ଓଡିଶା

odisha

ବାଇକ ଡିକି ଭାଙ୍ଗି ଲୁଟି ନେଲେ ଲକ୍ଷେ

By

Published : Nov 26, 2021, 10:42 PM IST

ବାଇକ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଳେଶ୍ବର ଥାନାଠୁ ମାତ୍ର 100 ମିଟର ଦୂର ହାଟଛକରେ ଏ ଘଟଣା ଘଟିଛି । ଅଧିକ ପଢନ୍ତୁ

ବାଇକ ଡିକି ଭାଙ୍ଗି ଲୁଟି ନେଲେ ଲକ୍ଷେ
ବାଇକ ଡିକି ଭାଙ୍ଗି ଲୁଟି ନେଲେ ଲକ୍ଷେ

ବାଲେଶ୍ଵର : ବାଇକ ଡିକି ଭାଙ୍ଗି ଲକ୍ଷେ ଟଙ୍କା ଲୁଟ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜଳେଶ୍ବର ଥାନାଠୁ ମାତ୍ର 100 ମିଟର ଦୂର ହାଟଛକରେ ଏ ଘଟଣା ଘଟିଛି । ସୂଚନା ଅନୁସାରେ, ସିଂଲା ଥାନା ଚୁରୁମରା ଗାଁର ଅନିରୁଦ୍ଧ ସାହୁ ଜମି ରେଜେଷ୍ଟ୍ରି କରିବାକୁ ଜଳେଶ୍ବର ଆସିଥିଲେ।

ଘରକୁ ଫେରିବା ସମୟରେ ହାଟ ଛକ ନିକଟ ଏକ ମିଠା ଦୋକାନକୁ ମିଠା କିଣିବାକୁ ଯାଇଥିଲେ। ମାତ୍ର ଫେରିବା ବେଳକୁ ତାଙ୍କ ଗାଡିର ଡିକି ଭାଙ୍ଗି 1 ଲକ୍ଷ ଟଙ୍କା ଲୁଟ ହୋଇଥିବା ସେ ଦେଖିବାକୁ ପାଇଥିଲେ। ଏନେଇ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details