ଓଡିଶା

odisha

Bahanaga Train Tragedy: ବାହାନଗା ଷ୍ଟେସନ୍‌ ମାଷ୍ଟରଙ୍କ ଘରେ CBI ଟିମ୍‌, ସିଗନାଲ ଜେଇଙ୍କ ଘର ସିଲ

By

Published : Jun 19, 2023, 9:33 PM IST

ଦୁର୍ଘଟଣା ଦିନ ଠାରୁ ସମ୍ପୃକ୍ତ ସିଗନାଲ ଜେଇ ଭଡା ଘରୁ ତାଙ୍କର ପରିବାରକୁ ଧରି ପଳାଇଥିବା କୁହାଯାଉଥିବା ବେଳେ ଦୁର୍ଘଟଣା ମନୁଷ୍ୟକୃତ ନା ଅନ୍ୟକିଛି ଯାହାର ସନ୍ଦେହ ଆହୁରି ଘନୀଭୂତ ହେଉଛି। ଗତ 2 ତାରିଖ ଘଟଣା ଘଟିଥିବା ବେଳେ 6 ତାରିଖରେ ସିବିଆଇ ଟିମ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଧିକ ପଢନ୍ତୁ

ସିଗନାଲ ଜେଇଙ୍କ ଘର ସିଲ କଲା ସିବିଆଇ
ସିଗନାଲ ଜେଇଙ୍କ ଘର ସିଲ କଲା ସିବିଆଇ

ସିଗନାଲ ଜେଇଙ୍କ ଘର ସିଲ କଲା ସିବିଆଇ

ବାଲେଶ୍ବର: ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣାର ତଦନ୍ତ କରୁଛି ସିବିଆଇ। ତଦନ୍ତକାରୀ ସଂସ୍ଥା ସିବିଆଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ବର୍ତ୍ତମାନ ସୁଦ୍ଧା ସିବିଆଇ ଟିମ 5 ଜଣଙ୍କୁ ଅଟକ ରଖି ପଚରା ଉଚୁରା କରିଥିବା ବେଳେ ଆଜି ସିଗନାଲ ଜେଇଙ୍କ ଘର ସିଲ କରିଛି। ବାହାନଗା ଷ୍ଟେସନ୍‌ ମାଷ୍ଟରଙ୍କ ଘରେ CBI ଟିମ୍‌, ସୋର ବ୍ଲକ୍‌ ତେଣ୍ଟେଇ ସ୍ଥିତ ଘରେ ପହଞ୍ଚିଲା CBI ଟିମ୍‌, ପୁର୍ବରୁ ସିଗ୍‌ନାଲ JEଙ୍କ ସୋର ଭଡ଼ାଘର ସିଲ୍‌ କରିଛି CBI ।

ମିଳିଥିବା ସୂଚନା ଅନୁସାରେ ସିବିଆଇ ଆଜି ସୋର କମରପୁର ଅନ୍ନପୂର୍ଣ୍ଣା ରାଇସ ମିଲ ସ୍ଥିତି ସିଗନାଲ ଜେଇଙ୍କ ଭଡାଘର ସିଲ କରିଛି। ସିଗନାଲ ଜେଇ ଅମୀର ଖାନ ଓ ତାଙ୍କ ପରିବାର ଦୁର୍ଘଟଣା ଦିନ ଠାରୁ ଉକ୍ତ ଘରେ ରହୁ ନଥିବା ବେଳେ ଖାଲି ଘର ସିଲ କରିଛି ସିବିଆଇ। ଭଡା ଘରେ ରହୁଥିବା ସିଗନାଲ ଜେଇ ଏବେ କେଉଁଠି ତାହାକୁ ନେଇ ପ୍ରଶ୍ନ ଉଠିଛି ।

ଦୁର୍ଘଟଣା ଦିନ ଠାରୁ ସମ୍ପୃକ୍ତ ସିଗନାଲ ଜେଇ ଭଡା ଘରୁ ତାଙ୍କର ପରିବାରକୁ ଧରି ପଳାଇଥିବା କୁହାଯାଉଥିବା ବେଳେ ଦୁର୍ଘଟଣା ମନୁଷ୍ୟକୃତ ନା ଅନ୍ୟକିଛି ଯାହାର ସନ୍ଦେହ ଆହୁରି ଘନୀଭୂତ ହେଉଛି। ଗତ 2 ତାରିଖ ଘଟଣା ଘଟିଥିବା ବେଳେ 6 ତାରିଖରେ ସିବିଆଇ ଟିମ ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପର୍ଯ୍ୟାୟ କ୍ରମେ ବାହାନଗା ରେଳ ଷ୍ଟେସନର ସିଗନାଲ ରୁମ ସିଲ କରିବା ସହ ବାହାନଗାରେ କୌଣସି ଟ୍ରେନ ନ ରହିବା ପାଇଁ ନିର୍ଦ୍ଦେଶ ହୋଇଥିଲା। ପରେ ପରେ ସିବିଆଇ ଟିମ ଷ୍ଟେସନ ମାଷ୍ଟ୍ରଙ୍କ ସମେତ ପାଞ୍ଚ ଜଣଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଏହାପରେ ସିଗନାଲ ଜେଇଙ୍କ ପାଳି ପଡିଥିଲା। ଯାହା ଦ୍ବାରା ତାଙ୍କ ଘର ସିଲ କରାଯିବା ସହ ସେ ଏବେ କେଉଁଠି ସେ ବିଷୟରେ ସିବିଆଇ ତନାଘନା ଜାରି ରଖିଛି।

ସୂଚନାଯୋଗ୍ୟଯେ ଗତ ଦୁଇ ତାରିଖ ସନ୍ଧ୍ୟା 7 ଟା ସମୟରେ ହାୱାଡାରୁ ଚେନ୍ନାଇ ଅଭିମୁଖେ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ ବାହାନଗା ନିକଟରେ ଏକ ମାଲ ବୋଝେଇ ଟ୍ରେନକୁ ଲୁପ ଲାଇନରେ ଧକ୍କା ଦେଇଥିଲା। କରମଣ୍ଡଳ ଏକ୍ସପ୍ରେସର ସବୁ ବଗି ବିଛିନ୍ନ ହୋଇଥିବା ବେଳେ ଇଞ୍ଜିନ ମାଲଗାଡ଼ିର ପଛପଟେ ଉପରକୁ ଚଢିଯାଇଥିଲା। ଏହି ସମୟରେ ଯଶବନ୍ତପୁରରୁ ହାୱଡା ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସରେ କରମଣ୍ଡଳ ଏକ୍ସପ୍ରେସର ବଗି ପିଟି ହୋଇଯିବାରୁ ସେଥିରୁ 3ଟି ବଗି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ 291 ଜଣ ପ୍ରାଣ ହରାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ 3 ଜଣଙ୍କ ମୃତ୍ୟୁ ହେଲାଣି । ଏବେ ବି ଶତାଧିକ ଯାତ୍ରୀ ଚିକିତ୍ସିତ ହେଉଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details