ଓଡିଶା

odisha

ନାବାଳିକା ହତ୍ୟାକାଣ୍ଡକୁ 18 ଦିନ, FIR କପି ଦେଉନି ପୋଲିସ

By

Published : Jul 1, 2019, 8:50 PM IST

ଜଗଦଳପୁର ପୋଲିସର ନିଷ୍କ୍ରିୟତା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ନାରାଜ ହେଉଛନ୍ତି । ଅତି ସମ୍ବେଦନଶୀଳ ହତ୍ୟାକାଣ୍ଡ ଘଟଣାର ଅଭିଯୋଗରେ ଜଗଦଳପୁର ପୋଲିସ ଚୁପ ରହିଥିବା ବାରମ୍ବାର ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଜିଲ୍ଲାର ପଦ୍ମପୁର ଉପଖଣ୍ଡରେ ଅପରାଧ ଦିନକୁ ଦିନ ବଢିଚାଲିଛି । ଏହାସହ ଖଣି ମାଫିଆଙ୍କ ଗୁଣ୍ଡାରାଜ ମଧ୍ୟ ବୃଦ୍ଧି ପାଉଛି । ହେଲେ ଏହି ଅଞ୍ଚଳରେ ପୋଲିସର ନିଷ୍କ୍ରିୟତା ଅଞ୍ଚଳବାସୀଙ୍କୁ ନାରାଜ କରିଛି । ନିକଟରେ ଘଟିଥିବା ନାବାଳିକା ହତ୍ୟାକାଣ୍ଡ ମାମଲାରେ ପୋଲିସର ଶିଥିଳତା ଲୋକଙ୍କ ଭିତରେ ଅସନ୍ତୋଷ ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ଗତ ଜୁନ ୧୨ ତାରିଖ ରାତିରେ ଜଗଦଲପୁର ଥାନା ଅନ୍ତର୍ଗତ ଲଉଡି ଦର୍ହା ଗ୍ରାମରେ ଘଟିଥିଲା ଏହି ଅଘଟଣ । ଏଠାରେ ବିରଞ୍ଚି ସାମଲଙ୍କ ୧୪ ବର୍ଷିୟା ନାବାଳିକା ଘରୁ ନିଖୋଜ ହୋଇଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କଲା ପରେ ରାତିରେ ନାବାଳିକାଙ୍କ ମୃତଦେହ ପାଇଥିଲେ । ସେହି ଗ୍ରାମର ଭୁବନେଶ୍ବର ପ୍ରଧାନଙ୍କ କ୍ଷେତ ନିକଟରେ ଏକ କୂଅ ପରିସରରୁ ଏହା ମିଳିଥିଲା ।

ପରିବାର ଲୋକେ ଜଗଦଳପୁର ପୋଲିସକୁ ଜଣାଇ ହତ୍ୟାର କାରଣ ପ୍ରେମ ଜନିତ ହୋଇଥିବାର କହିଥିଲେ । ନାବାଳିକାଙ୍କର ସେହି ଗ୍ରାମର ଭୁବନେଶ୍ବର ପ୍ରଧାନଙ୍କ ପୁଅ ସନ୍ଦେଶ ପ୍ରଧାନ ସହିତ ପ୍ରେମ ସମ୍ପର୍କ ରହିଥିଲା । ତେବେ ହଠାତ ରାତିରେ ନାବାଳିକା ନିଖୋଜ ହେବା ଓ ତାର ମୃତଦେହ ପ୍ରେମିକଙ୍କ ବିଲ ନିକଟରେ ପଡିଥିବା ଘଟଣାରେ ଘର ଲୋକେ ସନ୍ଦେଶ ପ୍ରଧାନକୁ ହତ୍ୟାକାରୀ ବୋଲି ସନ୍ଦେହ କରିଥିଲେ ।

ଏନେଇ ଜଗଦଳପୁର ଥାନାରେ ଜୁନ ୧୩ ତାରିଖରେ ଏତଲା ଦେଇଥିଲେ । ଜଗଦଳପୁର ପୋଲିସ କିନ୍ତୁ ସନ୍ଦେହ ଘେରରେ ରହିଥିବା ସନ୍ଦେଶ ପ୍ରଧାନକୁ ଥାନାରେ ଆଣି ଅଟକାଇ ରଖିଥିଲା । ତେବେ ଉକ୍ତ ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକେ ଦେଇଥିବା FIR କପି ପରିବାର ଲୋକଙ୍କୁ ଥାନାଅଧିକାରୀ ହସ୍ତଗତ କରୁନଥିବା ଅଭିଯୋଗ ହୋଇଛି ।

