ଓଡିଶା

odisha

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଚାଷୀଙ୍କ ଧାରଣା

By

Published : Jun 19, 2021, 9:49 AM IST

ଧାନ ବିକ୍ରି କରିନପାରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଭେଡେନ ବ୍ଲକ ଅନ୍ତର୍ଗତ ସାଲେପାଳି ଗ୍ରାମର ବହୁ ଚାଷୀ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ମଣ୍ଡିରୁ ଉଠୁନି ଧାନ,  ଜିଲ୍ଲାପାଳଙ୍କ ଅଫିସରେ ସମ୍ମୁଖରେ ଚାଷୀଙ୍କ ଧାରଣା
ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସରେ ସମ୍ମୁଖରେ ଚାଷୀଙ୍କ ଧାରଣା

ବରଗଡ଼: ଜିଲ୍ଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଅବ୍ୟବସ୍ଥିତ ହୋଇପଡ଼ିଛି । ମଣ୍ଡିକୁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ବିଭିନ୍ନ ଆଳରେ ସେହି ଧାନକୁ ଉଠାଯାଉ ନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାର ଭେଡେନ ବ୍ଲକ ଅନ୍ତର୍ଗତ ସାହ୍ଲେପାଲି ଅଞ୍ଚଳର ଶତାଧିକ ଚାଷୀ ଏଭଳି ଅଭିଯୋଗ କରି ବରଗଡ଼ ଜିଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି ।

ମଣ୍ଡିରୁ ଉଠୁନି ଧାନ, ଜିଲ୍ଲାପାଳଙ୍କ ଅଫିସରେ ସମ୍ମୁଖରେ ଚାଷୀଙ୍କ ଧାରଣା

ସେମାନଙ୍କ ପାଖରେ ଟୋକନ ରହିଛି । ସେହିପରି ଧାନ ଉଠାଇବା ପାଇଁ ଟାର୍ଗେଟ ମଧ୍ୟ ଅଛି । କିନ୍ତୁ ମିଲର୍ସମାନେ ଜାଣିଶୁଣି ଆସୁ ନଥିବାରୁ ମଣ୍ଡିର ଖୋଲା ଆକାଶ ତଳେ ପ୍ରାୟ ୧୦ ହଜାର ପକେଟ ଧାନ ବିକ୍ରି ଅପେକ୍ଷାରେ ପଡ଼ିଥିବା ଚାଷୀମାନେ ଅଭିଯୋଗ କରିଥିଲେ।

ଅନ୍ୟପକ୍ଷରେ ଝଡ଼ବର୍ଷା ଲାଗି ରହିଥିବାରୁ ସେଠାରେ ପଡ଼ିଥିବା ଧାନ ବର୍ଷାରେ ଭିଜି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଫଳରେ ସମସ୍ତ ଧାନକୁ ଉଠାଇବା ଦାବିରେ ଚାଷୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଶୀଘ୍ର ଚାଷୀଙ୍କ ଧାନ ଉଠାଯିବା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଶ୍ଵସନା ଦିଆଯିବା ପରେ ଯାଇ ଚାଷୀ ମାନେ ଧାରଣାରୁ ଓହରିଥିଲେ |

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ABOUT THE AUTHOR

...view details