ଓଡିଶା

odisha

ବିପଦ ସଂକେତ ଉପରେ ଜଳକା ଜଳସ୍ତର

By

Published : Sep 16, 2021, 8:49 AM IST

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏବେ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ ହେଉଛି । ଅଧିକ ପଢନ୍ତୁ...

ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା ନଦୀ
ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା ନଦୀ

ବାଲେଶ୍ବର: ବଢୁଛି ଜଳକା ନଦୀର ଜଳସ୍ତର । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏବେ ବିପଦ ସଙ୍କେତ ଉପରେ ଜଳକା ନଦୀ ପ୍ରବାହିତ ହେଉଛି । ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ସକାଳ ଗତକାଲି ସକାଳ ୭ଟା ସମୟରେ ୬.୬୩ ମିଟରରେ ପ୍ରବାହିତ ହେଉଛି।

ଲଗାଣ ବର୍ଷା ଯୋଗୁଁ ବିପଦ ସଙ୍କେତ ଉପରେ ଜଳକା ନଦୀ

ତେବେ ବର୍ଷା ଛାଡି ଯାଇଥିବା ବେଳେ ଉପର ମୁଣ୍ଡରୁ ପାଣି ଆସି ନଦୀ ଫୁଲୁଥିବା ଜଣାପଡିଛି । ନଦୀର ଉପର ମୁଣ୍ଡ ମୟୁରଭଞ୍ଜ ଜିଲ୍ଲାର ସୁଳିଆପଦା,ମୋରଡା,ତିତ୍ରଡା,ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବଢୁଛି ନଦୀର ଜଳସ୍ତର।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details