ଓଡିଶା

odisha

ଆରଟିଆଇ ତଥ୍ୟ ମାଗିବାରୁ ଗାଁରୁ ବାସନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଚେତାବନୀ

By

Published : Feb 8, 2021, 9:43 PM IST

ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ସୂଚନା ଅଧିକାର ଆଇନ୍ ବଳରେ ରିଲିଫ ସମ୍ପର୍କିତ ତଥ୍ୟ ମାଗିବାରୁ ଗାଁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ଯଦି ନ୍ୟାୟ ନ ମିଳେ, ତେବେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ପାଇଁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

isolate ponishment
ଆରଟିଆଇ ତଥ୍ୟ ମାଗିବାରୁ ଗାଁ ବାସନ୍ଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଚେତାବନୀ

ଭଦ୍ରକ: ସୂଚନା ଅଧିକାର ଆଇନ୍ ବଳରେ ରିଲିଫ ସମ୍ପର୍କିତ ତଥ୍ୟ ମାଗିବାରୁ ଗାଁରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ନ୍ୟାୟ ଭିକ୍ଷାକରି ବିଗତ 6 ମାସ ଧରି ନ୍ୟାୟ ପାଇଁ ଦୌଡିଦୌଡି ନୟାନ୍ତ ହେଲେଣି ହେଲେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଉଥିବା ଘଟଣା ଥମିବାରେ ନାଁ ଧରୁନାହିଁ । ନିରୁପାୟ ହୋଇ ଶେଷରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ଅନଶନରେ ବସିବା ଲାଗି ଚେତାବନୀ ଦେଇଛନ୍ତି । ଏକେଉଁ ଉପାନ୍ତ ଅଞ୍ଚଳ ନୁହେଁ ବରଂ ସଭ୍ୟ ସମାଜର ସବୁ କ୍ଷେତ୍ରରେ ଅନ୍ୟ ଅଞ୍ଚଳ ସହିତ ସମକକ୍ଷ ହେଉଥିବା ଗାଁର ପ୍ରମୁଖ ପ୍ରସଙ୍ଗ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ନୂଆବନ୍ଧ ଗାଁର ଘଟିଛି ଏଭଳି ଅମାନବୀୟ ଘଟଣା ।

ଆରଟିଆଇ ତଥ୍ୟ ମାଗିବାରୁ ଗାଁ ବାସନ୍ଦ

ସସ୍ମିତା ଦାସଙ୍କ ପରିବାରକୁ ଗାଁ ବାସନ୍ଦ ଅଥବା ଏକ ଘରିକିଆ କରାଯାଇଥିବା ଅଭିଯୋଗ ହୋଇଛି । ଗତ ସେପ୍ଟେମ୍ବର ମାସ ବନ୍ୟା ଜନିତ ରିଲିଫ ବଣ୍ଟନ ସମୟରେ ଆରମ୍ଭ ହୋଇଥିଲା ବିବାଦ । ଗାଁର ପ୍ରାୟ 90 ପରିବାର ଗୋଟିଏ ପାର୍ଶ୍ବରେ ରହି ସସ୍ମିତା ମଳିକଙ୍କ ପରିବାର ଉପରେ ଏକ ଘରିଆର ଆରୋପ କରାଯାଇଛି । ସରପଞ୍ଚଙ୍କ ନିକଟରେ ଗୁହାରି କରି ବିଫଳ ହେବାପରେ ବିଡିଓଙ୍କ ଦ୍ବାରସ୍ଥ ହୋଇଥିଲେ ଏହି ପରିବାର । ତେବେ ବିଡିଓଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ମିଳିଥିଲା ରିଲିଫ ମାତ୍ର ପରେ ଗାଁର ଏକ ବୈଠକ ଜରିଆରେ ତାଙ୍କୁ ଏକଘରିଆ କରାଗଲା ବୋଲି କୁହାଯାଇଛି । ରିଲିଫ ପ୍ରଦାନରେ ଅନିୟମିତତା ହୋଇଥିବା ନେଇ ସୂଚନା ଅଧିକାର ଆଇନ ବଳରେ ରିଲିଫ ତଥ୍ୟ ମାଗିଥିଲେ । ସେବେଠାରୁ ଆରମ୍ଭ ହୋଇଛି ପରୋକ୍ଷ ନିର୍ଯାତନା । ସରକାରୀ ନଳକୂପ ଠାରୁ ଆରମ୍ଭ କରି ଧାନ ବିଲ, ଗାଁ ପଡିଆ, ପାନୀୟ ଜଳ ଯୋଗାଣ ଆଦି ବ୍ୟବହାର ସମୟରେ ଏହି ପରିବାରକୁ ଟାହି ଟାପରା କରାଯାଉଛି । ପରୋକ୍ଷରେ ନିବୃତ୍ତ ରହିବା ଲାଗି କୁହାଯାଉଛି । କେବଳ ସେତିକି ନୁହେଁ ଗାଁ ଦୋକାନରେ ତାଙ୍କୁ ସଉଦା ମନା କରାଯାଉଥିବାବେଳେ ଅନ୍ୟମାନେ ଏହି ପରିବାର ସହିତ କଥାବାର୍ତା ହେଲେ ସେମାନଙ୍କୁ ଜୋରିମାନା କରାଯିବ ବୋଲି ମଧ୍ୟ କୁହାଯାଉଛି । ଗାଁ ମୁଖିଆ ଏକ ଗ୍ରାମସଭା ଜରିଆରେ ଲୋକମାନଙ୍କୁ ଶିବମନ୍ଦିରରେ ନିୟମ କରାଇଥିବା ମଧ୍ୟ କୁହାଯାଉଛି। ଯାହାକୁ ନେଇ ଗତ 20/01/21 ରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ ସସ୍ମିତା । ତେବେ ତିହିଡି ବିଡିଓ ଓ ତହସିଲଦାର ଏହାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଚିଠି କରିଥିଲେ। ଯାହାକୁ ନେଇ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସମାଜ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଗାଁକୁ ଯାଇ ତଦନ୍ତ କରିଥିଲେ ।

ଉକ୍ତ ତଦନ୍ତ ଗାଁ ଲୋକଙ୍କୁ ବୁଝାସୁଝା କରିବା ସହିତ ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା ଲାଗି ପରାମର୍ଶ ଦେଇଥିଲେ। ମାତ୍ର ପରେ ଗ୍ରାମବାସୀ ଅଧିକ ଉତ୍‌କ୍ଷିପ୍ତ ହୋଇ ଏହି ପରିବାରକୁ ନାନାଦି ମାନସିକ ନିର୍ଯାତନା ଦେଉଥିବା ନେଇ ପୁନଶ୍ଚ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ତେବେ ପ୍ରଶାସନ ପକ୍ଷରୁ ଗାଁ ମୁଖିଆଙ୍କ ବିରୋଧରେ ବିହିତ ପଦକ୍ଷେପ ନିଆନଗଲେ ସପରିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି । ତେବେ ଏନେଇ ପ୍ରଶାସନିକ ଅଧିକାରୀ କି କୌଣସି ଗ୍ରାମବାସୀ ପ୍ରତିକ୍ରିୟା ପ୍ରକାଶ କରିବାକୁ ମନା କରିଥିଲେ ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details