ଓଡିଶା

odisha

ନକଲି ସୁନା ଦେଇ ଟଙ୍କା ଠକେଇ , 2 ଅଭିଯୁକ୍ତ ଗିରଫ

By ETV Bharat Odisha Team

Published : Dec 17, 2023, 1:48 PM IST

Duplicate Gold Loan Case: ବଲାଙ୍ଗୀରରେ ନକଲି ସୁନା ଦେଇ ଟଙ୍କା ଠକେଇ ଅଭିଯୋଗ। ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ନକଲି ସୁନା ଦେଇ ଟଙ୍କା ଠକେଇ
duplicate gold loan case

ନକଲି ସୁନା ଦେଇ ଟଙ୍କା ଠକେଇ

ବଲାଙ୍ଗୀର:ନକଲି ସୁନା ଗହଣା ବନ୍ଧକ ଦେଇ ଟଙ୍କା ଠକେଇ । 80 ହଜାର ଟଙ୍କା ଠକି ନେଇଥିଲେ ଦୁଇ ଯୁବକ । ସୁନା ଅସଲି ନୁହଁ ବରଂ ନକଲି ଜଣାପଡିବା ପରେ 2 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଏଭଳି ଘଟଣା ଘଟିଛି ବଲାଙ୍ଗୀରର ସଦର ଥାନା ଅଞ୍ଚଳରେ । ପୋଲିସ ଅଭିଯୁକ୍ତଙ୍କୁ ଗରିଫ ପରେ ତାଙ୍କଠାରୁ ଠକେଇ ଟଙ୍କା ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଉପଖଣ୍ଡ ପୋଲିସ ଅଧିକାରୀ ତୁଫାନ ବାଗ । ଗିରଫ ଅଭିଯୁକ୍ତ ହେଉଛନ୍ତି ବୀରମହାରାଜାପୁରର କାର୍ତ୍ତିକ ମେହେର ଓ ତୁଷୁରାର ମାଧବ ସୁନା । ଠକେଇର ଶିକାର ହେଉଥିବା ବ୍ୟକ୍ତି ହେଉଛନ୍ତି ବୃନ୍ଦାବନ ମେହେର ।

ପୋଲିସ ସୂଚନା ଅନୁସାରେ, ଗତ ୪ ତାରିଖରେ ଚନ୍ଦନଭାଟିର ବୃନ୍ଦାବନ ମେହେରଙ୍କ ପାଖକୁ ସୁନା ଗହଣା ବନ୍ଧକ ରଖିବା ପାଇଁ ଦୁଇ ଅଭିଯୁକ୍ତ ଆସିଥିଲେ। ଅସଲି ସୁନା ଅଳଙ୍କାର ଓ ଚେନ ବନ୍ଧକ ରଖି ୪ ପ୍ରତିଶତରେ ଟଙ୍କା ଦେବାକୁ କହିଥିଲେ। ହେଲେ ବୃନ୍ଦାବନ ମେହେର ୩ ପ୍ରତିଶତ ସୁଧରେ ଗହଣା ବନ୍ଧକ ରଖିବାକୁ ରାଜି ହୋଇଥିଲେ। ଅସଲ ବଦଳରେ ନକଲି ସୁନା ଗହଣା ବନ୍ଧକ ଦେଇ ତାଙ୍କ ଠାରୁ ୮୦ ହଜାର ଟଙ୍କା ଠକି ନେଇଥିଲେ ଅଭିଯୁକ୍ତ। ପରେ ଉକ୍ତ ସୁନା ନକଲି ବୋଲି ଜାଣିବା ପରେ ସଦର ଥାନାରେ ଏତଲା ଦେଇଥିଲେ ବୃନ୍ଦାବନ ମେହେର। ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିଲା ।

ଏହା ମଧ୍ୟ ପଢନ୍ତୁ-ନବରଙ୍ଗପୁରରେ ସକ୍ରିୟ ନକଲି ସୁନାଶଙ୍ଖ ରାକେଟ୍: ଗ୍ୟାଙ୍ଗର ଜଣେ ଗିରଫ, 4 ଅଭିଯୁକ୍ତ ଫେରାର

ସିସିଟିଭି ଫୁଟେଜ୍‌ ଆଧାରରେ ପୋଲିସ ଦୁଇ ଜଣକୁ ଚିହ୍ନଟ କରିଥିଲା । ଉକ୍ତ ଦୁଇ ଜଣ ହିଁ ଠକେଇ କରିଥିବା ପୋଲିସ ହାତରେ ତଥ୍ୟ ଲଗିଥିଲା । ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ ଠକେଇ ଟଙ୍କା ଓ ଦୁଇଟି ବାଇକ ଜବତ୍‌ କରାଯାଇଛି । ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯିବା ସହ ଘଟଣାର ଅଧିକ ତଦନ୍ତ ଜାରି ରହିଥିବାର ବଲାଙ୍ଗୀର ଏସଡ଼ିପିଓ କହିଛନ୍ତି । ମୁଖ୍ୟ ଅଭିଯୁକ୍ତ କାର୍ତ୍ତିକ ମେହେର ପୂର୍ବରୁ ମଧ୍ୟ ଠକେଇ ଅଭିଯୋଗରେ ପଟଣାଗଡ଼ ପୋଲିସ ଦ୍ୱାରା ଗିରଫ ହୋଇଥିଲା । ଜେଲ୍‌ରୁ ବେଲ୍‌ରେ ଆସିବା ପରେ ପୁଣି ତାର ପୁରୁଣା ଠକେଇ ଅଭ୍ୟାସରେ ଲୋକଙ୍କୁ ନକଲି ସୁନା ଦେଇ ଟଙ୍କା ଠକେଇ କରୁଥିଲା ଅଭିଯୁକ୍ତ ।


ଜିଲ୍ଲାରେ ଏଭଳି ଠକେଇ ନୂଆ ନୁହେଁ ପୂର୍ବରୁ ମଧ୍ୟ ଅନେକ ଥର ସମାନ ଢଙ୍ଗରେ ଠକେଇ ହୋଇ ଆସୁଛି । ବ୍ୟାଙ୍କରେ ନକଲି ସୁନା ଦେଇ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଖବର ନଜିର ରହିଛି । ସୁନା ଲୋଭରେ ନପଡ଼ି ଅଜଣା ଲୋକଙ୍କୁ ଟଙ୍କା ନଦେବାକୁ ପୋଲିସ ଲୋକଙ୍କୁ ସଚେତନ କରିଛି ।


ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details