ଜଗଦଳପୁର ପୋଲିସର ନିଷ୍କ୍ରିୟତା ଯୋଗୁଁ ସ୍ଥାନୀୟ ଅଞ୍ଚଳବାସୀ ନାରାଜ ହେଉଛନ୍ତି । ଚୋରି ଡକାୟତି ଭଳି ସାଧାରଣ କଥା ଛାଡନ୍ତୁ ଅତି ସମ୍ବେଦନଶୀଳ ହତ୍ୟାକାଣ୍ଡ ଘଟଣାର ଅଭିଯୋଗରେ ମଧ୍ୟ ଜଗଦଳପୁର ପୋଲିସ ଚୁପ ରହୁଥିବା ବାରମ୍ବାର ଅଭିଯୋଗ ହେଉଛି । ଜିଲ୍ଲା ପୋଲିସର ହେଡ ଅଫିସ ବରଗଡ ହୋଇଥିବା ବେଳେ ଏଠାରୁ ୧୦୦ କିଲୋମିଟର ଦୂରରେ ରହିଛି ଜଗଦଳପୁର ଥାନା । ଏହି ଅଞ୍ଚଳରେ ପୋଲିସ ବିଭାଗର ମୁଖ୍ୟ SDPO ହୋଇଥିବା ବେଳେ ଜିଲ୍ଲା ପୋଲିସ ବିଭାଗର ମୁଖ୍ୟ ଏସପିଙ୍କ ନିକଟକୁ ଏଠାକାର ଟିକିନିକି ଖବର ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ଯାହାର ଫାଇଦା ଉଠାଉଛନ୍ତି ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ରହିଥିବା ଥାନାର ପୋଲିସ ଅଧିକାରୀ ବୋଲି ଲୋକେ ଅଭିଯୋଗ କରିଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

