ବାଲେଶ୍ବର: ବର୍ତ୍ତମାନ ସମାଜରେ ଉଗ୍ର ହେଉଛି ସାଇବର କ୍ରାଇମ । ଅତି ସହଜରେ ସାଇବର ଅପରାଧୀଙ୍କ ଶିକାର ପାଲଟୁଛନ୍ତି ସାଧାରଣ ଲୋକେ ଏବଂ ହରାଉଛନ୍ତି ନିଜର କଷ୍ଟ ଉପାର୍ଜିତ ଅର୍ଥ । ଆଜି(ଶନିବାର) ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବରରୁ । ଜଣେ ସାଇବର ଅପରାଧୀ ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ବାଲେଶ୍ବର ସହରର ଶେଖ୍ ରାଜା ନାମକ ଜଣେ ନାଚ ଶିକ୍ଷକଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଠକି ନେଇଛି ।
ଘଟଣାଟି କିଛି ଏପରି ରହିଛି । ସହରରେ ଏକ ଡ୍ୟାନ୍ସ ଇନଷ୍ଟିଚ୍ୟୁଟ ଚଳାଉଥିବା ଶେଖ୍ ରାଜାଙ୍କ ପାଖକୁ ଗୋଟିଏ କଲ୍ ଆସିଥିଲା । ସେପଟୁ ଜଣେ ବ୍ୟକ୍ତି ନିଜକୁ ଆର୍ମି ଅଫିସର ବୋଲି ଜଣାଇଥିଲେ ଏବଂ ତାଙ୍କର 4 ଜଣ ପିଲାଙ୍କୁ ଡ୍ୟାନ୍ସ କ୍ଲାସରେ ଆଡମିଶନ ପାଇଁ କହିଥିଲେ । ଏହାପରେ ସେହି ବ୍ୟକ୍ତି ଜଣକ ହ୍ବାଟ୍ସଆପ୍ ଜରିଆରେ ନିଜର ପରିଚୟ ଦେଇଥିଲେ । ତାଙ୍କ ହ୍ବାଟ୍ସଆପରେ ଆର୍ମି ଡ୍ରେସ ପିନ୍ଧା ଫଟୋ ଥିବାରୁ ନାଚ ଶିକ୍ଷକ ମଧ୍ୟ ଏଥିରେ ବିଶ୍ବାସ କରିଥିଲେ ।