ଓଡିଶା

odisha

Justice For Mamita: ପୁଣି ଗୋବିନ୍ଦ ସାହୁ ଜାମିନ ଆବେଦନ ଖାରଜ

By

Published : Dec 21, 2021, 10:17 PM IST

ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ କଲେ କଣ୍ଟାବାଞ୍ଜି ADJ କୋର୍ଟ । ମହାଳିଙ୍ଗ ସନ୍ସାଇନ୍ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଏବେ କଣ୍ଟାବାଞ୍ଜି ଉପ କାରାଗାରରେ ବିଚାରଧିନ କଏଦୀ ଭାବରେ ରହିଛି ।

Justice For Mamita: ପୁଣି ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ
Justice For Mamita: ପୁଣି ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ

ବଲାଙ୍ଗୀର:ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ କଲେ କଣ୍ଟାବାଞ୍ଜି ADJ କୋର୍ଟ (ADJ Court rejects bail plea of prime accused in Mamita murder case )। ମହାଳିଙ୍ଗ ସନ୍ସାଇନ୍ ସ୍କୁଲର ପରିଚାଳକ ଗୋବିନ୍ଦ ସାହୁ ଏବେ କଣ୍ଟାବାଞ୍ଜି ଉପ କାରାଗାରରେ ବିଚାରଧିନ କଏଦୀ ଭାବରେ ରହିଛି । ପୂର୍ବରୁ ମଧ୍ୟ ତାର ଜାମିନ ଆବେଦନ ବଙ୍ଗୋମୁଣ୍ଡା ଫାଷ୍ଟ ଟ୍ରାକ କୋର୍ଟ ଖାରଜ କରିଥିଲେ । ଏହାପରେ ଗୋବିନ୍ଦ ସାହୁ ତାର ଓକିଲ ଜରିଆରେ ପୁଣି କଣ୍ଟାବାଞ୍ଜି ADJ କୋର୍ଟରେ ଜାମିନ ଆବେଦନ କରିଥିଲା ।

Justice For Mamita: ପୁଣି ଗୋବିନ୍ଦ ସାହୁର ଜାମିନ ଆବେଦନ ଖାରଜ

ଆଜି (ମଙ୍ଗଳବାର) କୋର୍ଟ ଏହି ଆବେଦନର ଶୁଣାଣି କରି ଆବେଦନ ଖାରଜ କରିଛନ୍ତି । ଗୋବିନ୍ଦ ସାହୁ ଜଣେ ପ୍ରଭାବଶାଳୀ ଲୋକ । ପୂର୍ବରୁ ମଧ୍ୟ ସେ ପୋଲିସ ହାଜତରୁ ଫେରାର୍‌ ହୋଇଥିଲା । ଜାମିନ ମିଳିଲେ ଆଗକୁ ମଧ୍ୟ ସେ ଫେରାର ହେବାର ସମ୍ଭାବନା ରହିଛି । ତା ସହିତ ସାକ୍ଷ୍ୟଙ୍କୁ ପ୍ରଭାବିତ କରିବା ଆଶଙ୍କା ରହିଥିବାର ସରକାରୀ ଓକିଲ ଯୁକ୍ତି ବାଢ଼ିଥିଲେ ।

ସେହିପରି ପୋଲିସ୍ ମଧ୍ୟ କୋର୍ଟରେ ଗୋବିନ୍ଦ ବିରୋଧରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲା । ସମସ୍ତ ତଥ୍ୟକୁ ଆଖି ଆଗରେ ରଖି ADJ କୋର୍ଟ ଏହି ଜାମିନ ଆବେଦନକୁ ଖାରଜ କରିଛନ୍ତି । ଅନ୍ୟପଟେ ଗୋବିନ୍ଦ ସାହୁର ଓକିଲ ଏ ବାବଦରେ ସବିଶେଷ ଆଲୋଚନା ପରେ ପୁଣି ଆଗକୁ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

TAGGED:

ABOUT THE AUTHOR

...view details