ଓଡିଶା

odisha

କେସେଇପାଲି ପଞ୍ଚାୟତ PEOଙ୍କ ଘରେ ଭିଜିଲାନ୍ସ ରେଡ଼

By

Published : Jan 25, 2021, 5:48 PM IST

ବରଗଡ଼ ଜିଲ୍ଲା କେସେଇପାଲି ପଞ୍ଚାୟତ PEOଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ଚଢାଉ କରିଛି । ଅଧିକ ପଢନ୍ତୁ...

Vigilance raid at Kesaepali Panchayat PEO's residence in Bargarh
କେସେଇପାଲି ପଞ୍ଚାୟତ PEOଙ୍କ ଘରେ ଭିଜିଲାନ୍ସ ରେଡ଼

ବରଗଡ଼: ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ କେସେଇପାଲି ପଞ୍ଚାୟତ ପିଇଓ ଏବଂ କେଲେଣ୍ଡାପାଲି ଗ୍ରାମ ପଞ୍ଚାୟତର ଇନଚାର୍ଜ ଉଭୟ ଦାୟିତ୍ୱରେ ଥିବା ଉମେଶ ସେଠ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଉମେଶଙ୍କ ଅନ୍ୟାନ୍ୟ ବାସଭବନରେ ମଧ୍ୟ ଭିଜିଲାନ୍ସ ଚଢାଉ ଜାରି ରଖିଛି ।

କେସେଇପାଲି ପଞ୍ଚାୟତ PEOଙ୍କ ଘରେ ଭିଜିଲାନ୍ସ ରେଡ଼

ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇ ଉମେଶଙ୍କ ବରଗଡ଼ସ୍ଥିତ ବାସଭବନ, ଲାଉନସରାସ୍ଥିତ ବାସ ଭବନ ଓ ଉଭୟ ପଞ୍ଚାୟତ ଅଫିସରେ ଏକକାଳୀନ ଚଢାଉ କରିଥିଲା । ଚଢାଉ ସମୟରେ ତାଙ୍କ ବାସଭବନରୁ 18ଟି ପ୍ଲଟ କିଣିଥିବାର କାଗଜପତ୍ର ଭିଜିଲାନ୍ସ ଟିମକୁ ମିଳିଥିବା ବେଳେ 16 ହଜାର 400 ଟଙ୍କା ଓ ଲକ୍ଷାଧିକ ଟଙ୍କାର ଅଳଙ୍କାରକୁ ଠାବ କରାଯାଇଥିଲା । ଏବେ ମଧ୍ୟ ଭିଜିଲାନ୍ସ 4ଟି ସ୍ଥାନରେ ଯାଞ୍ଚ କରୁଛି । ଭିଜିଲାନ୍ସ ହାତରେ ଲାଗିଥିବା ସମ୍ପତ୍ତିର ମୂଲ୍ୟାଙ୍କନ କରୁଥିବା ବରଗଡ଼ ଭିଜିଲାନ୍ସ ଡ଼ିଏସପି ପରମେଶ୍ୱର କିଷାନ କହିଛନ୍ତି ।

ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details