ଓଡିଶା

odisha

ସୁବର୍ଣ୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

By

Published : Aug 31, 2022, 11:53 AM IST

ବାଲେଶ୍ଵର ଜିଲ୍ଲାର ପ୍ରଗତି ତଥା ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ତୁରନ୍ତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ସମାପ୍ତ କରିବା ପାଇଁ ଦାଵି ହୋଇଛି । ଅଧିକ ପଢନ୍ତୁ

subarnapr port action committee give meomorandum to  chief minister
ସୁଵର୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

ବାଲେଶ୍ବର:ସୁବର୍ଣ୍ଣପୁର ବନ୍ଦର କାର୍ଯ୍ୟକ୍ଷମ କରିବା ନେଇ ଦାବି । ବାଲେଶ୍ବର ଜିଲ୍ଲାର ପ୍ରଗତି ତଥା ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନର ସୁଯୋଗ ସୃଷ୍ଟି କରିବା ପାଇଁ ତୁରନ୍ତ ସୁବର୍ଣ୍ଣରେଖା ବନ୍ଦର କାର୍ଯ୍ୟ ସମାପ୍ତ କରିବା ନେଇ ଦାବି ଜୋର ଧରିଛି ।

ସୁଵର୍ଣରେଖା ବନ୍ଦର ତୁରନ୍ତ କାର୍ଯ୍ୟକ୍ଷମ ଦାବି ତେଜିଲା

ସୁବର୍ଣ୍ଣରେଖା ବନ୍ଦର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କମିଟି ପକ୍ଷରୁ ଗାନ୍ଧୀ ସ୍ମୃତି ଭବନ ନିକଟରୁ ଏକ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ତେବେ କମିଟିର ଦାବି ଅନୁଯାୟୀ, ‘‘ଯେଉଁସବୁ ଉଦ୍ଦେଶ୍ୟ ତଥା ବାଲେଶ୍ବର ଜିଲ୍ଲାର ଉନ୍ନତି ପାଇଁ ସୁବର୍ଣ୍ଣପୁର ବନ୍ଦର କାର୍ଯ୍ୟ ଆରମ୍ଭ ହୋଇଥଲା । ଯାହା ଏବେ ସୁଧା ସାଧିତ ହୋଇପାରୁନାହିଁ । ଦୀର୍ଘଦିନ ଧରି ନିର୍ମାଣ କାର୍ଯ୍ୟର ଅଗ୍ରଗତି ହୋଇ ପାରୁନଥିବା ବେଳେ ଜମି ଅଧିଗ୍ରହଣ କାମ ସାରିଦେଇ ଚୁକ୍ତି କରିଥିବା ଠିକା କମ୍ପାନୀ ଚୁପ ହୋଇ ବସିଛି । ଏହାଦ୍ବାରା ଜିଲ୍ଲାବାସୀ ନିରାଶ ହେବାସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପାଇଁ ତୁରନ୍ତ କାର୍ଯ୍ୟ ତ୍ବରାନ୍ନିତ କରିବା ସହ ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ଦାବି କରାଯାଇଛି । ’’

ଏନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ । ତେବେ ଆଗାମୀ 15 ଦିନ ମଧ୍ୟରେ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଚୌମୁଖ ଠାରେ ଧସେଇ ପଶି ସେଠାରେ ପ୍ରତିବାଦ ସ୍ବରୂପ ଭୂମି ପୂଜନ କରାଯିବା ନେଇ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details