ଓଡିଶା

odisha

DRDO Data Leak: ସରିଲା ରିମାଣ୍ଡ ଅବଧି, ବିଚାର ବିଭାଗୀୟ ହାଜତ ଗଲେ ଅଭିଯୁକ୍ତ

By

Published : Feb 28, 2023, 8:24 PM IST

ବାଲେଶ୍ବର ଚାନ୍ଦିପୁର DRDOରୁ ଗୁପ୍ତତଥ୍ୟ ଲିକ ମାମଲା । ଅଭିଯୁକ୍ତର ରିମାଣ୍ଡ ସରିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ । ଅଧିକ ପଢନ୍ତୁ

DRDO Data Leak
DRDO Data Leak

ବିଚାର ବିଭାଗୀୟ ହାଜତ ଗଲେ ଅଭିଯୁକ୍ତ

ବାଲେଶ୍ବର: ଚାନ୍ଦିପୁର DRDOରୁ ଗୁପ୍ତତଥ୍ୟ ଲିକ ମାମଲା । ଅଭିଯୁକ୍ତ ବୈଷୟିକ ଅଧିକାରୀଙ୍କୁ ପୋଲିସ ଗିରଫ କରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୪ ଦିନିଆ ରିମାଣ୍ଡରେ ନେଇ ପୋଲିସ ପଚରାଉଚରା ଚଳାଇଥିଲା । ତେବେ ଆଜି ୪ ଦିନିଆ ରିମାଣ୍ଡ ଶେଷ ପରେ ପୋଲିସ ସମ୍ପୃକ୍ତ ଅଧିକାରୀଙ୍କୁ କୋର୍ଟରେ ହାଜର କରିଛି । ତାଙ୍କର ଜାମିନ ନାମଞ୍ଜୁର ହୋଇଥିବା ବେଳେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏହି ଘଟଣାରେ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସି ଓ ଭାରତୀୟ ବାୟୁସେନା ଟିମ ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଜେରାପାଇଁ ବାହାର ରାଜ୍ୟକୁ ନିଆଯାଇପାରେ । ଅନ୍ୟପଟେ ପୋଲିସ ଅଧିକ ତଥ୍ୟ ପାଇଁ ଆଉଥରେ ରିମାଣ୍ଡରେ ମଧ୍ୟ ନେଇପାରେ ବୋଲି ଜଣାପଡ଼ିଛି। ପାକିସ୍ତାନର ରାବଲପିଣ୍ଡିର ଜଣେ ପାକିସ୍ତାନୀ ଏଜେଣ୍ଟଙ୍କୁ DRDOରେ ଜଣେ ବୈଷୟିକ ଅଧିକାରୀ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରିବା ନେଇ ଅଭିଯୋଗ ପରେ ବାଲେଶ୍ଵର ପୋଲିସ ତାଙ୍କୁ ଗିରଫ କରିଥିଲା । ରିମାଣ୍ଡରେ ନେଇଥିବା ବେଳେ ପୋଲିସ ଜେରା ପରେ ମୋବାଇଲରୁ କେଉଁ ସବୁ ଡାଟା ପାକିସ୍ତାନ ଏଜେଣ୍ଟଙ୍କୁ ପ୍ରଦାନ କରାଯାଇଛି ସେନେଇ ପୋଲିସ ତଥ୍ୟ ହାସଲ କରିଛି।

ଏହା ବି ପଢନ୍ତୁ- DRDO Data Leak: ତଦନ୍ତରେ IAF ଓ ଆନ୍ଧ୍ରପ୍ରଦେଶ ଇଣ୍ଟେଲିଜେନ୍ସ ଟିମ୍‌ର ଏଣ୍ଟ୍ରି, ପୋଲିସ ହାତରେ ଲାଗିଲା ବଡ ତଥ୍ୟ

