ଓଡିଶା

odisha

ପାଚିକା ନିଯୁକ୍ତିରେ ଜାଲିଆତି, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଗ୍ରାମବାସୀ

By

Published : Oct 23, 2022, 11:26 AM IST

ବାଲେଶ୍ବରର ଶ୍ରୀକୋଣା ଅଙ୍ଗନୱାଡି କେନ୍ଦ୍ରରେ ପାଚିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଲେ ଗ୍ରାମବାସୀ । ଅଧିକ ପଢନ୍ତୁ

ପାଚିକା ନିଯୁକ୍ତିରେ ଜାଲିଆତି
ପାଚିକା ନିଯୁକ୍ତିରେ ଜାଲିଆତି

ବାଲେଶ୍ବର: ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ସରକାରଙ୍କ ନିୟମକୁ ଫୁ କରି ନିଜ ଇଚ୍ଛା ମୁତାବକ ପାଚିକା ନିଯୁକ୍ତି ପାଇଁ ଯୋଜନା କରୁଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ବାଲେଶ୍ବରର ଶ୍ରୀକୋଣା ଅଙ୍ଗନୱାଡି କେନ୍ଦ୍ରରୁ । ଏନେଇ ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Dhamnagar Politics : ଇତିହାସ ପୃଷ୍ଠାରେ କାହାର ଦମ କେତେ ?

ଅଭିଯୋଗ ଅନୁସାରେ, ପ୍ରାୟ ଦୁଇମାସ ତଳେ ଶ୍ରୀକୋଣା ଅଙ୍ଗନୱାଡି କେନ୍ଦ୍ରର ପାଚିକା ଅବସର ଗ୍ରହଣ କରିଥିଲେ । ତେବେ ନିୟମ ଅନୁସାରେ ନୂତନ ପାଚିକା ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇବା କଥା । ଏହାସହ ୱାର୍ଡସଭ୍ୟଙ୍କୁ ଅବଗତ କରାଯିବା ସହ ଅଙ୍ଗନୱାଡି କର୍ମୀ ଗ୍ରାମର ଲୋକଙ୍କୁ ଏ ସମ୍ପର୍କରେ ଲିଖିତ ନୋଟିସ ମାଧ୍ୟମରେ ଅବଗତ କରି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ନୋଟିସ ବୋର୍ଡରେ ସୂଚନା ଲଗାଇବାର ନିୟମ ରହିଛି । ମାତ୍ର ଏସବୁ ନିୟମକୁ ଜାଣି ଶୁଣି ଅବମାନନା କରାଯାଇ ବେଆଇନ ଭାବେ ପାଚିକା ନିଯୁକ୍ତି ନେଇ ଯୋଜନା କରି ଇଚ୍ଛା ମୁତାବକ ଆବେଦନ ଗ୍ରହଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି ।

ପାଚିକା ନିଯୁକ୍ତିରେ ଜାଲିଆତି

ଅଙ୍ଗନବାଡ଼ି କର୍ମୀ ନିଜ ସମ୍ପର୍କୀୟ ମହିଳାଙ୍କୁ ସ୍ୱାମୀ ପରିତ୍ୟକ୍ତ ଦର୍ଶାଇ ଏକାକି ଆବେଦନ ପତ୍ର ଦାଖଲ କରିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ପାଚିକା ନିଯୁକ୍ତିରେ ସମସ୍ତ ନିୟମ ମାନି ଉପଯୁକ୍ତ ଭାବେ ନିଯୁକ୍ତି ପ୍ରଦାନ ପାଇଁ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ: ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ

ସୂଚନାଅନୁସାରେ, ଗତବର୍ଷ ସମ୍ବଲପୁରରୁ ପାଚିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଥିଲା । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକ ତୂରୀ ଟିକରା ଗାଁରେ ଏହି ଅଭିଯୋଗ ହୋଇଥିଲା । ସମ୍ବଲପୁର ପୂର୍ବତନ ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିକଟରେ ଗାଁର ଜୟନ୍ତୀ ମରେଇ ନାମକ ଜଣେ ଯୁବତୀ ଏହି ଅନିୟମିତତା ଅଭିଯୋଗ କରିଥିଲେ । 10ମ ଶ୍ରେଣୀ ପାଠ ପଢିଥିବା ଯୁବତୀଙ୍କୁ ନିଯୁକ୍ତି ନ ଦିଆଯାଇ ସପ୍ତମ ଶ୍ରେଣୀ ପଢିଥିବା ଯୁବତୀଙ୍କୁ ନିଯୁକ୍ତି ଦେଇଥିବା ଖବର ସାମ୍ନାକୁ ଆସିଥିଲା । ତୁରୀ ଟିକରା ଗାଁର ଜୟନ୍ତୀ ମରେଇଙ୍କ କ୍ଷେତ୍ରରେ ଏମିତି ହୋଇଥିବା ସେ ନିଜେ ଲିଖିତ ଭାବେ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଥିଲେ । ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ ଯୁବତୀ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details