ ତୁରନ୍ତ ପୂରଣ କରିବା ଦାବିରେ ମିଳିତ ଛାତ୍ର ସଙ୍ଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଅଧିକ ପଢନ୍ତୁ

ଅଗ୍ନିପଥ ଯୋଜନା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ
ଅଗ୍ନିପଥ ଯୋଜନା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ଭଦ୍ରକ: କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା କରାଯାଇଥିବା ଅଗ୍ନିପଥ ଯୋଜନାକୁ ବନ୍ଦ କରିବା ସହିତ ସ୍ଥଗିତ ରହିଥିବା ଆର୍ମି ପରୀକ୍ଷାକୁ ତୁରନ୍ତ ପୂରଣ କରିବା ଦାବିରେ ମିଳିତ ଛାତ୍ର ସଙ୍ଘ ପକ୍ଷରୁ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଏଥିପାଇଁ ଆଜି(ସୋମବାର) କିଛି ଛାତ୍ର ଓ ଯୁବକ ମାନେ ଏକତ୍ରୀତ ହୋଇ ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ସାହାପୁର ଛକ ନିକଟରେ ଜାତୀୟ ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ ।

ଅଗ୍ନିପଥ ଯୋଜନା ପ୍ରତିବାଦରେ ଜାତୀୟ ରାଜପଥ ଅବରୋଧ

ଫଳରେ ରାଜପଥର ଉଭୟ ପାର୍ଶ୍ବରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବ୍ୟାହତ ହୋଇଥିଲା । ଏନେଇ ଖବର ପାଇ ଭଦ୍ରକ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦକାରୀ ମାନଙ୍କୁ ବୁଝାସୁଝା କରି ଆନ୍ଦୋଳନରୁ ଉଠାଇଥିଲା । ତେବେ 2020 ମସିହାରୁ ଆର୍ମି ଇଣ୍ଟରଭ୍ୟୁ ଦେଇ କୃତକାର୍ଯ୍ୟ ହୋଇ ଲିଖିତ ପରୀକ୍ଷା ଆଜିପର୍ଯ୍ୟନ୍ତ ହୋଇନଥିବାରୁ, ଅନେକ ଯୋଗ୍ୟ ବିବେଚିତ ପିଲା ଚାକିରୀ ପାଇପାରୁ ନାହାନ୍ତି ବୋଲି ଜଣାପଡିଛି । ତେଣୁ, କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ବ ନଦେଇ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ କରିଥିବାରୁ ବିରୋଧ ତେଜୁଛି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details