ଏହାସହ ୬ଟି ବୈଦ୍ୟୁତିକ ସାମଗ୍ରୀ ଯେମିତି ମୋବାଇଲ ଓ ଲାପଟପ ଜବତ କରାଯାଇଛି । ଜବତ ହୋଇଥିବା ସାମଗ୍ରୀ ଫରେନ୍ସିକ ଟେଷ୍ଟ ପାଇଁ ଦିଲ୍ଲୀ ଓ କୋଲକାତା ପଠାଇ ଦିଆଯାଇଛି । ଅଭିଯୁକ୍ତଙ୍କ ଆକାଉଣ୍ଟକୁ କିଛି ଜାଗାରୁ ଟଙ୍କା ଆସିଥିବା ବେଳେ ତାହା କେଉଁଠୁ ଆସିଲା ଓ କେମିତି ଆସିଲା ସେନେଇ ତଦନ୍ତ ଚାଲିଛି । ଏହାସହ ଆହୁରି କଣ କଣ ସବୁ କଥା କିମ୍ବା ଚାନ୍ଦିପୁରର ଗୁପ୍ତ ତଥ୍ୟ ପ୍ରଦାନ କରାଯାଇଛି ସେନେଇ ଜାଣିବା ପାଇଁ ଆଉ ଥରେ ରିମାଣ୍ଡରେ ନିଆଯାଇପାରେ ବୋଲି ଗତକାଲି ଏସପି ସାଗରିକା ନାଥ ସୂଚନା ଦେଇଥିଲେ।

ଏହି ବୈଷୟିକ ଅଫିସର ଜଣକ ହନିଟ୍ରାପର ଶିକାର ହୋଇ ଗୁପ୍ତ ତଥ୍ୟ ପ୍ରଦାନ କରିଛନ୍ତି । ପାକିସ୍ତାନୀ ମହିଳା ଏଜେଣ୍ଟମାନେ ଭିଡିଓ କଲ ITRର ଗୁପ୍ତ ତଥ୍ୟ ସଂଗ୍ରହ କରୁଥିଲେ । ଏପରି ଅଭିଯୋଗ ହେବା ପରେ ପୋଲିସ ବୈଷୟିକ ଅଧିକାରୀଙ୍କୁ ଗିରଫ କରିଥିଲା । ଏନେଇ ଚାନ୍ଦିପୁର ଥାନାରେ ୨୫/୨୩ ଆଧାରରେ ମାମଲା ରୁଜୁ ହୋଇଥଲା । ପୋଲିସ ଅଧିକ ତଦନ୍ତ କରି ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନୀ ଏଜେଣ୍ଟଙ୍କୁ ଦିଆଯାଇଥିବା ଜାଣିବାକୁ ପାଇଥିଲା । ଏହାକୁ ନେଇ ପୋଲିସ ପାଖାପାଖି ୧୪ଜଣଙ୍କୁ ଜେରା କରିବା ପରେ ଆଇଟିଆରରେ ଚାକିରି କରୁଥିବା ଜଣେ ବରିଷ୍ଠ ବୈଷୟିକ ଅଧିକାରୀଙ୍କ ମୋବାଇଲରୁ ବିଭିନ୍ନ ତଥ୍ୟ ପାକିସ୍ତାନ ଏଜେଣ୍ଟଙ୍କୁ ଦିଆଯାଇଥିବା ଜଣାପଡିଥିଲା। ପୋଲିସ ଏନେଇ ତଦନ୍ତ କରିବା ପରେ ଉକ୍ତ ବରିଷ୍ଠ ଅଧିକାରୀଙ୍କ ମୋବାଇଲରେ କିଛି ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରାଯାଇଥିବା ଜଣାପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କ ବିରୋଧରେ 120a, 120b ଏବଂ ଅଫିସିଆଲ ସିକ୍ରେଟ ଆକ୍ଟ ୩, ୪, ୫ ଆଧାରରେ ମାମଲା ରୁଜୁ କରାଯାଇଛି।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details