ଓଡିଶା

odisha

Experimental Flight Trail: ଅସ୍ଥାୟୀ ଶିବିର ଯିବେ 7 ହଜାର ଲୋକ

By

Published : Mar 25, 2022, 8:42 PM IST

ଆସନ୍ତା ମାର୍ଚ୍ଚ ୨୭ ରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ ପରୀକ୍ଷାମୂଳକ ଉଡାଣ (ଏକ୍ସପେରିମେଟାଲ ଫ୍ଲାଇଟ୍‌ ଟ୍ରାଏଲ) ହେବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ

ସିରିଜ ପରୀକ୍ଷା ମୂଳକ ଉଡାଣ ପାଇଁ ଅସ୍ଥାୟୀ ଶିବିରକୁ ଯିବେ 7 ହଜାର ଲୋକ
ସିରିଜ ପରୀକ୍ଷା ମୂଳକ ଉଡାଣ ପାଇଁ ଅସ୍ଥାୟୀ ଶିବିରକୁ ଯିବେ 7 ହଜାର ଲୋକ

ବାଲେଶ୍ବର :ଆସନ୍ତା ମାର୍ଚ୍ଚ ୨୭ ରୁ ୩୦ ତାରିଖ ମଧ୍ୟରେ ଚାନ୍ଦିପୁର ଆଇଟିଆରରୁ ସିରିଜ ପରୀକ୍ଷାମୂଳକ ଉଡାଣ( ଏକ୍ସପେରିମେଟାଲ ଫ୍ଲାଇଟ୍‌ ଟ୍ରାଏଲ) ହେବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ପରୀକ୍ଷଣ କେନ୍ଦ୍ର (ଏଲସି-୩)ର ଅଢେଇ କିଲୋମିଟର ପରିଧି ମଧ୍ୟରେ ବସବାସ କରୁଥିବା ସ୍ଥାନୀୟ ଜନସାଧାରଣଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯିବ। ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଛି।

ପରୀକ୍ଷାମୂଳକ ଉଡାଣ ପାଇଁ ସ୍ଥାନୀୟ ଗୁଡୁପାହି, କୁସୁମୁଳି ପାହି, ଭୀମପୁର ପାହି, ତୁଣ୍ଡରା ପାହି, ଜୟଦେବକସବା ପାହି ଏବଂ ସାହାଜାନଗର ପାହି ଗାଁର ପ୍ରାୟ ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଖଡ଼ୁପାହି ୟୁପି ସ୍କୁଲ, ତୁଣ୍ଡରା ବାତ୍ୟା ଆଶ୍ରୟସ୍ଥଳୀ ଏବଂ ଜୟଦେବ କସବାପାହି ବାତ୍ୟା ଆଶ୍ରୟସ୍ଥଳୀ ଠାରେ ଅସ୍ଥାୟୀ ଶିବିର କରାଯିବ। ଏହାସହ ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ସଠିକ ଭାବେ ଚିହ୍ନଟ ସହ ସେମାନଙ୍କୁ ମାଇକ ପ୍ରଚାର ମାଧ୍ୟମରେ ସଚେତନ କରିବା ଓ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନେବାକୁ ମତ୍ସ୍ୟ ବିଭାଗ ଉପନିର୍ଦ୍ଦେଶକଙ୍କୁ ଦାଇତ୍ୱ ଦିଆଯାଇଛି।

ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର ଲୋକଙ୍କୁ ପ୍ରାପ୍ୟ ଟଙ୍କା ଠିକ ଭାବେ ପ୍ରଦାନ ସହ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେଉଁ ସମୟରେ ଲୋକ ମାନଙ୍କୁ ଅସ୍ଥାୟୀ ଶିବିରକୁ ଆସିବାକୁ ହେବ ଏବଂ କେତେ ସମୟ ସେଠାରେ ରହିବାକୁ ହେବ ସେ ନେଇ ସେମାନଙ୍କୁ ଆଗୁଆ ମାଇକ ପ୍ରଚାର ମାଧ୍ୟମରେ ଜଣାଇ ଦିଆଯିବ। ଅସ୍ଥାୟୀ ଶିବିର ନିକଟରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ପୁଲିସ ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ ମୁତୟନ କରାଯିବ। ଏହି ପରୀକ୍ଷାମୂଳକ ଉଡାଣ ଏକ ରାଷ୍ଟ୍ରୀୟ ସୁରକ୍ଷା ସମ୍ପର୍କିତ ବିଷୟ ହୋଇଥିବାରୁ ଏହାକୁ ସର୍ବାଧିକ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ କହିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details