ଓଡିଶା

odisha

ସଂକ୍ରମଣ ବୃଦ୍ଧି ଆଶଙ୍କା, ଧାମନଗର ଏନଏସି 72 ଘଣ୍ଟା ସଟଡାଉନ

By

Published : Jul 18, 2020, 4:31 PM IST

କୋରୋନା ସଂକ୍ରମଣ ବୃଦ୍ଧି ଆଶଙ୍କା କରି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ଏନଏସିକୁ 72 ଘଣ୍ଟା ସଟଡାଉନ ଘୋଷଣା କରାଯାଇଛି । ହୋମିଓପ୍ୟାଥିକ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ଅଧିକ ପଢନ୍ତୁ...

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଧାମନଗର ଏନଏସି 72 ଘଣ୍ଟା ସଟଡାଉନ
ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଧାମନଗର ଏନଏସି 72 ଘଣ୍ଟା ସଟଡାଉନ

ଭଦ୍ରକ: ଜିଲ୍ଲାରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ପରିସ୍ଥିତି ଅଣାୟତ ଆଡକୁ ଗତିକରୁଥିବା ଦେଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଧାମନଗର ସହରକୁ 72 ଘଣ୍ଟା ପାଇଁ ସଟଡାଉନ କରାଯାଇଛି ।

ଗୋଷ୍ଠୀ ସଂକ୍ରମଣ ଆଶଙ୍କା, ଧାମନଗର ଏନଏସି 72 ଘଣ୍ଟା ସଟଡାଉନ

ଭଦ୍ରକ ଜିଲ୍ଲାର ଧାମନଗର ଏନଏସି ଅଞ୍ଚଳରେ ଜଣେ ହୋମିଓପ୍ୟାଥିକ ଡାକ୍ତରଙ୍କ କୋରୋନାରେ ମୃତ୍ୟୁ ପରେ ତାଙ୍କ ସଂସ୍ପର୍ଶରେ ଆସି ପଜିଟିଭ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମନ ପର୍ଯ୍ୟନ୍ତ ଧାମନଗର ବ୍ଲକ ଓ ଏନଏସି ଅଞ୍ଚଳରେ 57 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଇଛନ୍ତି । ତାହକୁ ଦୃଷ୍ଟିରେ ରଖି ଧାମନଗର ଏନଏସି ଅଞ୍ଚଳର 11 ଟି ୱାର୍ଡକୁ 72 ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ଫଳରେ ଧାମନଗର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । କେବଳ ଜରୁରୀ ସେବା ଚାଲୁରହିଛି ।

ସଡଡାଉନ ସମୟରେ ଲୋକମାନେ ଅତି ଜରୁରୀ ନଥିଲେ ଘରୁ ବାହାରୁ ନାହାନ୍ତି । ପ୍ରଶାସନର ଏହି କଟକଣାକୁ ଅଧିକାଂଶ ଲୋକେ ମାନୁଥିବା ଦେଖିବାକୁ ମିଳିଛି । ସେହିପରି ସଟାଡାଉନକୁ ଖାତିର ନିକରି ବାହାରେ ବୁଲିଥିବା ଅମାନିଆଙ୍କୁ ପୋଲିସ ସାବାଡ କରୁଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details