ଓଡିଶା

odisha

ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

By

Published : Oct 21, 2021, 4:23 PM IST

ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ଦାବିରେ SUCI କମ୍ୟୁନିଷ୍ଟ ପାର୍ଟିର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ । ଅଧିକ ପଢନ୍ତୁ...

mamita meher mursder issue, suci communist party observed twelve hours balangir bandh
ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

ବଲାଙ୍ଗୀର:ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ତାତି ଥମିବାର ନା ନେଉ ନାହିଁ । ଏହି ହତ୍ୟାକାଣ୍ଡରେ ବଡ଼ବଡ଼ିଆ ନେତାଙ୍କ ସଂପୃକ୍ତିକୁ ନେଇ ତୁମ୍ବି ତୋଫାନ ଚାଲିଛି । SUCI କମ୍ୟୁନିଷ୍ଟ ପାର୍ଟି ମଧ୍ୟ ସାମିଲ ହୋଇ ଗୁରୁବାର ବଲାଙ୍ଗୀର ବନ୍ଦ କରିଛି ।

ଶିକ୍ଷୟତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବି, SUCIର 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ପାଳନ

ସଂଗଠନ ପକ୍ଷରୁ ଆଜି(ଗୁରୁବାର) 12 ଘଣ୍ଟିଆ ଜିଲ୍ଲା ବନ୍ଦ କରାଯାଇଛି । ଯେଉଁଥିରେ ସଂଗଠନର କର୍ମୀମାନେ ପିକେଟିଂ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି । ବନ୍ଦକୁ ବଲାଙ୍ଗୀରବାସୀ ପୂର୍ଣ୍ଣ ସମର୍ଥନ କରିଥିବା ସହ ମମିତା ମେହେରଙ୍କୁ ନ୍ୟାୟ ଦେବାରେ ଜିଲ୍ଲାବାସୀ ଏକ ହୋଇଛନ୍ତି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗରେ ତାଙ୍କର ଇସ୍ତଫା ଦାବି କରାଯାଇଛି । ସେହିପରି ଶିକ୍ଷୟିତ୍ରୀଙ୍କ ହତ୍ୟା ଘଟଣାରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରି ଗିରଫ କରାଯାଉ ବୋଲି ସଂଗଠନର ସଦସ୍ୟ ଦାବି କରିଛନ୍ତି । ଦାବି ପୂରଣ ନ ହେଲେ ସାରା ରାଜ୍ୟରେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି SUCI କମ୍ୟୁନିଷ୍ଟ ପାର୍ଟିର ବଲାଙ୍ଗୀର ଶାଖା ସଭାପତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍‌, ଇଟିଭି ଭାରତ

ABOUT THE AUTHOR

...view details