ଓଡିଶା

odisha

ଅଭୟ ଲିଙ୍କ ମାମଲା, ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଖୋଳତାଡ

By

Published : Dec 5, 2020, 7:43 PM IST

ଅଭୟକାନ୍ତ ପାଠକ ଲିଙ୍କରେ ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ଅଭୟ ଲିଙ୍କ ମାମଲା, ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଖୋଳତାଡ
ଅଭୟ ଲିଙ୍କ ମାମଲା, ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଖୋଳତାଡ

ବଲାଙ୍ଗୀର: ବନ ଅଧିକାରୀ ଅଭୟ କାନ୍ତ ପାଠକ ଲିଙ୍କରେ ସାରା ଓଡିଶାରେ ଚଢାଉ ଜାରି ରହିଛି । ସମାନ ଭାବରେ ବଲାଙ୍ଗୀରରେ ମଧ୍ୟ ଏହି ଚଢାଉ ଜାରି ରହିଥିବା ବେଳେ ଶନିବାର ତାଙ୍କର ଜମା ଖାତା ଥିବା ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଭିଜିଲାନ୍ସ ଖୋଳତାଡ ଆରମ୍ଭ କରିଛି ।

ଅଭୟ ଲିଙ୍କ ମାମଲା, ବଲାଙ୍ଗୀର ଏସବିଆଇ ଏଡିବି ବ୍ୟାଙ୍କରେ ଖୋଳତାଡ

ଜିଲ୍ଲାରେ ଅଭୟ ପାଠକ 2014 ରୁ 2017 ପର୍ଯ୍ୟନ୍ତ କେନ୍ଦୁଲିଫ ବନ ସଂରକ୍ଷକ ଭାବରେ ଅବସ୍ଥାପିତ ଥିଲେ ଏବଂ ଏହି ସମୟରେ ଏହି ଏସବିଆଇ ବ୍ୟାଙ୍କରେ ତାଙ୍କର ସମସ୍ତ ଆର୍ଥିକ ନେଣ ଦେଣର ଖୋଳତାଡ କରୁଛି ଭିଜିଲାନ୍ସ ବିଭାଗ । ସେହିପରି ସୂଚନା ମୁତାବକ ଏହି ବ୍ୟାଙ୍କରେ ଥିବା ତାଙ୍କ ଜମା ଖାତାରୁ ଅନେକ ବେନାମୀ ଖାତା ଓ ଲୋକଙ୍କ ସହ ଆର୍ଥିକ କାରବାରର ସୁରାକ ପାଇଛି ଭିଜିଲାନ୍ସ । ଏହି ଦିଗରେ ଭିଜିଲାନ୍ସ ବିଭାଗ ଅଧିକ ତଦନ୍ତ ଜାରି ରଖିଥିବା ବେଳେ ବ୍ୟାଙ୍କ ଅଫ ବରୋଦାରେ ମଧ୍ୟ ତାଙ୍କ ଆର୍ଥିକ କାରବାର ହୋଇଥିବାର ଭିଜିଲାନ୍ସ ଜାଣିବାକୁ ପାଇଛି । ତେବେ ଏ ସମ୍ପର୍କରେ ଆଜି(ଶନିବାର)ଠାରୁ ହିଁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details