ETV Bharat / state

ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ

author img

By

Published : Feb 4, 2021, 10:27 PM IST

ଅଙ୍ଗନବାଡି ସହାୟିକା ବା ପାଚିକା ନିଯୁକ୍ତିରେ ହେରଫେର ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକ ତୂରୀ ଟିକରା ଗାଁର ଏହି ଘଟଣା । ଅଧିକ ପଢନ୍ତୁ...

ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ
ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ

ସମ୍ବଲପୁର: ଅଙ୍ଗନବାଡି ସହାୟିକା ପଦବୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ । ସମ୍ବଲପୁର ଜିଲ୍ଲା ରେଙ୍ଗାଲୀ ବ୍ଲକ ତୂରୀ ଟିକରା ଗାଁରେ ଏହି ଅଭିଯୋଗ ହୋଇଛି । ସମ୍ବଲପୁର ଜିଲ୍ଲାପାଳ ଶୁଭମ ସକ୍ସେନାଙ୍କ ନିକଟରେ ଗାଁର ଜୟନ୍ତୀ ମରେଇ ନାମକ ଜଣେ ଯୁବତୀ ଏହି ଅନିୟମିତତା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ
ଅଙ୍ଗନବାଡି ସହାୟିକା ବା ପାଚିକା ନିଯୁକ୍ତିରେ ହେରଫେର ହୋଇଥିବା ଅଭିଯୋଗରେ କୁହାଯାଉଛି । 10ମ ଶ୍ରେଣୀ ପାଠ ପଢିଥିବା ଯୁବତୀଙ୍କୁ ନିଯୁକ୍ତି ନ ଦିଆଯାଇ ସପ୍ତମ ଶ୍ରେଣୀ ପଢିଥିବା ଯୁବତୀଙ୍କୁ ନିଯୁକ୍ତି ଦେଇଥିବା ଜଣାପଡିଛି । ତୁରୀ ଟିକରା ଗାଁର ଜୟନ୍ତୀ ମରେଇଙ୍କ କ୍ଷେତ୍ରରେ ଏମିତି ହୋଇଥିବା ସେ ନିଜେ ଲିଖିତ ଭାବେ ସମ୍ବଲପୁର ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।
ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ
ଅଙ୍ଗନବାଡି ପାଚିକା ନିଯୁକ୍ତିରେ ଅନିୟମିତତା, ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଯୁବତୀ
ଏନେଇ ସମ୍ବଲପୁର ଜିଲ୍ଳାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଜେ ଉପଜିଲ୍ଲାପାଳ ଏହି ଘଟଣାର ତଦନ୍ତ କରିବେ ବୋଲି ଜଣାଇଛନ୍ତି । 10 ଦିନ ଭିତରେ ତଦନ୍ତ ରିପୋର୍ଟ ଆସିଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କହିଛନ୍ତି ଜିଲ୍ଲାପାଳ ।ସମ୍ବଲପୁରରୁ ବାଦଶାହା ଜୁସ୍ମନ ରାଣା, ଇଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.