ଓଡିଶା

odisha

ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ, ଅଭିଯୁକ୍ତ ଫେରାର୍

By ETV Bharat Odisha Team

Published : Nov 23, 2023, 9:32 AM IST

ଭଦ୍ରକ ପୁରୁଣା ବଜାର ଥାନା ଅନ୍ତର୍ଗତ ହେଲାସାହି ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

duplicate zarda seized
duplicate zarda seized

duplicate zarda seized

ଭଦ୍ରକ :ଦିନକୁ ଦିନ ନକଲି ଜର୍ଦ୍ଦା ବେପାରର ହବ୍ ପାଲଟିଛି ଭଦ୍ରକ ସହର । ଜିଲ୍ଲାର ପୁରୁଣା ବଜାର ଥାନା ଅନ୍ତର୍ଗତ ହେଲାସାହି ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି ପୋଲିସ। ହେଲେ ଏହି ନକଲି ଜର୍ଦ୍ଦା କାରବାରର ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ନକଲି ଜର୍ଦ୍ଦା ପ୍ରସ୍ତୁତ ହୋଇ ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିବା ନେଇ ପୋଲିସ ବିଭିନ୍ନ ସମୟରେ ଅଭିଯୋଗ ପାଉଥିଲା । ଯାହାକୁ ଏକାଧିକ ଥର ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନଥିଲା । ହେଲେ ଗତକାଲି ପୁରୁଣା ବଜାର ପୋଲିସ କୌଣସି ସୂତ୍ରରୁ ଖବର ପାଇ ହେଲାସାହି ଅଞ୍ଚଳର ଏହି ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ମାଷ୍ଟର ମାଇଣ୍ଡ ସେଖ୍ ମୋବାରକ ଏବଂ ସେଖ୍‌ ବାବୁଙ୍କ ଘର ଉପରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ବିଭିନ୍ନ କମ୍ପାନୀର ନକଲି ଜର୍ଦ୍ଦା ବୋଝେଇ ହୋଇ ଚାଲାଣ ହେବାକୁ ଥିବା ଏକ ଅଟୋ (OD22G-2659)କୁ ପୋଲିସ ଜବତ କରିଥିଲା ।

ଏହା ମଧ୍ୟ ପଢନ୍ତୁ- ନକଲି ମଦ ରାକେଟ ଉପରେ ଚଢାଉ, ବିପୁଳ ପରିମାଣର ନକଲି ମଦ ସହ ଜଣେ ଗିରଫ

ଏଥିସହ ଅଭିଯୁକ୍ତଙ୍କ ଘରୁ ନକଲି ଜର୍ଦ୍ଦା ତିଆରି ସାମଗ୍ରୀ, କନକ, ଶିବଦାତା ଏବଂ ଗୋପାଳ ଆଦି ନାମୀଦାମୀ ବ୍ରାଣ୍ଡର ଜର୍ଦ୍ଦା ଡବା, ଲୋଗୋ ସହ 1 କ୍ବିଣ୍ଟାଲ 2 ଶହ ଗ୍ରାମର ଓଜନର ନକଲି ଜର୍ଦ୍ଦାକୁ ପୋଲିସ ଜବତ କରିଥିଲା। ଯାହାର ଆନୁମାନିକ ବଜାର ମୂଲ୍ୟ 2 ଲକ୍ଷ 55 ହଜାର ଟଙ୍କା ହେବ ବୋଲି ପୁରୁଣା ବଜାର ଥାନାରେ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ସିଟି ଡିଏସ୍‌ପି ଅଂଶୁମାନ ଦ୍ବିବେଦୀ ସୂଚନା ଦେଇଛନ୍ତି। ତେବେ ଚଢ଼ାଉ ବେଳେ ନକଲି ଜର୍ଦ୍ଦା ପ୍ରସ୍ତୁତକାରୀ ବେପାରୀ, ସହଯୋଗୀ ଏବଂ ଅଟୋ ଚାଳକ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାଯାଇଛି । ପୁରୁଣା ବଜାର ଥାନା ଏଏସ୍‌ଇ ଗୌରାଙ୍ଗ ଚନ୍ଦ୍ର ମଲ୍ଲିକଙ୍କ ଏତଲା କ୍ରମେ ପୋଲିସ ଏକ ମାମଲା (ନଂ-357/23) ରୁଜୁ କରି ଏନେଇ ଅଧିକ ତଦନ୍ତ କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details