ଓଡିଶା

odisha

ଲଗାଣ ବର୍ଷାର ପ୍ରଭାବ, ବିପଦ ସଙ୍କେତ ଉପରେ ଜଳକା ନଦୀ

By

Published : Oct 25, 2019, 10:25 AM IST

2 ଦିନର ଲଗାଣ ବର୍ଷାରେ ବେହାଲ ବାଲେଶ୍ବର । ଏହି କ୍ରମରେ ସହରରେ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । 2 ଦିନ ଧରି ଲଗାଣ ବର୍ଷା ଯୋଗୁଁ ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବିପଦ ସଂକେତ 5.50ମିଟର ଥିବାବେଳେ ଏବେ 6.22ମିଟରରେ ଜଳ ପ୍ରବାହିତ ହେଉଛି । ଏମିତି ବର୍ଷା ଲାଗି ରହିଲେ ଉପକୂଳ ଅଞ୍ଚଳରେ ବନ୍ୟା ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ତଳିଆ ଅଞ୍ଚଳର ଲୋକମାନେ ଭୟଭୀତ ରହିଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଦୁଇଦିନ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ 5.50 ଥିବା ବେଳେ ଏବେ 6.22 ରେ ଜଳ ପ୍ରବାହିତ ହେଉଛି। ବର୍ଷା ଲାଗି ରହିଲେ ଉପକୂଳ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି। ତଳିଆ ଅଞ୍ଚଳର ଲୋକମାନେ ଏହାକୁ ନେଇ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି।Conclusion:

ABOUT THE AUTHOR

...view details