||ବରଗଡ ||
ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଅପରାଧ ଦିନକୁ ଦିନ ବଧିଚାଲିଥିବା ବେଳେ ଖଣି ମାଫିଆ ମାନଙ୍କ ବଢିଚାଲିଛି ଗୁଣ୍ଡାରାଜ ଅନ୍ୟପଟେ ଏହି ଅଞ୍ଚଳର ପୋଲିସ ମଧ୍ୟ ନିଷ୍କ୍ରିୟ ଅବସ୍ଥାରେ ରହୁଥିବାରୁ ଲୋକଙ୍କ ଭରୋଷା ସଂପୂର୍ଣ୍ଣ ଉଠିଯାଇଛି ଜଗଦଳପୁର ପୋଲିସ ଉପରେ |ଚୋରୀ ଡକାଯତି ତ ସାଧାରଣ କଥା ଅତି ସଂବେଦନଶୀଳ ହତ୍ୟାକାଣ୍ଡ ଘଟଣାର ଅଭିଯୋଗରେ ମଧ୍ୟ ଜଗଦଳପୁର ପୋଲିସ ଚୁପ ମାରୁଥିବା ବାରମ୍ବାର ଅଭିଯୋଗ ହେଉଛି | ଜିଲ୍ଲା ପୋଲିସ ହେଡ ଅଫିସ ବରଗଡ ହୋଇଥିବା ବେଳେ ବରଗଡ ରୁ ୧୦୦ କିଲୋମିଟର ଦୂରରେ ରହିଛି ଜଗଦଲପୁର ଥାନା ଏବଂ ଏହି ଅଞ୍ଚଳରେ ପୋଲିସ ବିଭାଗର ମୁଖ୍ୟ SDPO ହୋଇଥିବା ବେଳେ ଜିଲ୍ଲା ପୋଲିସ ବିଭାଗର ମୁଖ୍ୟ SP ଙ୍କ ନିକଟକୁ ଏଠାକାର ଟିକିନିକି ଖବର ପହଞ୍ଚିବା ସମ୍ଭବ ହୋଇପାରୁନାହି ଯାହାର ଫାଇଦା ଉଠାଉଛନ୍ତି ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ରହିଥିବା ଥାନା ଗୁଡିକର ପୋଲିସ ଅଧିକାରୀ ମାନେ |
ଗତ ଜୁନ ୧୨ ତାରିଖ ରାତିରେ ଜଗଦଳପୁର ଥାନା ଅନ୍ତର୍ଗତ ଲଉଡି ଦର୍ହା ଗ୍ରାମର ବିରଞ୍ଚି ସାମଲ ଙ୍କର ୧୪ ବର୍ଷ ବଯସର ନାବାଳିକା ଝିଅ ଜିଏକି ନବମ ଶ୍ରେଣୀରେ ପାଠ ପଢୁଥିଲେ ସେ ଘରୁ ନିଖୋଜ ହୋଇଯାଇଥିଲେ | ଘର ଲୋକେ ବହୁ ଖୋଜ ଖୋଜି କଳା ପରେ ରାତିରେ ନାବାଳିକା ଙ୍କ ମୃତ ଦେହ ସେହି ଗ୍ରାମର ଭୁବନେଶ୍ବର ପ୍ରଧାନ ଙ୍କର କ୍ଷେତ ନିକଟରେ ରହିଥିବା ଏକ କୂଅ ରେ ପଡିଥିଲା | ପରିବାର ଲୋକେ ଜଗଦଲପୁର ପୋଲିସ କୁ ଜଣାଇ ହତ୍ୟା ର କାରଣ ପ୍ରେମ ଜନିତ ହୋଇଥିବାର କହିଥିଲେ | ନାବାଳିକା ଜଣଙ୍କର ସେହି ଗ୍ରାମର ଭୁବନେଶ୍ବର ପ୍ରଧାନ ଙ୍କର ପୁଅ ସନ୍ଦେଶ ପ୍ରଧାନ ଙ୍କ ସହିତ ପ୍ରେମ ସମ୍ପର୍କ ପୂର୍ବରୁ ଗଢିଆସିଥିଲା ଯାହା ସମସ୍ତ ଗ୍ରାମବାସୀ ଜାଣିଥିଲେ | ହଠାତ ରାତିରେ ନାବାଳିକା ଜଣକ ଘରୁ ନିଖୋଜ ହୋଇଯିବା ଓ ତାର ମୃତଦେହ ପ୍ରେମିକଙ୍କ ବିଲ ନିକଟରେ ପଡିଥିବା ଘଟଣାରେ ଘର ଲୋକେ ସନ୍ଦେଶ ପ୍ରଧାନ ଝିଅକୁ ହତ୍ୟା କରିଥିବା ବୋଲି ସନ୍ଦେହ କରି ଜଗଦଳପୁର ଥାନାରେ ଜୁନ ୧୩ ତାରିଖରେ ଏତଲା ଦେଇଥିଲେ | ଜଗଦଳପୁର ପୋଲିସ କିନ୍ତୁ ସନ୍ଦେହ ଘେରରେ ରହିଥିବା ସନ୍ଦେଶ ପ୍ରଧାନ କୁ ଥାନାରେ ଆଣି ଅଟକାଇ ରଖିଥିବା ବେଳେ ଉକ୍ତ ହତ୍ୟାକାଣ୍ଡ ଘଟଣାରେ ପରିବାର ଲୋକେ ଦେଇଥିବା FIR କପି ପରିବାର ଲୋକଙ୍କୁ ଥାନାଅଧିକାରୀ ହସ୍ତଗତ କରୁନଥିବା ଅଭିଯୋଗ ହୋଇଛି |ତେବେ ଗୋଟେ ପଟେ ଜଗଦଳପୁର ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କୁ FIR କପି ଦେଉନଥିବା ବେଳେ ଅନ୍ୟପଟେ ୪୮ ଘନତାରୁ ଅଧିକ ହେଲାଣି ସନ୍ଦେହ ଘେରରେ ରହିଥିବା ସନ୍ଦେଶ ପ୍ରଧାନ ଙ୍କୁ ଅଟକ ରଖିଛି ପୋଲିସ |

ଭିଡିଓ FTP ରେ ଯାଇଛି |
slug- odbgh_murder_7203682

ABOUT THE AUTHOR

...view details