ଓଡିଶା

odisha

ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଅନଶନ

By

Published : Nov 11, 2020, 2:54 AM IST

ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଅନଶନ । ଶୀତ କାକରକୁ ଖାତିରି ନକରି ନ୍ୟାର୍ଯ୍ୟ ଦାବିରେ ପ୍ରେମିକା ଅନଶନ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାଧିନ ଚଡଦିଆ ଗ୍ରାମରେ । ଅଧକ ପଢନ୍ତୁ...

girlfriend protest in front of boyfrind house in bhadrak
ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଅନଶନ

ଭଦ୍ରକ: ନିଆରା ଅନଶନ । ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଅନଶନ । ଶୀତ କାକରକୁ ଖାତିରି ନକରି ନ୍ୟାର୍ଯ୍ୟ ଦାବିରେ ପ୍ରେମିକା ଅନଶନରେ ବସିଥିବା ବେଳେ ଦେଖଣାହାରି ଗ୍ରାମବାସୀଙ୍କ ଭିଡ ଜମିଥିଲା । ଶେଷରେ ପୋଲିସି ଘଟଣା ସ୍ଥଳରେ ପହଞ୍ଚି ପ୍ରେମିକାକୁ ସାନ୍ତନା ଦେବା ସହିତ ପ୍ରେମିକ ପରିବାରକୁ ଥାନାକୁ ଡକାଇଛି । ଅନ୍ୟପଟେ ଏଭଳି ଅସ୍ୱାଭାବିକ ପରିସ୍ଥିତିର ମୁକବିଲା କରିବାରେ ବିଫଳ ହୋଇ ପ୍ରେମିକ ଘରୁ ଫେରାର୍ ହୋଇଥିବା ସଂପ୍ରତି ଚର୍ଚ୍ଚାର ବିଷୟ ସାଜିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାଂଶଡା ଥାନାଧିନ ଚଡଦିଆ ଗ୍ରାମରେ ।

ସ୍ତ୍ରୀର ମାନ୍ୟତା ପାଇଁ ପ୍ରେମିକ ଦୁଆରେ ପ୍ରେମିକାର ଅନଶନ

ସୂଚନା ମୁତାବକ, ଏହି ଥାନାଧିନ ନଳଗୋହିରା ପଞ୍ଚାୟତ ପୋଖରୀସାହି ଗାଁର ନଟବର ଜେନାଙ୍କ ଝିଅ ସବିତା ଜେନା (ପ୍ରେମିକା) ସ୍ଥାନୀୟ ଚଡଦିଆ ଗ୍ରାମର ଧନି ମହାଳିକଙ୍କ ପୁଅ ଶଙ୍କର ମହାଳିକଙ୍କୁ (ପ୍ରେମିକ) ଗତ ବର୍ଷେ ତଳେ ପ୍ରେମ ବିବାହ କରିଥିଲେ । ପ୍ରେମ ପରେ ବିବାହ ଏବଂ ପରେ ପରସ୍ପର ମଧ୍ୟରେ ଅନାବିଳ ସମ୍ପର୍କ ସ୍ଥାପନ ହୋଇଥିଲେ ମଧ୍ୟ କେତେକ କାରଣରୁ ସବିତାଙ୍କୁ ସ୍ତ୍ରୀର ମାନ୍ୟତା ଦେଇ ମଧ୍ୟ ଶଙ୍କର ନିଜ ଘରକୁ ନେଇନଥିଲେ । ରୋଜଗାର କରିବା ପାଇଁ ସବିତାଙ୍କୁ ତାଙ୍କ ବାପ ଘରେ ଛାଡି ଶଙ୍କର ବାହାରକୁ ଚାଲିଯାଇଥିଲେ । ପରବର୍ତୀ ସମୟରେ ସବିତାଙ୍କୁ ତାଙ୍କ ଶ୍ବଶୁର ଘର ଲୋକେ ବୋହୁ ବୋଲି ଗ୍ରହଣ ମଧ୍ୟ କରୁନଥିଲେ । ବିବାହ କରି ମଥାରେ ସିନ୍ଦୁର ପିନ୍ଧି ଶଙ୍କରଙ୍କୁ ସ୍ବାମୀ ଭାବେ ଗ୍ରହଣ କରିବା ପରେ ସବିତା ନିଜ ବାପଘରେ ଆଉ ରହିବାକୁ ଚାହିଁଲେ ନାହିଁ ।

ସ୍ବାମୀ ଶଙ୍କର ବିଦେଶରୁ ଫେରିବା ପରେ ସବିତାଙ୍କୁ ସାଙ୍ଗରେ ଧରି ନିଜ ଘରକୁ ଆସିଥିଲେ । ସବିତାକୁ ବାହାରେ ଛିଡା କରାଇ ଶଙ୍କର ଘର ଭିତରକୁ ଯାଇ ଭିତରପଟୁ ବନ୍ଦ କରି ଦେଇଥିଲେ । ଏବଂ କିଛି ସମୟ ମଧ୍ୟରେ ଗାଁ ଛାଡି କୁଆଡେ ପଳେଇ ଯାଇଥିଲେ । ଇତିମଧ୍ୟରେ ଶ୍ୱଶୁର ଘରଲୋକେ ସବିତାକୁ ଘରକୁ ପୁରେଇ ଦେଇନଥିଲେ । ବରଂ ବିଚ୍ ରାସ୍ତାରେ ସବିତାଙ୍କୁ ମାଡ ମାରିବା ସହିତ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି । ଶେଷରେ ନିରୁପାଇ ହୋଇ ସବିତା ପ୍ରେମିକ ଶଙ୍କରଙ୍କ ଦୁଆରେ ସ୍ତ୍ରୀର ମାନ୍ୟତା ଦାବିରେ ଅନଶନରେ ବସିଥିଲେ । କୌଣସି ସୂତ୍ରରୁ ଖବର ପାଇ ପୁଲିସି ସବିତାଙ୍କୁ ଭେଟି ଅନଶନରୁ ନିବୃତ ହୋଇ ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ । ତଦନୁଯାଇ ସବିତା ବିବାହର ପ୍ରମାଣ ପତ୍ର ସହିତ ଥାନାରେ ଏତଲା ଦେଇଥିବା ଜଣାଯାଇଛି । ଅନ୍ୟପଟେ ଶଙ୍କରଙ୍କ ମାଆଙ୍କ ପକ୍ଷରୁ ଥାନାରେ ଅନ୍ୟ ଏକ ଏତଲା ମଧ୍ୟ ହୋଇଛି । ଉଭୟ ପକ୍ଷରୁ ଥାନାକୁ ଡକାଯାଇଛି । ତଦନ୍ତ ପରେ ବିହିତ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ପରିସ୍ଥିତିକୁ ମୁକାବିଲା କରିବାରେ ବିଫଳ ହୋଇ ଶଙ୍କର ଫେରାର୍ ହୋଇଥିବା ସୂଚନା ମିଳିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details