ବରଗଡ: ବରଗଡ ସହରରେ ଗତ 26 ନଭେମ୍ବର ରାତିରେ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ସଫଳତା ମିଳିଛି ଟାଉନ ପୋଲିସକୁ । ଏହି ଘଟଣାରେ ବରଗଡ ଟାଉନ ପୋଲିସ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ହତ୍ୟାକାଣ୍ଡ ଘଟାଇଥିବା ଏହି ଯୁବକମାନଙ୍କୁ ଜେରା କରାଯିବା ପରେ ସେମାନେ ନିଜେ ହତ୍ୟା କରିଥିବା ସ୍ଵୀକାର କରିଥିଲେ ।
ତେବେ ହତ୍ୟାକାରୀମାନେ ରିତେଶଙ୍କୁ ବାଡି ଏବଂ ଛୁରୀରେ ଆକ୍ରମଣ କରି ହତ୍ୟାକରିଥିବା ବେଳେ ପୋଲିସ ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟାରେ ବ୍ୟବହାର ସାମଗ୍ରୀ ସବୁକୁ ଜବତ କରିଛି । ହତ୍ୟାକାଣ୍ଡରେ ବ୍ଯବହୃତ 3 ଗୋଟି ବାଇକକୁ ମଧ୍ୟ ପୋଲିସ ଜବତ କରିଛି ।