ଓଡିଶା

odisha

ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

By

Published : Nov 1, 2022, 7:25 AM IST

Updated : Nov 1, 2022, 9:21 AM IST

ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଆମ୍ବପାଲି ଗ୍ରାମରେ ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ଅଧିକ ପଢ଼ନ୍ତୁ

killed to woman in balangir
ମହିଳାଙ୍କୁ ନିର୍ମମ ହତ୍ୟା, ବିଲରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବଲାଙ୍ଗୀର: ମହିଳାଙ୍କୁ ନିର୍ମମ ହତ୍ୟା । ବିଲରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଆମ୍ବପାଲି ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତ ମହିଳା ଜଣକ ଉକ୍ତ ଗ୍ରାମର ଜାନକୀ ମହାନନ୍ଦ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଜାନକୀ ବିଲକୁ ଯାଇ ଆଉ ଘରକୁ ଫେରି ନଥିଲେ ।

ବିଲରୁ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ପରିବାର ଲୋକେ ଅନେକ ଖୋଜା ଖୋଜି କରିବା ପରେ ବିଲରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ ସେଠାରୁ ଜାନକୀଙ୍କୁ ଉଦ୍ଧାର କରି ସଇଁତଳା ଡାକ୍ତରଖାନାକୁ ଆଣିଥିବାବେଳେ ଡ଼ାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ସେପଟେ ଏହି ଘଟଣାର ଅଭିଯୋଗ ପରେ ସଇଁତଳା ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢ଼ନ୍ତୁ:ବଲାଙ୍ଗୀରେ ପୁଣି ପୋଲିସର ଥାର୍ଡ ଡିଗ୍ରୀ ନିର୍ଯାତନା: 72 ବର୍ଷୀୟ ବୃଦ୍ଧଙ୍କୁ ମାଡ଼ ମାରିଥିବା ଅଭିଯୋଗ

ଶରୀରରେ ଗଭୀର କ୍ଷତଚିହ୍ନ ରହିଥିବାରୁ ପ୍ରାଥମିକ ତଦନ୍ତରେ ଟାଙ୍ଗିଆରେ ମହିଳାଙ୍କ ମୁଣ୍ଡକୁ ହାଣି ହତ୍ୟା କରା ଯାଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ହତ୍ୟାକାରୀର କୌଣସି ସନ୍ଧାନ ମିଳିପାରି ନାହିଁ । ପୋଲିସର ତଦନ୍ତ ପରେ ଘଟଣାର ସତ୍ୟତା ସାମ୍ନାକୁ ଆସିବ ବୋଲି କୁହାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Nov 1, 2022, 9:21 AM IST

ABOUT THE AUTHOR

...view details